ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର  ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନବ ଦାସ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ପୁଲିସ୍ କର୍ମଚାରୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିଲେ। ତାଙ୍କ ହତ୍ୟା ଅଭଯୋଗରେ ASI ଗୋପାଳ ଦାସଙ୍କୁ ପୁଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ହାତରେ ଗୋପାଳର ଏକ ରହସ୍ୟ  କାଗଜ ହସ୍ତଗତ ହୋଇଥିବା କୁହାଯାଉଛି।

କ’ଣ ସେ କାଗଜର ରହସ୍ୟ?
ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଗୋପାଳ ଦାସଙ୍କ ବୟାନ କ୍ରମେ  ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କିରୁ କାଗଜ  ସଂଗ୍ରହ କରିଛି। କ୍ରାଇମବ୍ରାଞ୍ଚ ହାତରେ କିଛି କାଗଜ ଲାଗିଛି। କାଗଜରେ ରହିଥାଇପାରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଲୁଚି ରହିଥାଇପାରେ ବୋଲି ଆଶଙ୍କା କରାଯାଇଛି। ହତ୍ୟାକାଣ୍ଡର କାରଣ କାଗଜରେ ଲୁଚି ରହିଥାଇ ପାରେ  ବୋଲି କୁହା ଯାଉଛି। ରିମାଣ୍ଡରେ ଦ୍ୱିତୀୟ ଦିନରେ ଗୋପାଳ ଗୁମର ଖୋଲୁଛି। ଏବେ ସେହି କାଗଜପତ୍ରକୁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ସୂଚନା ରହିଛି।