ଅଡ଼ୁଆାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପୁଣି ଏକ ବିବାଦରେ ଛନ୍ଦି ହୋଇଛନ୍ତି। OHRDC ମାମଲାର ଶୁଣାଣୀ ପରେ ବିଧାୟକଙ୍କ ଚିନ୍ତା ବଢ଼ିଛି। କୋର୍ଟଙ୍କ ରାୟ ପରେ ମହମ୍ମଦ ମୋକିମ ବିଧାୟକ ପଦ ହରାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଦେଢ଼ କୋଟିର ଋଣ ଠକେଇ ମାମଲାରେ ମୋକିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୋକିମଙ୍କୁ କଟକ ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ୨୦୧୩ରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ୨ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହେଲେ ବିଧାୟକ ଓ ସାଂସଦ ପଦ ହରାଇବାର ବ୍ୟବସ୍ଥା ଥିଲାବେଳେ ମୋକିମଙ୍କ ରାଜନୈତୀକ ଜୀବନର ରୂପରେଖ କ’ଣ ହେବ ଓ ସେ ତାଙ୍କର ବିଧାୟକ ପଦ ହରାଇବେ କି ନାହିଁ ସେ ନେଇ ଚର୍ଚ୍ଚା ଚାଲିଛି।
ଜେଲ୍ ନା ବେଲ୍! କ’ଣ ରହିବ ମୋକିମଙ୍କ ଦିଗ
1999 ରେ ଏକ ହାଉସିଂ ଲୋନ୍ ନେଇ ନ ଶୁଝିବା ଅଭିଯୋଗରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମୋକିମ। ଭିଜିଲାନ୍ସ କୋର୍ଟ ଏ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୋକିମଙ୍କୁ ତିନି ବର୍ଷର ଜେଲ୍ ଦଣ୍ଡାଦେଶ ମଧ୍ୟ ଦିଆଯାଇଛି। ଏ ସମ୍ପର୍କରେ ମୋକିମ୍ କହିଛନ୍ତି ଯେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ଜାମିନ୍ ଦେଇଛନ୍ତି। ସେ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ଭିଜିଲାନ୍ସ କୋର୍ଟ ଯେଉଁ ଘଟଣାରେ ତାଙ୍କୁ ଦଣ୍ଡିତ କରିଛି ଯଦି ସେହି ନିଷ୍ପତ୍ତି ଉପରେ ହାଇକୋର୍ଟ ରହିତାଦେଶ ଦିଏ ତେବେ ହୁଏତ ମୋକିମ୍ ଏଥିରୁ ବର୍ତ୍ତିପାରନ୍ତି ବୋଲି ବିଶେଷଜ୍ଞ ମତ ରଖୁଚନ୍ତି। ଯଦି ଏଭଳି ନ ହୁଏ ତେବେ ମୋକିମଙ୍କୁ ଜେଲର ଦ୍ୱାରସ୍ଥ ହେବାକୁ ପଡିପାରେ।
ହରାଇବେକି ବିଧାୟକ ପଦ!
୨୦୧୩ ସୁପ୍ରିମକେ।ର୍ଟଙ୍କ ର।ୟ ଆଧ।ରରେ ମେ।କିମଙ୍କ ବିଧ।ନସଭ। ସଦସ୍ୟତ। ପଦ ରଦ୍ଦ ହୋଇପାରେ ବୋଲି ଆାଙ୍କା କରାଯାଉଛି। ୨୦୧୩ ଜୁଲ।ଇ ୧୦ ତ।ରିଖରେ ଲିଲି ଥେ।ମ।ସ୍ ବନ।ମ ଭ।ରତ ସରକ।ର ମ।ମଲ।ର ବିଚ।ର କରି ସୁପ୍ରିମକେ।ର୍ଟର ବିଚ।ରପତି ଜଷ୍ଟିସ ଅନଙ୍ଗ କୁମ।ର ପଟ୍ଟନ।ୟକ ଓ ଜଷ୍ଟିସ୍ ଏସ୍.ଜେ. ମୁଖେ।ପ।ଧ୍ୟ।ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଧ।ୟକ,ସାଂସଦଙ୍କ ସଦସ୍ୟତ। ରଦ୍ଦ ସଂପର୍କରେ ର।ୟ ପ୍ରକ।ଶ କରିଥିଲେ। ଅଦ।ଲତରେ ଦେ।ଷୀ ସ।ବ୍ୟସ୍ତ ହେବ।ପରେ ବିଧ।ୟକ ଓ ସାଂସଦଙ୍କୁ ଯେଉଁ ସୁରକ୍ଷ। ମିଳୁଥିଲ।, ତ।ହ। ମିଳିପ।ରିବ ନ।ହିଁ ବେ।ଲି ସେହି ର।ୟରୁ ସ୍ପଷ୍ଟ ହେ।ଇଥିଲ।। ର।ୟ ଅନୁଯ।ୟୀ ଯଦି ବିଧ।ୟକ, ସାଂସଦ ଅଥବ। ବିଧ।ନ ପରିଷଦ ସଦସ୍ୟ କୌଣସି ମ।ମଲ।ରେ ୨ ବର୍ଷରୁ ଅଧିକ କ।ର।ଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ର।ୟ ପ୍ରକାଶ ପ।ଇବ। ସମୟରୁ ହିଁ ତ।ଙ୍କ ସଦସ୍ୟ ପଦ ରଦ୍ଦ ହେ।ଇଯିବ। ଏପରିକି ଗୋଟାଏ ନିର୍ବାଚନରେ ଅବ୍ୟାହତି ମଧ୍ୟ ଘୋଷଣା ହୋଇପାରେ। ମୋକିମଙ୍କୁ ଏ ମାମଲାରେ ତିନି ବର୍ଷ ଦଣ୍ଡାଦେଶ ମିଳିଥିଲା ବେଳେ ତାଙ୍କର ରାଜନୈତୀକ କ୍ୟାରୀୟର ବିପଦରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା