ଭୁଲ ହୋଇଗଲା ରାଧିକାଙ୍କ ଗଣିତ, ମ୍ୟାଥମେଟିକସ୍ ପଢ଼ାଇବା ବଦଳରେ ହୋଇଗଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ ରାଧିକା ଆପତେ,ବିଭିନ୍ନ ଭୂମିକାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ୨୦୧୬ରେ ଏକ ଫିଲ୍ମର ପ୍ରମୋସନ ସମୟରେ ରାଧିକା କହିଥିଲେ ଯେ ସେ କଫି ପିଇବାକୁ ଭଲ ପାଆନ୍ତି। ବ୍ରେକଫାଷ୍ଟ ସହ ବ୍ଲାକ କଫି ପିଇବାକୁ ତାଙ୍କୁ ଭଲ ଲାଗେ।ଏହା ତାଙ୍କୁ ଏନର୍ଜି ଦେଇଥାଏ। ପ୍ରଥମେ ବଲିଉଡରେ ରାଧିକାଙ୍କୁ ଗାଉଁଲୀ ଝିଅର ଭୂମିକା ମିଳୁଥିଲା। ଦର୍ଶକ ଓ ନିର୍ଦ୍ଦେଶକଙ୍କ ମନରେ ଭ୍ରମ ମଧ୍ୟ ସୃଷ୍ଟି ହୋଇଥିଲା ଯେ ସେ କେବଳ ଗାଉଁଲୀ ଭୂମିକା ପାଇଁ ଫିଟ୍। ଫଳରେ ତାଙ୍କୁ ସେହିଭଳି ଭୂମିକା ପାଇଁ ଅଫର ମିଳୁଥିଲା। ଫିଲ୍ମ ହଣ୍ଟରରେ ତାଙ୍କୁ ଏକ ରୋମାଣ୍ଟିକ୍ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏହା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଫିଲ୍ମରେ ଝିଅମାନେ ସେକ୍ସ ଖୁଲମାଖୁଲା ଆଲୋଚନା କଲେ ସମାଲୋଚନାର ଶିକାର ହୋଇଥାନ୍ତି। ତେବେ ସେ ଏଭଳି ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରିବେ ବୋଲି କହିଥିଲେ।
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଧିକାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା।ରକ୍ତଚରିତ୍ର, ଧୋନୀ ଓ ଲାଏନ ପରି ଟଲିଉଡ ଫିଲ୍ମରେ ରାଧିକା କାମ କରିଛନ୍ତି। ମେନ୍ ଡୋମିନେଟିଂ ଟଲିଉଡ ଇଣ୍ଡଷ୍ଟ୍ରିରେ ସେ ଖୁବ୍ ଷ୍ଟ୍ରଗଲ କରିଥିବା କହିଥିଲେ। ଫିଲ୍ମ ଲାଇଫରେ ସିନା କଷ୍ଟ ସହିଛନ୍ତି, ହେଲେ ନିଜ କଲେଜ ଲାଇଫକୁ ସେ ମନଭରି ଉପଭୋଗ କରିଥିଲେ। ସାଙ୍ଗସାଥୀଙ୍କ ମେଳରେ ମସ୍ତି ଆଜି ବି ମନେ ପଡେ ବୋଲି ରାଧିକା କୁହନ୍ତି।ବଲିଉଡରେ ସେ ନିଜର ଆଇଡଲ ଭାବେ ଅମୀରକୁ ମାନିଥାନ୍ତି। ନିଜ ରୁମରେ କେବଳ ଅମୀରଙ୍କ ଫଟୋ ରଖିଥାନ୍ତି। ଏପରିକି ସ୍କୁଲ ଯିବା ପୂର୍ବରୁ ସେ ଏଠାରେ ବାଏ କରି ଯାଇଥାନ୍ତି । ସେହିପରି କିଶୋରୀ ଅବସ୍ଥାରେ ଶାହାରୁଖ ଓ ଯୁବତୀ ଅବସ୍ଥାରେ ଅକ୍ଷୟ କୁମାରଙ୍କ ଫ୍ୟାନ୍ ବନି ଯାଇଥିଲେ ରାଧିକା।
ବଲିଉଡରେ ସିନା ଲୋକପ୍ରିୟତା ହାସଲ କରିପାରିଛନ୍ତି। କିନ୍ତୁ ଏକଦା ଶିକ୍ଷକତା ପାଇଁ ମନ ବଳାଇଥିଲେ ରାଧିକା। ଯଦି ବଲିଉଡରେ କ୍ୟାରିୟର କରିନଥାନ୍ତେ ତେବେ ସେ ମ୍ୟାଥମେଟିକସ୍ ଟିଚର ହୋଇଥାନ୍ତେ ବୋଲି ରାଧିକା କହିଛନ୍ତି।
ଏଥିସହ ପଢ଼ନ୍ତୁ–ରିଲ୍ ନୁହେଁ, ରିଏଲରେ ଭୂତକୁ ସାମ୍ନା କରି ହୋଟେଲ୍ ରୁମ୍ ଛାଡିଲେ ବଲିଉଡ ସେଲିବ୍ରିଟି
Connect With Us