ଉତ୍ତର କୋରିଆରେ ହସିବା ଉପରେ ରୋକ୍!ଜାଣନ୍ତୁ କାରଣ

ଉତ୍ତର କୋରିଆର ଅଜବ କଟକଣାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି।ହସିବା ଉପରେ ଲାଗିଛି ରୋକ୍!ମଦ ପିଇବା ଏବଂ ସପିଂ କରିବାକୁ ମଧ୍ୟ ବାରଣ।ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏହି ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ମୁତାବକ କିମ୍ ଗତ ଶୁକ୍ରବାର ଠାରୁ ଆସନ୍ତା ୧୧ ଦିନ ପାଇଁ ଦେଶରେ ଜାତୀୟ ଶୋକ ଘୋଷଣା କରିଛନ୍ତି।ନାଗରିକମାନଙ୍କର ସମସ୍ତ ଅବକାଶ କାର୍ଯ୍ୟ ବନ୍ଦ ରହିବ ବୋଲି କୁହାଯାଇଛି।
କାହିଁକି ଏ ଅଜବ କଟକଣା!
ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସନ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ପ୍ରତିବନ୍ଧକକୁ ସାଧାରଣ ଲୋକ ମାନିବାକୁ ବାଧ୍ୟ ହୋଇଛନ୍ତି।ଏପରିକି ଦୈନନ୍ଦିନ ଜିନିଷ କିଣିବା ପାଇଁ ମଧ୍ୟ ଘରୁ ବାହାରିବା ଉପରେ କଟକଣା ଲାଗିଛି।ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି।କିମ ଜୋଙ୍ଗ-ଇଲଙ୍କ ଦଶମ ମୃତ୍ୟୁ ବାର୍ଷିକୀ ପାଳନ ପାଇଁ ଏପରି କଟକଣା ହୋଇଛି।

କାନ୍ଦିବା ଉପରେ ବି କଟକଣା
କେବଳ ହସ ନୁହେଁ କାନ୍ଦିବା ଉପରେ ମଧ୍ୟ କଟକଣା ଲଗାଯାଇଛି।ଏପରିକି ଯଦି ଏହି ୧୧ ଦିନର ଶୋକ ସମୟରେ ଯଦି କେହି ମରିଯାଏ,ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ଉଚ୍ଚ ସ୍ୱରରେ କାନ୍ଦିବାକୁ ମଧ୍ୟ ଅନୁମତି ନାହିଁ।କେବଳ ଶବକୁ ଶେଷ ରୀତିନୀତି ପାଇଁ ଅନୁମତି ମିଳିଛି। ସେହିପରି ଲୋକମାନେ ଶୋକ ସମୟରେ ଜନ୍ମଦିନ ମଧ୍ୟ ପାଳନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
Connect With Us