ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଆଗାମୀ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟରେ ଓଡିଶାକୁ ୯, ୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ଯାହାକି ଗତ ଥର ଅପେକ୍ଷା ୭୬% ଅଧିକ ଅନୁଦାନ। ଚଳିତ ବଜେଟରେ ଓଡିଶାକୁ ଗୁରୁତ୍ତ୍ୱ ଦିଆଯିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ପ୍ରମୁଖ ଭୂମିକା ରହିଛି।ଓଡ଼ିଶା କ୍ୟାଡର ପୂର୍ବତନ IAS ଅଧିକାରୀ ରେଳମନ୍ତ୍ରୀ ବୈଷ୍ଣବ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରି ଖୁବ ନାଁ କରିଛନ୍ତି।
ଋଣ ଶୁଝିଲେ ଅଶ୍ୱିନୀ
ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇ ଥିଲାବେଳେ ବିଜେଡି ମଧ୍ୟ ସମର୍ଥନ କରିଥିଲା। ରାଜସ୍ଥାନର ମୁଳବାସିନ୍ଦା ହୋଇଥିଲେ ମଧ୍ୟ ଓଡ଼ିଶାରେ ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି। ସେଥିପାଇଁ ଓଡ଼ିଶା ପ୍ରତି ବୈଷ୍ଣବଙ୍କ ଗଭୀର ଅନୁରକ୍ତି ଭରି ରହିଛି। ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ଯାତ୍ରୀଙ୍କ ଗମନା ଗମନକୁ ସୁଗମକୁ ପ୍ରାଥମିକତା ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶାକୁ ଯେତିକି ଆର୍ଥିକ ସହାୟତା ମିଳିଥିଲା, ସେ ସବୁକୁ ପଛରେ ପକାଇ ଓଡିଶାକୁ ଏବେ ମିଳିବ ୯, ୭୩୪ କୋଟି ଟଙ୍କା।
୭୬% ଅନୁଦାନ ବୃଦ୍ଧି
୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶାକୁ ୬,୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ଗତ ଆର୍ଥିକ ବର୍ଷ ଅପେକ୍ଷା ୨୦୨୨-୨୩ ଆର୍ଥିକ ବର୍ଷର ଅନୁଦାନ ୭୬% ଅଧିକ ହୋଇଛି।
ପ୍ରକଳ୍ପ ଅନୁଦାନ(କୋଟି)
ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ୮୯୧
ଅନୁଗୁଳ-ସୁକିନ୍ଦା ରେଳ ଲାଇନ ୪୭୫
ହରିଦାସପୁର-ପାରାଦୀପ ରେଳ ଲାଇନ ୮୫
ତାଳଚେର-ବିମଳାଗଡ ରେଳ ଲାଇନ ୨୫୦
ଭଦ୍ରକ–ନିଗୃଣ୍ଡି ତୃତୀୟ ଲାଇନ ୩୫୧
ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ୧୬୪
ସମ୍ବଲପୁର-ଟିଟିଲାଗଡ ରେଳ ଲାଇନ ୯୯
ସମ୍ବଲପୁର-ତାଳଚେର ରେଳ ଲାଇନ ୧୭୨
ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ ୭୧୭