ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ଏବେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ପଦର ଅଧିକାରୀ। ରାଇରଙ୍ଗପୁରରୁ ତାଙ୍କ ଠିକଣା ବଦଳି ଏବେ ରାଇସିନା ହିଲ ହିଁ ଠିକଣା ସାଜିଛି। ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ରାଇସିନା ହିଲ ଛାଡି ନୂଆ ଠିକଣାରେ ରହୁଛନ୍ତି। ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ ତେଣୁ ସେ ଦାୟିତ୍ୱରୁ ଅବସର ନେବା ପରେ ମଧ୍ୟ ତାଙଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ତାଙ୍କୁ ପ୍ରଦାନ କରାଯାଇଥାଏ।
ରାଇସିନା ହିଲରୁ ଜନପଥ ବଙ୍ଗଳା
ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲାପରେ ଏବେ ନୂଆ ଠିକଣାରେ ରହୁଛନ୍ତି ରାମନାଥ କୋବିନ୍ଦ। ୨୦୧୭ରୁ ୨୦୨୨ ଯାଏଁ ସେ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। ରାଷ୍ଟ୍ରପତି ଥିବାବେଳେ ସେ ରାଷ୍ଟ୍ରପତି ଭବନରେ ରହୁଥିଲେ। ସମ୍ବିଧାନ ଓ ବିଧି ମୁତାବକ ରାଷ୍ଟ୍ରପତିଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳୁଥିଲା। କିନ୍ତୁ ଏବେ ନୂଆ ଏବେ ନୂଆ ରାଷ୍ଟ୍ରପତି ଆସିବା ପରେ କୋବିନ୍ଦଙ୍କ ଠିକଣା ବଦଳିଛି। ଏବେ ସେ ନୂଆଦିଲ୍ଲୀ ସ୍ଥିତ ବାର ଜନପଥ ବଙ୍ଗଳାରେ ରହିବେ। ସେ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ମାସିକ ଭତ୍ତା ପାଇବେ।ତେବେ କେବଳ ସିଏ ନୁହେଁ ଭାରତର ପ୍ରତେକ ରାଷ୍ଟ୍ରପତି ତାଙ୍କର କାର୍ଯ୍ୟକଳ ସମାପ୍ତ ହେବା ପରେ ରାଷ୍ଟ୍ରପତି ଭବନ ଛାଡି ଜନପଥ ବଙ୍ଗଳାରେ ହିଁ ରୁହନ୍ତି। ଯେଉଁ ବଙ୍ଗଳାରେ ସେ ରହିବେ ସେଠି ପାଣି ଓ ବିଦ୍ୟୁତ ମାଗଣା ଉପଲବ୍ଧ ରହିବ। ଜୀବନସାରା ମାଗଣା ଟ୍ରେନ ଓ ବିମାନ ଯାତ୍ରାର ସୁବିଧା ମଧ୍ୟ ପୂର୍ବତନ ରାଷ୍ଟ୍ରପତି ପାଇବେ। ଦୁଇଟି ଲ୍ୟାଣ୍ଡ ଲାଇନ ଫୋନ ସହ ଗୋଟିଏ ମୋବାଇଲ ଫୋନ ଓ ଇଣ୍ଟରନେଟର ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏ ସମସ୍ତ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ମିଳିଥାଏ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା