କ୍ରିକେଟ ମୈଦାନରୁ ପଲିଟିକାଲ୍ ପିଚ୍: ପଟୌଦୀ କ୍ଲିନ୍ ବୋଲ୍ଡ, ଇମ୍ରାନଙ୍କ ବଲେ୍ ବଲେ୍

ଇମ୍ରାନ୍ ଖାନ୍,ପରିଚିତ ନାଁଟିଏ। କ୍ରିକେଟ ପରେ ରାଜନୀତିର ଶିଖର ବି ଛୁଇଁ ପାରିଛନ୍ତି। ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନ ପୂରା ପାକିସ୍ତାନର କମାଣ ତାଙ୍କ ହାତରେ। ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପାକିସ୍ତାନ ପାଇଁ ୮୮ଟି ଟେଷ୍ଟ ଓ ୧୭୫ ଓ୍ୱାନ୍ ଡେ ମ୍ୟାଚ୍ ଖେଳି କେବେ ବି ନୋ ବୋଲ୍ ଫିଙ୍ଗି ନଥିବା ଖେଳାଳି ଇମ୍ରାନ୍। ୧୯୯୨ ବିଶ୍ୱକପ୍ ବି ଜିତାଇଥିଲେ ଇମ୍ରାନ୍। ପାକିସ୍ତାନକୁ ବିଶ୍ୱବିଜୟୀ କରିବା ପରେ କ୍ରିକେଟକୁ ବାଏ ବାଏ କହିଥିଲେ। ଏହାପରେ ରାଜନୀତିକୁ ପେଶା କରିଛନ୍ତି। ୧୯୯୬ରେ ପାଦ ଥାପିଥିଲେ ରାଜନୀତିରେ। ଗଢ଼ିଥିଲେ ନିଜର ରାଜନୈତିକ ଦଳ ‘ପାକିସ୍ତାନ-ତେହରିକ୍-ଏ-ଇନସାଫ୍’। ୨୦୦୨ ମସିହାରେ ପ୍ରଥମ ଥର ଜିତିଥିଲେ ନିର୍ବାଚନ। ୨୦୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଗାଦିରେ ବସିଲେ। ରାଜନୀତିର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାରେ ବିଶ୍ୱରେ ପ୍ରଥମ କ୍ରିକେଟର ହୋଇଛନ୍ତି ଇମ୍ରାନ ଖାନ୍।
ସର୍ଫରାଜ୍ ନଓ୍ୱାଜପାକିସ୍ତାନର ଆଉ ଜଣେ କ୍ରିକେଟର। ରିଭର୍ସ ସୁଇଂ କରିବାରେ ଧୁରନ୍ଧର ଥିଲେ ସର୍ଫରାଜ୍। ସେ ବି କ୍ରିକେଟ ଛାଡ଼ିବା ପରେ ରାଜନୀତିରେ ଯୋଗ ଦେଇଥିଲେ। ପାକିସ୍ତାନ ପାଇଁ ୫୫ଟେଷ୍ଟ ଓ ୪୫ଟି ଦିନିକିଆ ଖେଳିଥିବା ସର୍ଫରାଜ ୧୯୮୫ରେ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବରେ ପଞ୍ଜାବରୁ ବିଜୟୀ ହୋଇଥିଲେ। ପଲିଟିକ୍ସକୁ ବାଏ ବାଏ କହି ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି ସର୍ଫରାଜ।
ପିଲିଟିକ୍ସରେ ଭାରତୀୟ କ୍ରିକେଟରମନସୁର ଅଲ୍ଲୀ ଖାନ୍ ପଟୌଦୀ
ଭାରତରେ କ୍ରିକେଟର କମ୍ ପଲିଟିସିଆନ୍ ତାଲିକାର ପ୍ରଥମ ନାଁ ଆସିବ ମନସୁର ଅଲ୍ଲୀ ଖାନ୍ ପଟୌଦୀଙ୍କ। ଭାରତ ପାଇଁ ୪୬ ଟେଷ୍ଟ ଖେଳିଛନ୍ତି ଓ ୪୧ଟିରେ ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ। କ୍ରିକେଟ ଛାଡ଼ିବା ପରେ ରାଜନୀତିରେ ପ୍ରବେଶ କରିଥିଲେ ମନସୁର ଅଲ୍ଲୀ ଖାନ୍ ପଟୌଦୀ। ୧୯୭୧ରେ ପ୍ରଥମେ ବିଶାଲ ହରିଆଣା ପାର୍ଟିରେ ଯୋଗ ଦେଇଥିଲେ। ୧୯୯୧ରେ ତାଙ୍କୁ ଟିକେଟ ଦେଇଥିଲେ କଂଗ୍ରେସ। ଭୋପାଳରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ ମନସୁର ଅଲ୍ଲୀ ଖାନ୍ ପଟୌଦୀ।
