କାମ ଦେଉଛି ସମବେଦନା କାର୍ଡ:ପଦ୍ମପୁରରେ ବର୍ଷା ବିଜୟୀ

ପଦ୍ମପୁର ଉପ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା। ବିଜେଡି ଆସନ ହାତେଇବାକୁ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥି କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କ ପାଇର୍ ପ୍ରଚାର ମିଦାନକୁ ଓହ୍ଲାଇଥିଲେ। ସମବେଦନା କାର୍ଡ ବିଜେଡିକୁ ସୁଫଳ ଦେଇଥିବା ଚର୍ଚ୍ଚା ହେଉଛି।

ଦ୍ୱିତୀୟ ସ୍ଥାନରେ ବିଜେପି,ଆସ୍ଥା ହରାଉଛି କଂଗ୍ରେସ
ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। କଂଗ୍ରେସର ଭୋଟ୍ ବ୍ୟବଧାନ ଏମାନଙ୍କ ତୁଳନାରେ ଖୁବ୍ କମ୍ ରହିଛି। ୩୦୦୦୦ରୁ ଉର୍ଦ୍ଧ୍ୱ ଭୋଟ୍ ହାତୋଉଥିବା ପଦ୍ମପୁର ଆସନରେ କଂଗ୍ରେସର ଭୋଟ୍ ୪୦୦୦ବି ଛୁଇଁ ପାରିନି। ହାତକୁ ମାତ୍ର ୩୫୪୮ ଭୋଟ୍ ମିଳିଛି। ବିଜେପି ପ୍ରାର୍ଥୀଙ୍କୁ ୪୨,୦୬୫ ଭୋଟ୍ ବ୍ୟବଧାନରେ ପରାଜୟ ଚାଖିବାକୁ ପଡିଛି।

ବିଜୟ ପାଇଁ ସମବେଦନା କାର୍ଡ ସାଜୁଛି କି କି ଫ୍ୟାକ୍ଟର?
ଧାମନଗରରେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥି କରିଥିଲା ବିଜେପି।ସମବେଦନା କାର୍ଡ ବିଜେପିକୁ ବିଜୟ ଦେଇଥିଲା। ସେହିପରି ପିପିଲିରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ମହାରଥୀ,ବ୍ରଜରାଜନଗରରେ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ଓ ତିର୍ତ୍ତୋଲ୍ ଉପନିର୍ବାଚନରେ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥି କରି ସମବେଦନା କାର୍ଡ ଖେଳି ସଫଳ ହୋଇଛି ବିଜେଡି। ଉପନିର୍ବାଚନରେ ଦିବଂଗତ ନେତାଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଇ ସିଟ୍ ହାତେଇବା ଏକ ଟ୍ରେଣ୍ଡରେ ପରିରତ ହୋଇ ଗଲାଣି। ମାତ୍ର ବାଲେଶ୍ୱର ଉପନିର୍ବାଚନରେ ଏହାର ବ୍ୟତିକ୍ରମ ହୋଇଛି। ଦିବଂଗତ ବିଧାୟକଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥି କରି ବିଜେପି ସିଟ୍ ହାତେଇ ପାରି ନଥିଲା।ତାଙ୍କୁ ପଛରେ ପକାଇ ସିଟ୍ ହାତେଇଥିଲେ ବିଜେଡି ପ୍ରାର୍ଥି ସ୍ୱରୁପ କୁମାର ଦାସ। ପଦ୍ମପୁରରେ କିନ୍ତୁ ସମବେଦନା କାର୍ଡ ବିଜେଡିକୁ ସଫଳତା ଦେଇଛି। ବାପାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା କ୍ଷେତ୍ରରୁ ବର୍ଷାଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us