କଂଗ୍ରେସକୁ ଅଡୁଆରେ ପକାଇବ ଦିଲ୍ଲୀ ଫାଇଲ୍ସ !

ହିନ୍ଦୀ ସିନେମା ‘ଦ-କାଶ୍ମୀର-ଫାଇଲସ୍’କୁ ସଫଳତା ମିଳିବା ପରେ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ନିଜର ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। ସେହି ଚଳଚ୍ଚିତ୍ରର ନାଁ ରହିଛି ‘ଦିଲ୍ଲୀ ଫାଇଲସ୍’। ୧୯୮୪ରେ ଦିଲ୍ଲୀ ଦଙ୍ଗାରେ ଶିଖମାନଙ୍କୁ ହତ୍ୟା ଏବଂ ଅମାନୁଷିକ ଅତ୍ୟାଚାରକୁ ନେଇ ଫିଲ୍ମ ‘ଦିଲ୍ଲୀ ଫାଇଲସ୍’ ପର୍ଯ୍ୟବେଶିତ।
Few years back, I started telling untold stories of independent India.
1. #TheTashkentFiles – Right To Truth.
2. #TheKashmirFiles – Right To Justice (releasing soon)Happy to announce the last & the boldest of the trilogy:
3. #TheDelhiFiles – Right To Life.
Pl bless us. pic.twitter.com/gBJtX4ilZR
— Vivek Ranjan Agnihotri (@vivekagnihotri) September 13, 2021
ଯେବେ ଜଳୁଥିଲା ଦିଲ୍ଲୀ
ପଞ୍ଜାବର ସୂର୍ଣ୍ଣମନ୍ଦିର ମଧ୍ୟରେ ଛପି ରହିଥିବା ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅପରେସନ୍ ବ୍ଲୁ-ଷ୍ଟାର ଅଭିଯାନ ଚଳାଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୁଇ ଅଙ୍ଗରକ୍ଷୀ ବିଅନ୍ତ ସିଂ ଏବଂ ସତ୍ୱନ୍ତ ସିଂ ପ୍ରତିଶୋଧ ପରାୟଣ ହୋଇଥିଲେ। ୩୧ ଅକ୍ଟୋବର ୧୯୮୪ରେ ପ୍ରଧାନମନ୍ତ୍ରୀ ଆବାସିକ କାର୍ଯ୍ୟାଳୟରେ ସେମାନେ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ହତ୍ୟାକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ହୋଇଥିଲା। ଇନ୍ଦିରାଙ୍କ ଦୁଇ ହତ୍ୟାକାରୀ ଶିଖ୍ ସମ୍ପ୍ରଦାୟର ହୋଇଥିବା ହେତୁ କଂଗ୍ରେସ ସମର୍ଥକମାନେ ସମଗ୍ର ଶିଖ୍ ସମ୍ପ୍ରଦାୟକୁ ଦାୟୀ କରିଥିଲେ। ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂ, ଶିଖ୍ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡିଥିଲା।

କଂଗ୍ରେସ ପାଇଁ ଅଡୁଆ
ଶିଖ୍ ନରସଂହାର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଏପରିକି ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ କ୍ଷମତାକୁ ସଂକୁଚିତ କରା ଯାଇଥିଲା। କଂଗ୍ରେସ ନେତା ସଜ୍ଜନ ଶର୍ମାଙ୍କ ନେତୃତ୍ତ୍ୱରେ ଶିଖ୍ ସମ୍ପ୍ରଦାୟ ଉପରେ ଆକ୍ରମଣ ହୋଇଥିଲା। ଏହିଭଳି ଏକ ସତ୍ୟ ଘଟଣା ଉପରେ ଚଳଚ୍ଚିତ୍ର ଦିଲ୍ଲୀ-ଫାଇଲ୍ସ ନିର୍ମାଣ ହେଉଛି। ତେବେ ରାଜୀବ ଗାନ୍ଧି, ନରସିଂହ ରାଓ ଏବଂ ସଜ୍ଜନ ଶର୍ମାଙ୍କ ଭୂମିକାକୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କିପରି ପ୍ରଦର୍ଶିତ କରାଉଛନ୍ତି, ତାକୁ ଅପେକ୍ଷା ରହିଛି। ଦିଲ୍ଲୀ ଫାଇଲସ୍ ଅଭିଷେକ ଅଗ୍ରୱାଲ ଆର୍ଟ ଏବଂ ବିବେକଙ୍କ ଆଇ ଆମ୍ ବୁଦ୍ଧ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହେଉଛି।
ଦେଶ ଦେଖୁଛି ଅନାଲୋଚିତ ଅଧ୍ୟାୟ
ବିବେକ ଅଗ୍ନିହୋତ୍ରୀଙ୍କ ଦ-କାଶ୍ମିର୍-ଫାଇଲ୍ସ ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ୧୯୯୦ରେ କଶ୍ମୀରରେ ଗଣହତ୍ୟାର ଶୀକାର ହୋଇଥିବା ହିନ୍ଦୁ-ପଣ୍ଡିତଙ୍କୁ ନେଇ ଚିତ୍ରିତ ହୋଇଥିଲା। କାଶ୍ମୀର ପଣ୍ଡିତଙ୍କ ପ୍ରତି ଅନ୍ୟାୟ ଓ ଅକଥନୀୟ ନିର୍ଯ୍ୟାତନାର ନିଚ୍ଛକ କାହାଣୀ ଫିଲ୍ମରେ ଦର୍ଶାଯାଇଛି। ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଋଷିଆରେ ରହସ୍ୟ ଜନକ ମୃତ୍ୟୁ ଉପରୁ ପରଦା ହଟାଇବାକୁ ସେ ପ୍ରସ୍ତୁତ କରିଥିବା ଦ-ତାସକେଣ୍ଟ ଫାଇଲ୍ସ। ସେହି ସିନେମାଟି ମଧ୍ୟ ଲୋକପ୍ରିୟତା ସାଉଁଟିଛି। ଏବେ ଦିଲ୍ଲୀ-ଫାଇଲ୍ସକୁ ନେଇ ଦେଶବାସୀ ବେଶ୍ ଉତ୍ସାହିତ ଅଛନ୍ତି।ଦେଶର ଅନେକ ଅନାଲୋଚିତ ଅଧ୍ୟାୟକୁ ଲୋକଙ୍କ ଆଗରେ ବଖାଣୁ ଥିବାରୁ ବିବେକ ଅଗ୍ନିହୋତ୍ରୀ ଲୋକପ୍ରିୟ ହୋଇପାରିଛନ୍ତି।
Connect With Us