ଚେତନ ଚୌହ୍ୱାନ୍ଡାହାଣହାତୀ ଓପନର୍ ବ୍ୟାଟ୍ସମ୍ୟାନ୍ ଚେତନ ଚୌହ୍ୱାନ୍। ଟିମ୍ ଇଣ୍ଡିଆ ପାଇଁ ୪୦ଟି ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଉତ୍ତରପ୍ରଦେଶର ଉମରୋହା ଆସନରୁ ବିଜେପି ଟିକେଟରେ ୧୯୯୧ ଓ ୧୯୯୮ ଲୋକସଭା ନିର୍ବାଚନ ଲଢ଼ିଥିଲେ। ବିଜୟୀ ବି ହୋଇଥିଲେ ଚେତନ ଚୌହ୍ୱାନ୍। ଫୁଲଟାଇମ୍ ପଲିଟିକ୍ସରେ ଅଛନ୍ତି। ବର୍ତ୍ତମାନ ଉମରୋହା ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ଅଛନ୍ତି ଚେତନ ଚୌହ୍ୱାନ୍। ଉତ୍ତରପ୍ରଦେଶରେ ବିଜେପି ସରକାରରେ ତାଙ୍କୁ ମିଳିଛି କ୍ରୀଡ଼ା ମନ୍ତ୍ରାଳୟ।
କିର୍ତ୍ତୀ ଆଜାଦ୍୧୯୮୩ ଓ୍ୱାର୍ଲଡ କପ୍ ଟିମର ଚର୍ଚ୍ଚିତ ଖେଳାଳି କୀର୍ତ୍ତି ଝା ଆଜାଦ। ଭାରତୀୟ ରାଜନୀତିରେ କ୍ରିକେଟର ଭାବରେ ସବୁଠାରୁ ସଫଳ ବ୍ୟକ୍ତି। ୧୯୮୩ ବିଶ୍ୱକପରେ ଇଂଲଣ୍ଡର ଇଆନ୍ ବୋଥାନଙ୍କ ଓ୍ୱିକେଟ ନେଇ ଭାରତକୁ ଫାଇନାଲରେ ପହଞ୍ଚାଇବା ଥିବା କୀର୍ତ୍ତି ପରବର୍ତ୍ତୀ ସମୟରେ ବିଜେପିର ଯୋଗ ଦେଇଥିଲେ। ବିଜେପି ଟିକେଟରେ ଥରେ ବିଧାୟକ ଓ ତିନି ତିନି ଥର ସାଂସଦ ହୋଇଛନ୍ତି। ବର୍ତ୍ତମାନ ବିହାର ଦରଭଙ୍ଗାରୁ ସାଂସଦ ଅଛନ୍ତି କୀର୍ତ୍ତି ଆଜାଦ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗବତ ଝା ଆଜାଦଙ୍କ ପୁଅ କିର୍ତ୍ତିଙ୍କ କ୍ରିକେଟ ସଂପର୍କ ଯୋଗୁ ରାଜନୀତିରେ ସଫଳତା ସାଉଁଟିଛନ୍ତି।
ନବଜୋତ ସିଂହ ସିଦ୍ଧୁକ୍ରିକେଟର କମ୍ ପଲିଟିସିଆନ୍ ତାଲିକାର ଚର୍ଚ୍ଚିତ ଚେହେରା ନବଜୋତ୍ ସିଂହ ସିଦ୍ଧୁ। ଭାରତ ପାଇଁ ୫୧ଟି ଟେଷ୍ଟ ଓ ୧୩୬ ଦିନିକିଆ ଖେଳିଥିବା ସିଦ୍ଧୁ ରାଜନୀତିରେ ବି ପୋଖତ ଖେଳାଳି। ୨୦୦୪ରେ ବିଜେପି ଟିକେଟରେ ପଞ୍ଜାବ ଅମୃତସର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଦ୍ୱିତୀୟ ଥର ସାଂସଦ ହୋଇଥିଲେ। ୨୦୧୬ରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭାକୁ ଯାଇଥିଲେ ସିଦ୍ଧୁ। କିନ୍ତୁ ଗତବର୍ଷ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ କ୍ୟାପଟେନ୍ ଅମିରନ୍ଦର ସିଂହଙ୍କ କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି ସିଦ୍ଧୁ।
ମହମ୍ମଦ ଆଝାରୁଦ୍ଦିନଭାରତୀୟ କ୍ରିକେଟରେ ଜଣେ ସଫଳ ଅଧିନାୟକ । କ୍ରିକେଟରୁ ଅବସର ନେବା ପରେ ରାଜନୀତିକୁ କ୍ୟାରିଅର କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ୯୯ ଟେଷ୍ଟ ଓ ୩୩୪ ଦିନିକିଆ ଖେଳିଥିବା ଆଝାରୁଦ୍ଦିନ୍ ୨୦୦୯ରେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। କଂଗ୍ରେସର ହାତ ଧରିଥିଲେ। ଉତ୍ତରପ୍ରଦେଶର