ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ସମର୍ଥନ ଅଙ୍କ ସେତେ ବିଗାଡିବାରେ ଲାଗିଛି। ଏନଡିଏର ପଲିଟିକାଲ୍ ଗେମ୍ ଆଗରେ ଚିତପଟାଙ୍ଗ ହୋଇଛନ୍ତି ବିରୋଧି। ଏନଡିଏକୁ ସମର୍ଥନ କରିବାକୁ ଇଛା ନଥିଲେ ସୁଦ୍ଧା ଆଦିବାସୀ ଓ ମହିଳା ବିରୋଧି ନୀତି ବିରୁଦ୍ଧରେ ଯାଇ କିଛି ଦଳ ଜନତା ବିରୋଧି ହେବାକୁ ଚାହୁଁନାହାନ୍ତି। ଇଛା ନଥିଲେ ସୁଦ୍ଧା ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି। ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟପ୍ରତି ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶୱନ୍ତ ସିହ୍ନା ରାଜ୍ୟ ବୁଲି ସମର୍ଥନ ମାଗୁଛନ୍ତି। ଏହାରି ମଧ୍ୟରେ ବି.ଏସ୍.ପି ଓ ବିଭିନ୍ନ ଦଳ ଯଶୱନ୍ତଙ୍କୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି।ପ୍ରାରମ୍ଭିକ ପର୍ଯ୍ୟାୟରେ ସମର୍ଥନ ଘୋଷଣା କରିଥିଲେ ସୁଦ୍ଧା ଏନଡିଏର ମହିଲା ଓ ଆଦିବାସୀ ଗେମ୍ ପ୍ଲାନ୍ ଆଗରେ ହାର ମାନିଛନ୍ତି ବିଭିନ୍ନ ଦଳ।
ଅଡୁଆରେ ଦିଦି
ରାଷ୍ଟ୍ରପତି ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟ ବୁଲି ଭୋଟ ମାଗୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥି ଯଶୱନ୍ତ ସିହ୍ନା ଓ ଦ୍ରୌପଦୀ ମୁର୍ମୁ। ଝାଡଖଣ୍ଡର ଜେଏମଏମ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି କୁହାଯାଉଥିବା ବେଳେ ଆଦିବାସୀ ଭୋଟ ବ୍ୟାଙ୍କକୁ ନେଇ ଅନେକ ଦଳ ଚିନ୍ତାରେ ଅଛନ୍ତି। ଯଶୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ପ୍ରାର୍ଥୀ କରିଥିବାରେ ପ୍ରମୁଖ ଭୂମିକା ନିଭାଇଥିବା ମମତା ବାନାର୍ଜୀ ମଧ୍ୟ ବିବାଦରେ ପଡିଛନ୍ତି। ପଶ୍ଚିବଙ୍ଗର ଆଦିବାସୀ ସମ୍ପ୍ରଦାୟର ୮୦ ପ୍ରତିଶତ ଲୋକ ସାନ୍ତାଳୀ ବର୍ଗର। ତେଣୁ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ନକଲେ ହୁଏତ ତାଙ୍କର ଭୋଟ ବ୍ୟାଙ୍କ ପ୍ରଭାବିତ ହୋଇପାରେ। ଏନେଇ ସେ ଚିନ୍ତାରେ ଥିବା ଅନୁମାନ କରାଯାଉଛି। ଯଶୱନ୍ତଙ୍କୁ ୧୮ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଥମରୁ ଶ୍ରେୟ ନେବାକୁ ଚାହୁଁଥବା ମମତା ବାନାର୍ଜୀ ଏବେ ଦୂରତା ଅମଲମ୍ବନ କରୁଛନ୍ତି।