ସେମିଫାଇନାଲ ଜିତାଇ ପାରିଲେ ନାହିଁ; କିନ୍ତୁ ସୈନିକଙ୍କ ପାଇଁ ସମର୍ପିତ ସିରିୟଲରେ ଆସୁଛନ୍ତି ଧୋନି

୯ଜୁଲାଇ ୨୦୧୯ କ୍ରିକେଟ ଓ୍ୱାଲ୍ଡକପ ସେମିଫାଇନାଲ ମ୍ୟାଚ, ନ୍ୟୁଜଲାଣ୍ଡ ସହ ଟିମ୍ ଇଣ୍ଡିଆ ଖେଳୁଥିଲା।ଭାରତୀୟ କ୍ରିକେଟ ପ୍ରେମୀ ଭାବୁଥିଲେ, ଧୋନି ଫିଲ୍ଡରେ ଅଛନ୍ତି ମାନେ ବିଜୟ ନିଶ୍ଚିତ। କାହିଁକିନାଆଗରୁ ବହୁତ ମ୍ୟାଚ ନିଜ କାନ୍ଧକୁ ନେଇ ବିଜୟର ସ୍ୱାଦ ଦେଇଛନ୍ତି ଧୋନି।ବିଶ୍ୱକପ ସେମିଫାଇନାଲରେ ନିଜ ଷ୍ଟାଇଲରେ ଖେଳି ଅର୍ଦ୍ଧଶତକ କଲେ ଧୋନି।କିନ୍ତୁ ଧୋନିଙ୍କ ରନଆଉଟ୍,କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶ ଖେଳାଇ ଦେଲା।ଟିମ୍ ଇଣ୍ଡିଆ ଏବଂ ବିଶ୍ୱକପ ଫାଇନାଲ ଖେଳିବା ମଧ୍ୟରେ ୧୮ ରନର ଦୂରତା ରହିଗଲା।

ପୁଣି ଆସିଲା ୯ ତାରିଖ ।ମାସ ବଦଳିଲା,କିନ୍ତୁ ବର୍ଷ ସମାନ।୯ ଡିସେମ୍ବର ୨୦୧୯, ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନଙ୍କ ପାଇଁ ବଡ଼ କଥା,ଯେଉଁମାନେ ଧୋନିଙ୍କର ପ୍ରତି କଥାକୁ ନିଜର Facebook,TwitterଏବଂInstagram ଅପଲୋଡ୍ କରନ୍ତି, ବର୍ତ୍ତମାନ ସେମାନେ ଏକ ଭାଇରାଲ ହୋଇଥିବା ଭିଡିକୁ ଦେଖି କ’ଣ ଅନୁମାନ କରୁଛନ୍ତି!
ଏହି ଖବର ବିଷୟରେ ଜାଣିବା ପୁର୍ବରୁ ଏହି ଭିଡିଓଟିକୁ ଦେଖନ୍ତୁ,ପ୍ରଡ୍ୟୁସର ପ୍ରୀତି ସିମୋସ ନିଜର ଇଂଶ୍ଟାଗ୍ରାମରେ ଭିଡିଓଟି ଅପଲୋଡ କରିଛନ୍ତି।ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲଗିଛି।
ଷ୍ଟାରପ୍ଲସରେ ମହନ୍ଦ୍ର ସିଂ ଧୋନିଙ୍କର ଏକ ଟିଭି ସୋ ଆସୁଥିବାର ଖବର “ମୁମ୍ବାଇ ମିରର”ରେ ପ୍ରକାଶ ପାଇଛି।ସେନା ଅଧିକାରୀଙ୍କ ବ୍ୟକ୍ତିଗତ କାହାଣୀର ଏକ ସିରିଜ।ଅଶୋକ ଚକ୍ର ଓ ପରମବୀର ଚକ୍ର ପାଇଥିବା ସେନା ଅଧିକାରୀ,କିପରି ନିସ୍ୱାର୍ଥପର ଭାବରେ ଦେଶର ସେବା କରିଛନ୍ତି।କେତେ ଦୁଃଖ କଷ୍ଟ ସହିଛନ୍ତି,ଟିଭି ସୋରେ ସେହି ଅକୁହା କଥାକୁ ଲୋକଲୋଚନକୁ ଆଣିବେ ଧୋନି।ପ୍ରଶଂସିତ ହେବାକୁ ଯୋଗ୍ୟ ଜଣେ ସୈନିକର ସମ୍ମାନ ବଢ଼ାଇବାକୁ କାମ କରୁଛନ୍ତି ଧୋନି। ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି।
ତେବେ ଏ ପର୍ଯ୍ୟନ୍ତ ସ୍ଥିର ହେଇନାହିଁ,ଧୋନି ସେହି ସିରିୟଲକୁ ପ୍ରଡ୍ୟୁସ କରିବେ କି ଆକ୍ଟିଙ୍ଗ କରିବେ!ଏହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ। ଏହି ଧାରାବାହିକ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ପରମବୀର ଚକ୍ର’ ବା ଫିଲ୍ମ ‘ବର୍ଡର’ ନାଟ୍ୟ ରୂପାନ୍ତାର ହେବ।ଡକ୍ୟୁମେଣ୍ଟାରୀ ପରି ହେବାର ସମ୍ଭାବନା ବି ରହିଛି। ତେବେ ଏତିକି ନିଶ୍ଚିତ ଯେ ଷ୍ଟାରପ୍ଲସରେ ଧୋନିଙ୍କ ଏକ ସିରିୟଲ ଆସୁଛି ଯାହା ଭାରତୀୟ ସୈନିକଙ୍କ ପାଇଁ ସମର୍ପିତ।
Connect With Us