ଓଡିଶାରେ ପ୍ରଳୟର ପରୀକ୍ଷଣ!

ଭାରତର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’କୁ ଓଡ଼ିଶାସ୍ଥିତ ‘ଏପିଜେ ଅବ୍ଦୁଲ୍ କଲାମ୍ ଦ୍ବୀପ’ରୁ ଦ୍ବିତୀୟ ବାର ପରୀକ୍ଷା କରିଛି।ଉନ୍ନତ କରାଯାଇଥିବା ଉକ୍ତ କ୍ଷେପଣାସ୍ତ୍ରଟି ସଫଳତାର ସହ ଉତ୍କ୍ଷେପଣସ୍ଥଳରୁ ୫୦୦ କିଲୋମିଟର୍ ଦୂର ଲକ୍ଷ୍ୟ ଭେଦ କରିଛି। ଯେକୗଣସି ପାରମ୍ପରିକ କ୍ଷେପଣାସ୍ତ୍ରର ମୁକାବିଲା କରିପାରିବଓ ଉଭୟ ସ୍ଥଳ ଓ ସମୁଦ୍ରରେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସମର୍ଥ ହେବ।

ପ୍ରଳୟ
ପ୍ରମୁଖ ଭୁମିକାରେ ପ୍ରଳୟ!
‘ନୋ ଫାଷ୍ଟ୍ ୟୁଜ୍’ ପାରମାଣବିକ ନୀତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଭାରତ ପାଖରେ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନ ଥିବାରୁ ‘ପ୍ରଳୟ’ର ପୁନର୍ବିକାଶ ଅତି ଗୁରୁତ୍ବପୂର୍ଣ୍ଣ ଅଟେ।କ୍ରମାଗତ ଦୁଇ ଦିନ ଧରି ସଫଳତାର ସହ ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ମଧ୍ୟ ଦେଶ ପାଇଁ ପ୍ରଥମ ଐତିହାସିକ ଘଟଣା।କଠିନ ଇନ୍ଧନରେ ଚାଲୁଥିବା ଯୁଦ୍ଧକ୍ଷେତ୍ରର ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ‘ଡିଫେନ୍ସ୍ ରିସର୍ଚ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ)। ‘ଇଣ୍ଡିଆନ୍ ବାଲିଷ୍ଟିକ୍ ମିସାଇଲ୍ ପ୍ରୋଗ୍ରାମ୍’ର ‘ପୃଥ୍ବୀ ଡିଫେନ୍ସ୍ ଭେଇକ୍ଲ୍’ରୁ ଏହାକୁ ନିକ୍ଷେପ କରାଯାଏ।
Connect With Us