ଶ୍ରୀଲଙ୍କାରେ ରାଜନୈତୀକ ସଙ୍କଟକୁ ନେଇ ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଚାଲିଛି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ରାନିଲ ବିକ୍ରମାସିଂଘେଙ୍କୁ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ମୁଣ୍ଡାଇଛନ୍ତି। ଗୋଟାବାୟା ରାଜପକ୍ଷେ ଦେଶରୁ ପଳାୟନ କରିଛନ୍ତି। ତାଙ୍କ କାର୍ଯ୍ୟକଳାପକୁ ନେଇ ଶ୍ରୀଲଙ୍କାବାସୀ ବିଦ୍ରୋହ କରିବା ସହିତ ରାଜରାସ୍ତାକୁ ଓହ୍ଳାଇଛନ୍ତି। ରାନିଲ ବିକ୍ରମାସିଂଘେଙ୍କୁ ନେଇ ମଧ୍ୟ ଶ୍ରୀଳଙ୍କାବାସୀ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି। ଖୁବ୍ ଶିଘ୍ର ଶ୍ରୀଲଙ୍କାର ସ୍ଥିତିରେ ସୁଧାର ଆଣିବାକୁ ନୂତନ ରାଷ୍ଟ୍ରପତି ଚୟନ କରାଯିବା ନେଇ ଆଲୋଚନା ହେଉଛି।

ଗୋଟାବାୟା ରାଜପକ୍ଷେ

ରାଷ୍ଟ୍ରପତି ଦୌଡରେ କିଏ?
ଶ୍ରୀଲଙ୍କାର ଶୀର୍ଷ ଆସନରେ ବସିବାପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ସାରିଛି। ରାଷ୍ଟ୍ରପତି ଦୌଡରେ ବିରୋଧୀ ଦଳର ନେତା, ଶାସକ, ପତ୍ରକାର ଓ କିଛି ବିଶିଷ୍ଠ ଲୋକ ରହିଥିବା ଚର୍ଚ୍ଚା ହେଉଛି। ଏହି ଦୌଡରେ ବର୍ତମାନ କାମଚଳା ରାଷ୍ଟ୍ରପତି ପଦ ସମ୍ଭାଳିଥିବା ରାନିଲ ବିକ୍ରମାସିଂଘେ ସବୁଠାରୁ ଆଗରେ ଅଛନ୍ତି। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀଦଳ ଏସଜେବି ପାର୍ଟିର ନେତା ସାଜିଥ ପ୍ରେମଦାସାବି ରାଷ୍ଟ୍ରପତି ଦୌଡରେ ଅଛନ୍ତି। ସଂସଦରେ କେବଳ ୫୦ ଜଣ ସାଂସଦ ତାଙ୍କ ସମର୍ଥନରେ ଅଛନ୍ତି। ତାଙ୍କୁ ଯଦି ବାଇପାର୍ଟି ସମର୍ଥନ ମିଳିବ ତେବେ ସେ ହୁଏତ ଆଗାମୀ ରାଷ୍ଟ୍ରପତି ହୋଇପାରନ୍ତି। ଏହା ବ୍ୟତୀତ ଏସଏଲପିପି ପାର୍ଟିର ବରିଷ୍ଠ ବିଧାୟକ ଦୁଲାସ ଓହ୍ଲାପ୍ପରୂମା ମଧ୍ୟ ଏ ଦୌଡରେ ସାମିଲ ହୋଇଛନ୍ତି। ଦୁଲାସଙ୍କ ପକ୍ଷରେ ଦଳର ଅନେକ ବିଧାୟକଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଛି। ଖୁବ୍ ଶିଘ୍ର ଶ୍ରୀଲଙ୍କାର ରାଜନୈତୀକ ସ୍ଥିତିରେ ସୁଧାର ଆଣିବାକୁ ରାଷ୍ଟ୍ରପତି ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି।