ଷ୍ଟିକ୍ ପରିଚାଳନାରେ ଭାରତୀୟ ହକି ଦଳ ହେବ କି ନମ୍ବର ୱାନ୍

ହକି ୱାର୍ଲ୍ଡ କପକୁ ନେଇ ଏବେ ସାରା ବିଶ୍ୱ ଚଳ ଚଞ୍ଚଳ। ହକି ମହାକୁମ୍ଭରେ ଦୁଲୁକୁଛି ଓଡ଼ିଶା।ବିଶ୍ୱକୁ ଘାରିଛି ହକି ଫିଭର। ଓଡ଼ିଶା ଗ୍ରାଉଣ୍ଡରେ୨୦୨୩ ହକି ୱାର୍ଲ୍ଡ କପର ଫାଷ୍ଟ୍ ମ୍ୟାଚ ଦେଖିବେ ଦର୍ଶକ। Fih Odisha Mens Hockey World Cupର ଆୟୋଜନ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକିର ବର୍ତ୍ତମାନ ପ୍ରସ୍ତୁତି ଯେମିତି ଆକାଶ ଛୁଆଁ ଏହାର ପ୍ରରମ୍ଭିକ ଯୋଜନା ବି ସେତିକି ରୋଚକ ପୂର୍ଣ୍ଣ। ବିଶ୍ୱ ଦେଖୁଥିବା ହକି ବିଶ୍ୱକପର ଆୟୋଜନର ସ୍ୱପ୍ନ ଭାରତର ହିଁ ଥିଲା। ଯେଉଁଠି ପଡିଥିଲା ହକିର ମୂଳଦୁଆ।

ହକି ୱାର୍ଲ୍ଡ କପ ଆୟୋଜନର ସ୍ୱପ୍ନ ଦେଖିଥିଲା ଭାରତ
ଭାରତ ଏବଂ ପଡ଼ୋଶୀ ରାଷ୍ଟ୍ର ପାକିସ୍ଥାନ ହକି ୱାର୍ଲ୍ଡ କପ ଆୟୋଜନର ପରିକଳ୍ପନା କରିଥିଲେ।ଭାରତର ପ୍ରସ୍ତାବକୁ ସମ୍ମତି ଦେଇଥିଲେ ପାକିସ୍ତାନର ଚିଫ୍ ମାର୍ଶଲ ନୁର୍ ଖାନ୍। ୧୯୬୯ରେ ଦୁଇ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ହକି ଫେଡ଼େରେସନରେ ପ୍ରସ୍ତାବ ଦିଆଯାଇଥିାଲା। ଏପରିକି ପ୍ରଥମ ମ୍ୟାଚ୍ ପାକିସ୍ତାନରେ ଖେଳାଯାଉ ବୋଲି ନୁର୍ ଖାଁ ପ୍ରସ୍ତାବ ରଖିଥିଲେ। ମାତ୍ର ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ଅନୁଧ୍ୟାନ କରି ଏ ପ୍ରସ୍ତାବ ଖାରଜ ହୋଇଥିଲ। ସ୍ପେନରେ ଖେଳା ଯାଇଥିଲା ପ୍ରଥମ ମ୍ୟାଚ୍। ୧୯୭୧ ଅକ୍ଟୋବର ୧୫ ରୁ ୨୪ ଯାଏଁ ବିଶ୍ୱ ଦେଖିଥିଲା ହକି ଖେଳାଳୀଙ୍କ ଲଢେଇ।

ସେବେଠାରୁ ଏ ପର୍ଯ୍ୟନ୍ତ ୧୪ ଥର ହକି ୱାର୍ଲ୍ଡ କପ ଆୟୋଜନ ହୋଇଛି। ସର୍ବାଧିକ ଥର କପ୍ ହାତେଇଛି ପାକିସ୍ତାନ। ପାକିସ୍ତାନ ୪ ଥର ଟାଇଟେଲ୍ ହାତେଇଥିଲା ବେଳେ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ ୱାର୍ଲ୍ଡ କପ ହାତେଇଛନ୍ତି। ହକି ୱାର୍ଲ୍ଡ କପରେ ଜର୍ମାନୀକୁ ୨ଟି,ବେଲଜିୟମକୁ ଗୋଟାଏ ଏବଂ ଭାରତକୁ ଗୋଟାଏ ଥର ବିଜୟ ମିଳିଛି।
ବର୍ଷ ବିଜେତା
୧୯୭୧ ପାକିସ୍ତାନ
୧୯୭୩ ନେଦରଲ୍ୟାଣ୍ଡ
୧୯୭୫ ଇଣ୍ଡିଆ
୧୯୭୮ ପାକିସ୍ତାନ
୧୯୮୨ ପାକିସ୍ତାନ
୧୯୮୬ ଅଷ୍ଟ୍ରେଲିଆ
୧୯୯୦ ନେଦରଲ୍ୟାଣ୍ଡ
୧୯୯୪ ପାକିସ୍ତାନ
୧୯୯୮ ନେଦରଲ୍ୟାଣ୍ଡ
୨୦୦୨ ଜର୍ମାନୀ
୨୦୦୬ ଜର୍ମାନୀ
୨୦୧୦ ଅଷ୍ଟ୍ରେଲିଆ
୨୦୧୪ ଅଷ୍ଟ୍ରେଲିଆ
୨୦୧୮ ବେଲଜିୟମ୍

୪୮ବର୍ଷ ପରେ ଟ୍ରାକକୁ ଫେରିବ କି ଭାରତ?
ଆଜି ହକି ଗ୍ରାଉଣ୍ଡରେ ଭାରତ ଓ ସ୍ପେନର ମହାଲଢେଇ ହବାକୁ ଯାଉଛି। ଟ୍ରାକ୍ ରେକର୍ଡ କହୁଛି ୪୮ ବର୍ଷ ଧରି ଭାରତ ହକି ୱାର୍ଡ କପରେ ସେମି ଫାଇନାଲରେ ବି ପହଞ୍ଚି ପାରିନି। ୧୯୭୧ ର ପ୍ରଥମ ହକି ୱାର୍ଲ୍ଡ କପରେ ବ୍ରୋଞ୍ଚ ପଦକ ହାତେଇଥିଲା ବେଳେ ଦ୍ୱିତୀୟ ବିଶ୍ୱକପରେ ରନର୍ସ ଅପ ହୋଇ ପାଇଥିଲା ସିଲ୍ଭର ମେଡ଼ାଲ। ୧୯୭୫ ରେ ଅଜିତ ପାଲ ସିଂ ଙ୍କ ନେତୃତ୍ୱରେ ଭାରତ ୱିନର ହୋଇଥିଲା।ତା ପରଠୁ ଭାରତ ସେମି ଫାଇନାଲ ଗ୍ରାଉଣ୍ଡରେ ବି ପହଞ୍ଚିନି। ୨୦୨୩ର ଏହି ମ୍ୟାଚରେ ଭଲ ପ୍ରଦର୍ଶନ କଲେ ଭାରତ ହୁଏତ ୪୮ ବର୍ଷର ସେ ରେକର୍ଡ ରିପିଟ୍ କରିପାରେ।
ଏ ଷ୍ଟୋରୀ ଲେଖିଛନ୍ତି -ରଶ୍ମିତା ବେହେରା
Connect With Us