ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ  ଇଡି ସମନ୍‌ କରିଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି। ଏହି ସମନର ଉତ୍ତର ଦେବା ପାଇଁ ଆଜି ଐଶ୍ୱର୍ଯ୍ୟା ଦିଲ୍ଲୀର ଲୋକନାୟକ ଭବନରେ ହାଜର ହୋଇଥା’ନ୍ତେ।  କିନ୍ତୁ ସେ ଆଜି ହାଜର ହୋଇନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ।

ଅମିତାଭ୍,ଐଶର୍ଯ୍ୟା ଓ ଅଜୟଙ୍କୁ ଇଡ଼ିର ସମନ

ପାନାମା ପେପର୍ସ ଲିଙ୍କରେ ସେଲିବ୍ରେଟି
ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ଘଟଣାରେ ୪୨୪ ଜଣ ଭାରତୀୟଙ୍କ  ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା।ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ। ଏଥିମଧ୍ୟରେ CBDT, RBI, ED ଏବଂ FIU ସାମିଲ କରାଯାଇଥିଲା। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା। ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅମିତାଭ ବଚ୍ଚନଙ୍କୁ ମଧ୍ୟ ନୋଟିସ ପଠାଇପାରେ।