କୋହଲିଙ୍କ ଦଶା ଭୋଗିବେ କି ହିଟମ୍ୟାନ୍ ରୋହିତ
ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନକୁ ନେଇ ଏବେ ଅନେକ ମାତ୍ରାରେ ଅସନ୍ତୋଷ ସୃଷ୍ଟି ହେଉଛି। ଟି-୨୦ ବିଶ୍ୱକପ୍ ସେମିଫାଇନାଲରୁ ବିଦା ହୋଇଛି ଟିମ୍ ଇଣ୍ଡିଆ। ଏ ନେଇ BCCI ବଡ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଟିମର ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ଆସିପାରେ। ଟିମରେ ଖେଳାଳୀ ଚୟନ ଠାରୁ ଆରମ୍ଭ କରି ଅଧିନାୟକ ପଦ ଯାଏଁ ପରିବର୍ତ୍ତନର ଆଶଙ୍କା କରାଯାଉଛି। BCCI ର ଏହି ଫର୍ମୁଲା ଅନୁଯାୟୀ, ଟି-୨୦ ଅଧିନାୟକ ପଦରୁ ରୋହିତ ଶର୍ମା ବିଦା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଅଧିନାୟକ ପଦରେ ହୋଇପାରେ ଅଦଳବଦଳ
ଇଣ୍ଡିଆ ଟିମର ଅଧିନାୟକ ଆସନରେ ପରିବର୍ତ୍ତନର ଆଶଙ୍କା କରାଯାଉଛି। ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ନିଯୁକ୍ତ କରିପାରେ BCCI। ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହାକୁ ଲାଗୁ କରିବାକୁ BCCI ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ଦୁଇ ଅଲଗା ଅଲଗା ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇପାରେ। ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି। ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ହେବା ପରେ ଏହା ଉପରୁ ପରଦା ହଟିବ। ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଥିଲା।
କିନ୍ତୁ ୨ଟି ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ପରମ୍ପରା ବେଶି ଦିନ ତିଷ୍ଠି ନଥିଲା। ପରବର୍ତ୍ତୀ ସମୟରେ ଦିନିକିଆ ଅଧିନାୟକ ପଦ ମଧ୍ୟ କୋହଲିଙ୍କୁ ଛାଡିବାକୁ ପଡିଥିଲା। ରୋହିତ ମଧ୍ୟ ସମାନ ଦଶା ଭୋଗି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି ହୁଏ ରୋହିତଙ୍କ ଅଧିନାୟକ ପଦବୀ ଯାଇପାରେ ବୋଲି ଚର୍ଚ୍ଚା ହେଉଛି।
Connect With Us