ମୁରାଦାବାଦରୁ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଆଝାରୁଦ୍ଦିନ। ପୂର୍ବତନ କ୍ରିକେଟର ମନୋଜ ପ୍ରଭାକର ବି ମୈଦାନ ଛାଡ଼ିବା ପରେ ରାଜନୀତି ଡଙ୍ଗାରେ ପାଦ ରଖିଥିଲେ। ୧୯୯୮ରେ କଂଗ୍ରେସ ଟିକେଟରେ ନୂଆଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ହାରିଥିଲେ। ସେହିପରି ମହମ୍ମଦ କୈଫ, ବିନୋଦ କାମ୍ବଲି, ଏସ୍. ଶ୍ରୀସନ୍ଥଙ୍କ ଭଳି ଖେଳିଳି କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରାଇଛନ୍ତି ।
ଲାଇନରେ ଧୋନି ଓ ଗମ୍ଭୀରକ୍ରିକେଟରୁ ରାଜନୀତି, ଏହି ଧାରାରେ ସାମିଲ ହୋଇପାରନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର। ଶୁଣିବାକୁ ମିଳୁଛି, ୨୦୧୧ଓ୍ୱାର୍ଲଡ କପରେ ଭାରତକୁ ଚାମ୍ପିଅନ୍ କରାଇଥିବା ଧୋନି ଓ ଗମ୍ଭୀର ବିଜେପି ଟିକେଟରେ ୨୦୧୯ନିର୍ବାଚନ ଲଢ଼ିବେ। କୀର୍ତ୍ତି ଆଜାଦଙ୍କୁ କାଉଣ୍ଟର କରିବା ପାଇଁ ଧୋନି-ଗମ୍ଭୀରଙ୍କୁ ନିଜ କ୍ୟାମ୍ପରେ ବିଜେପି ସାମିଲ କରାଇବାକୁ ଯାଉଛି ବୋଲି ଚର୍ଚ୍ଚା।
ପଢ଼ନ୍ତୁ:୧୯୮୩ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର!
ରାଜନୀତିରେ ଶ୍ରୀଲଙ୍କା କ୍ରିକେଟର୍ତିଳରତ୍ନେ ଦିଲସାନ୍
ଜଣାଶୁଣା କ୍ରିକେଟର। ଆକ୍ରମଣାତ୍ମକ ବ୍ୟାଟିଂ ଓ ଯାଦୁଗରୀ ବୋଲିଂରେ ଶ୍ରୀଲଙ୍କାକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି। ୧୯୯୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮୭ ଟେଷ୍ଟ, ୩୩୦ ଓ୍ୱାନ୍ ଡେ ଓ ୮୦ ଟି-୨୦ ମ୍ୟାଚ୍ ଖେଳିଥିବା ଏହି ସିଂହଳୀ କ୍ରିକେଟର ଏବେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ଶ୍ରୀଲଙ୍କା ପିପୁଲ୍ସ ପାର୍ଟିରେ ଯୋଗ ଦେଇଛନ୍ତି ଦିଲସାନ୍।
ଅର୍ଜୁନ ରଣତୁଙ୍ଗା-ସନତ ଜୟସୂର୍ଯ୍ୟା
ଶ୍ରୀଲଙ୍କା କ୍ରିକେଟର ଅଲ୍ ଟାଇମ୍ ହିରୋ ଅର୍ଜୁନ ରଣତୁଙ୍ଗା।ଶ୍ରୀଲଙ୍କା ରାଜନୀତିରେ ଭଲ ଦବଦବା ରଖିଛନ୍ତି। ଶ୍ରୀଲଙ୍କା ୟୁନାଇଡେଟ୍ ନ୍ୟାସନାଲ୍ ପାର୍ଟିରୁ ୨୦୧୦ରେ ନିର୍ବାଚନ ଲଢ଼ି ଜିତିଥିଲେ। ଚଳିତବର୍ଷ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଦେଶର ପେଟ୍ରୋଲିୟମ୍ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ଅର୍ଜୁନ ରଣତୁଙ୍ଗା। ସେହିପରି କ୍ରିକେଟ ମୈଦାନରେ ହିଟ୍ ସନତ ଜୟସୂର୍ଯ୍ୟା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି।
ଏଥିସହ ପଢ଼ନ୍ତୁ: ନବୀନଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ
Connect With Us