ଦେଶବ୍ୟାପୀ ପ୍ରବଳ ଉତ୍ସାହ ଓ ଉଦ୍ଧୀପନାର ସହିତ ନୌସେନା ଦିବସ ପାଳନ କରାଯାଉଛି। ନୌସେନା ବିଭାଗର କୀର୍ତ୍ତି,ପରାକ୍ରମ ଓ ବିଜୟ ଗାଥାର ସ୍ମାରକୀ ଉତ୍ସବ ହେଉଛି ଡିସେମ୍ବର ୪। ତେବେ ଏହି ଦିବସ ପାଳନ ପଛରେ ବହୁତ କିଛି ତଥ୍ୟ ଲୁଚିରହିଛି ଯାହା ଏବେବି ଅନେକଙ୍କୁ ଅଜଣା।
୪ଟି ବୋଟ୍, ବନ୍ଦ ଲଫାପା, ୬ମିସାଇଲ୍ ଓ ସେଦିନର ଛାତିଥରା ରାତି
୧୯୭୧ମସିହା ଡିସେମ୍ବର ୪ରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଘଟିଥିବା ଅଭୁଲା ଘଟଣା ଏହି ଦିବସ ପାଳନର ମୁକସାକ୍ଷୀ। ଭାରତୀୟ ନୌସେନାର ପରାକ୍ରମ ଓ ପାକିସ୍ଥାନର ପରାଜୟ ଅନୁରୁପ ଭାବେ ଡିସେମ୍ବର ୪ ର ଡେଙ୍ଗୁରା ପିଟେ। ୧୯୭୧ ମସିହାର ସେହି ରାତିରେ ଭାରତୀୟ ନୌସେନା କରାଚୀ ଉପରେ ଆକ୍ରମଣକରି ପାଲଟା ଜବାବ୍ ଦେବାରେ ସମର୍ଥ ହୋଇଥିଲା। ୪ଟି ବୋଟ୍ ଓ ୬ଟି ମିସାଇଲ୍ ସାହାଯ୍ୟରେ ମୁହଁତୋଡ୍ ଜବାବ୍ ଦବାର ପ୍ଲାନକୁ ଅପରେସନରେ ସାମିଲ୍ ଥିବା ବ୍ୟକ୍ତିଙ୍କ ପାଖକୁ ବନ୍ଦ ଲଫାପାରେ ପଠାଇଥିଲେ ଅପରେସନ୍ ହେଡ୍ ଆଡମିରଲ୍ ଏସ୍.ଏମ୍ ନନ୍ଦା। କରାଚୀ ଉପରେ ଆକ୍ରମଣ କରି ସେଦିନ ଭାରତ ଏଭଳି ପରାକ୍ରମ ଦେଖାଇଥିଲା ଯେ ଆମେରୀକା ବି ଭୟଭୀତ ହୋଇଥିଲା।
୨୪ଘଣ୍ଟାର ବୀରଗାଥା ଅପରେସନ୍ ଟ୍ରାଇଡେଣ୍ଟ
ପାକିସ୍ତାନ ଚକ୍ରାନ୍ତକୁ ବିଫଳ କରି ଅତି ଚତୁରତାର ସହିତ ଭାରତୀୟ ନୌସେନା କରାଚୀକୁ କବଜା କରିବାକୁ ସମର୍ଥ ହୋଇଥିଲା।ସେଦିନ ରାତି ପ୍ରାୟ୧୦.୩୦ରେ ଯୋଜନା ଅନୁଯାୟୀ ଆକ୍ରମଣ ଆରମ୍ଭ ହୋଇଯାଇଥିଲା ଆଇ.ଏନ୍.ଏସ୍ ବିକ୍ରାନ୍ତକୁ ଯୋଜନା ଅନୁଯାୟୀ ଅଣ୍ଡାମାନ ପଠାଇଦେଇ ତା ସ୍ଥାନରେ ରାଜପୁତକୁ ଆକ୍ରମଣସ୍ଥଳରେ ରଖି ପାକିସ୍ଥାନକୁ ଭ୍ରମିତ କରାଯାଇଥିଲା।ଭ୍ରମରେ ପାକିସ୍ତାନ ଆଇ.ଏନ୍.ଏସ୍ ରାଜପୁତକୁ ବିକ୍ରାନ୍ତ ଭାବି ଆକ୍ରମଣ କରିବା ପୁର୍ବରୁ ପ୍ରସ୍ତୁତ ଥିବା ଆଇ.ଏନ୍.ଏସ୍ କରଞ୍ଜ ସାହାଯ୍ୟରେ ଭାରତୀୟ ନୌସେନା କ୍ଷୀପ୍ରଗତିରେ ଆକ୍ରମଣ କରିଥିଲ।ପାକିସ୍ତାନର ସମସ୍ତ ଜାହାଜ ଧ୍ୱଂସ ହେବା ସହ ଆକ୍ରମଣ ଏପରି ଥିଲା ଯେ କରାଚୀରେ ଲାଗିଥିବା ନିଆଁ ଲିଭିବାକୁ ସାତ ଦିନରୁ ଅଧିକ ସମୟଲାଗିଥିଲା।୨୪ ଘଣ୍ଟାର ବୀରଗାଥାର ସ୍ମାରକୀକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ରେ ନୌସେନା ଦିବସ ପାଳନ କରାଯାଉଛି।