‘ବ୍ଲାକବେରୀ’ର ଯୁଗ ଶେଷ

ଅତୀତର ଜଣାଶୁଣା ତଥା ପ୍ରସିଦ୍ଧ ମୋବାଇଲ୍ କମ୍ପାନୀ ‘ବ୍ଲାକବେରୀ’ର ଚାହିଦା ଧିରେଧିରେ କମିବାରେ ଲାଗିଛି । ‘ବ୍ଳାକବେରୀ’ ଫୋନ୍ ମାର୍କେଟରୁ ଦୂରେଇ ଗଲାଣି।ଦିନ ଥିଲା ଏହି କମ୍ପାନୀର ଫୋନ୍ ଧରିବା ପାଇଁ ପାଗଳ ଥିଲେ ଲୋକେ। କିନ୍ତୁ ଆଜି ଏହାକୁ ଆଉ କିଏ ପଚାରୁ ନାହାନ୍ତି। ଏବେ ବଜାରରେ ଆଇଫୋନ୍ ଓ ଆଣ୍ଡ୍ରାଏଡ୍ ଫୋନ୍ର ଦବ୍ଦବା ରହିଛି।
ସ୍ମାର୍ଟଫୋନ ମାର୍କେଟ୍ରେ କମିଗଲାଣି ‘ବ୍ଲାକବେରୀ’ର ଜଲୱା। କିନ୍ତୁ ଏବେବି ଅନେକ ଲୋକଙ୍କ ପାଖରେ ବ୍ଲାକବେରୀ ଫୋନ୍ ରହିଛି। ଯେଉଁମାନଙ୍କ ପାଖରେ ବ୍ଲାକବେରୀ ଫୋନ୍ ଅଛି, ସେମାନଙ୍କ ଅସୁବିଧା ଏବେ ବଢ଼ିପାରେ। କାରଣ ନିକଟରେ କମ୍ପାନୀ ତା’ର ସମସ୍ତ କ୍ଲାସିକ୍ ସ୍ମାର୍ଟଫୋନ୍ ମଡେଲ୍କୁ ବନ୍ଦ କରିବା ପାଇଁ ଘୋଷଣା କରିଛି। ଏହାର ଅର୍ଥ ହେଉଛି ଯେଉଁ ୟୁଜର୍ସମାନେ ବ୍ଲାକବେରୀ କ୍ଲାସିକ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ସେମାନେ ଆଉ ଏହାକୁ ବ୍ୟବହାର କରିପାରିବେ ନାହିଁ।

ବନ୍ଦ ହେବ ‘ବ୍ଳାକବେରୀ’ ଫୋନ୍
କ୍ଲାସିକ୍ ସ୍ମାର୍ଟଫୋନ ତଥା BlackBerry 7.1 OS, BlackBerry 10 software, BlackBerry PlayBook OS 2.1 ଏବଂ ଏହା ପୂର୍ବରୁ ଆସିଥିବା ବ୍ଲାକବେରୀର ସମସ୍ତ ଫୋନ୍ ବନ୍ଦ ହୋଇଯିବ। ଏହି ଫୋନ୍ଗୁଡିକରେ କୌଣସି ଅପ୍ଡେଟ୍ ମିଳିବ ନାହିଁ। ଅର୍ଥାତ୍ ସେଲୁଲର ବା ୱାଇ-ଫାଓ କନେକ୍ଟିଭିଟିରେ ମଧ୍ୟ ବ୍ଲାକବେରୀ ଫୋନ୍ ଡାଟା ଏକ୍ସେସ୍, ଫୋନ୍ କଲ୍, ଟେକ୍ଷ୍ଟ ମେସେଜ ପଠାଇବା ବା ଜରୁରୀକାଳୀନ ବୈଶିଷ୍ଟ ସେବା ମଧ୍ୟ ହରାଇବେ।
TCL ଫେବ୍ରୁଆରୀ ୨୦୨୦ରେ ଆଉ ବ୍ଲାକବେରୀ ଫୋନ୍ ଲଞ୍ଚ କରିବ ନାହିଁ ବୋଲି ଘୋଷଣା କରିଥିଲା। ଏହା ପୂର୍ବରୁ ବ୍ଲାକବେରୀର ଲାଇସେନ୍ସ ପ୍ରାପ୍ତ କମ୍ପାନୀ ୨୦୧୮ ଯାଏଁ ବଜାରକୁ ଫୋନ୍ ଆଣିଥିଲା। ଟେକ୍ସାସ୍ ଭିତ୍ତିକ କମ୍ପାନୀ ଅନୱାର୍ଡ ମୋବିଲିଟି ୨୦୨୦ରେ ବ୍ଲାକବେରୀର 5G ଫୋନର ଟିଜର ରିଲିଜ୍ କରିଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫୋନ ଲଞ୍ଚ ହୋଇନାହିଁ।ଏହା କେବେ ଉପଲବ୍ଧ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।ଗ୍ରାହକଙ୍କ ପାଇଁ ଏହା ଅସୁବିଧାର କାରଣ ହୋଇପାରେ।
Connect With Us