ନଭେମ୍ୱର ୩ ରେ ହେବ ଧାମନଗର ଉପନିର୍ବାଚନ। ଧାମନଗର ରାଜନୀତି ପାଣିପାଗ ଧିରେଧିରେ ଅଧିକ ଉଷ୍ମ ହେଲାଣି। ବିଜେପି ତରଫରୁ  ଦିବଂଗତ ବିଧାୟକଙ୍କ ପୁଅ ସୂରଜ ସୂର୍ଜ୍ୟବଂଶୀ ପ୍ରାର୍ଥି ହୋଇଛନ୍ତି। ସୂରଜ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥି କରିଛି। ସସ୍ପେନ୍ସର ଅନ୍ତ ଘଟାଇ ବିଜୁ ଜନତା ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେବାପରେ  ଏବେ ଅନ୍ତରୀଣ ବିବାଦର ଚିତ୍ର ସ୍ପଷ୍ଟ ହୋଇଛି। ଲବିରେ ଥିବା ବିଜେଡ଼ି ନେତା ରାଜେନ୍ଦ୍ର ଦାସ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହିତ ଟିକଟ ନ ମିଳିଥିବାରୁ ଅସନ୍ତୁଷ୍ଟି ସ୍ୱୀକାର କରୁଛନ୍ତି। ସେ ସ୍ୱାଧିନ ପ୍ରାର୍ଥୀ ହୋଇ ନାମାଙ୍କନ ଭରିବୋ ବୋଲି ଅନୁମାନ କରାଯାଉଛି। ଯଦି ଏପରି ହୁଏ ବିଜେଡ଼ି ପାଇଁ ସମର୍ଥନ ସଂଖ୍ୟା କମିପାରେ ବୋଲି ଚର୍ଚ୍ଚା ହେଉଛି।

ସ୍ୱାଧିନ ପ୍ରାର୍ଥୀ ହେବେ ରାଜେନ୍ଦ୍ର ଦାସ!
ବିଜେପିର ଅନୁକମ୍ପା କାର୍ଡକୁ ମାତ୍ ଦେବାକୁ ବିଜେଡ଼ି ଚତୁରତାର ସହତ ମଳିଳାର କାର୍ଡ ଖେଳିଛି।
ଧାମନଗର ନିର୍ବାଚନମଣ୍ଡୀରେ ହେବାକୁ ଥିବା ଉପନିର୍ବାଚନରେ ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଅବନ୍ତୀ ହେଉଛନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା। ତିହିଡି ବ୍ଲକରେ ତାଙ୍କର ଦବ୍‌ଦବାକୁ ଲକ୍ଷ କରି ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରିଛି। ମାତ୍ର ଏଥିରେ ଅସନ୍ତୁଷ୍ଟ ହୋଇଛନ୍ତି  ପୁର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ। ବିଜେଡି ପ୍ରାର୍ଥୀ ଘୋଷଣା ପରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସଂପୂର୍ଣ୍ଣ ସହଯୋଗ  କରିବେ ବୋଲି କହିଥିବା ବେଳେ ଆଜି କିନ୍ତୁ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସେ ଅବନ୍ତୀଙ୍କୁ ସେ ସମର୍ଥନ କରିବେ ନାହିଁ। ତାଙ୍କ ପକେଟ ଭୋଟ ଏବେ ବିଜେନି ଖାତାକୁ ଯିବନାହିଁ ବୋଲି ଅନୁମାନ କରାଯାଉଛି।

ବିଧାୟକରୁ ବିଦ୍ରୋହୀ:ଫାଇଦା ନେବେ କି ବିରୋଧି
ବିଜେଡ଼ି ଧମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ  ଘୋଷଣା କଳାପରେ ଦଳୀୟ ବିବାଦ ମୁଣ୍ଡ ଟେକିଛି। ଏନେଇ ବିଜେଡ଼ି ନେତା ତଥା ପୁର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ରେସରୁ ବାଦ ପଡ଼ିବା ପରେ ସେ ସ୍ୱାଧିନ ପ୍ରାର୍ଥି ସାଜି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ଧାମନଗର ନିର୍ବାଚନରେ ବିଜେଡ଼ିକୁ ପରାଜୟର ସ୍ୱାଦ ଚଖିବାକୁ ପଡ଼ିପାର। ବିଷ୍ଣୁଙ୍କ ଦେହାନ୍ତ ପରେ ସାନ୍ତ୍ୱନା ଭୋଟ ତାଙ୍କ ଭୋଟବ୍ୟାଙ୍କ ବଢ଼ାଇପାରେ।ବି ଜେଡ଼ିର ଦୁଇ ନେତା ନିର୍ବାଚନକୁ ଓହ୍ଲାଇବା ଦଳ ପାଇଁ ମଧ୍ୟ ଶୁଭଙ୍କର ନୁହେଁ। ରାଜେନ୍ଦ୍ର ପୁର୍ବରୁ ଦୁଇ ଦୁଇଥର ନିର୍ବାଚନ  ଲଢ଼ି ପକେଟ ଭୋଟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ୨୦୦୯ରେ ସେ୭୧,୫୩୮ ଭୋଟ୍ ପାଇ ବିଧାୟକ ହୋଇଥିେଲ। ମାତ୍ର ୨୦୧୪ ରେ ତାଙ୍କର ଟିକେଟ କଟିଥିଲା ।ତାଙ୍କ ସ୍ଥାନରେ ମୁକ୍ତିକାନ୍ତ ମଣ୍ଡଳ ବିଜେଡ଼ି ପ୍ରାର୍ଥୀ ହୋଇ ବିଜୟଲାଭ କରିଥିଲେ। ୨୦୧୯ରେ ପୁନଶ୍ଚ ତାଙ୍କୁ ଟିକେଟ ଦେଇଥିଲଶ ବିଜେଡ଼ି। ମାତ୍ର ବିଷ୍ଣୁଙ୍କଠୁ ୫୦୪୪ ଭୋଟରେ ପଛରେ ରହି ସେ ହାରିଯାଇଥିଲେ। ବିଷ୍ଣୁ ସେଠୀଙ୍କୁ ୪୮,୪୨୪ଭୋଟ ମିଳିଥିଲା ବେଳେ ରାଜେନ୍ଦ୍ରଙ୍କୁ ୪୩,୪୮୦ ଭୋଟ ମିଳିଥିଲା। ସେ ନିଜର ଏକ ସଂଗଠନ ଗଢ଼ିବାରେ ମଧ୍ୟ ସଫଳ ହୋଇଛନ୍ତି। ଉପନିର୍ବାଚନରେ ସେ ରେସରେ ଥାଇ ଟିକେଟ ନ ପାଇବାରୁ ସ୍ୱାଧିନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଥିବା ସୁଚନା ମିଳୁଛି। ତେବେ ଯଦି ଏଭଳି ହୁଏ ବିଜେଡ଼ିର ଭୋଟ ବ୍ୟାଙ୍କ ପ୍ରଭାବିତ ହେବା ସହିତ ଏହା ଅନ୍ୟ ଦଳ ପାଇଁ ବିଜୟର ପଥ ଖୋଲିପାରେ ବୋଲି ରାଜନୈତୀକ ବିଶେଷଜ୍ଞ ମତ ରଖୁଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା