ମିଗ-୨୧ ଯୁଦ୍ଧ ବିମାନ କ୍ରାଶ!

ରାଜସ୍ଥାନର ଜୈସଲମେର୍ରେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ ହୋଇଛି।ଡିସେମ୍ବର ୮ରେ ସିଡିଏସ୍ ଜେନେରାଲ ବିପନ ରାୱତଙ୍କୁ ହେଲିକପ୍ଟର କ୍ରାଶ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। ଘଟଣାରେ ବିମାନର ପାଇଲଟ ପ୍ରାଣ ହରାଇଛନ୍ତି। ସାମ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଡିଜର୍ଟ ନ୍ୟାଶନାଲ ପାର୍କ ଅଞ୍ଚଳରେ ବିମାନର ଧ୍ୱଂସାବଶେଷ ମିଳିଛି।

ମିଗ-୨୧
କାହିଁକି ଘଟୁଛି ଦୁର୍ଘଟଣା!
ଭୟଙ୍କର ଦୁର୍ଘଟଣା ହେତୁ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।ବିଭିନ୍ନ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ବିମାନଟି ରୁଟିନ ୱାର୍କରେ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି।୧୯୭୧ ମସିହା ଏପ୍ରିଲ ମାସରୁ ୨୦୧୨ ମଧ୍ୟରେ ୪୮୨ ମିଗ୍ ସିରିଜ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ୧୭୧ ଜଣ ପାଇଲଟ, ୨୯ ଜଣ ସାଧାରଣ ଲୋକ, ୮ ଜଣ ସେନା କର୍ମଚାରୀ ଓ ଜଣେ ସଦସ୍ୟ ପ୍ରାଣ ହରାଇଛନ୍ତି। ଘଟିଛି।ଚଳିତ ବର୍ଷ ଏକାଧିକ ମିଗ-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ମଧ୍ୟ ବାରମ୍ବାର ଏହାରୁ ରୁଟିନ କାମରେ ବ୍ୟବହାର କରାଯିବାନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
Connect With Us