World-Cup-Trophy

ରାଉଣ୍ଡ ରବିନ୍ ଫର୍ମାଟରେ ଖେଳାଯାଉଥିବା ଲଣ୍ଡନ ବିଶ୍ୱପକର ଅଧିକାଂଶ ମ୍ୟାଚ୍ ଶେଷ ହେଲାଣି।ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଟିମ୍ ବିଶ୍ୱକପରୁ ବାଦ ପଡ଼ିଥିବା ବେଳେ କ୍ରିକେଟର ପାଓ୍ୱାର ହାଉସ୍ ଭାବେ ଉଭା ହୋଇଛି ବାଂଲାଦେଶ।ସେମିଫାଇନାଲ ରେସରେ ଭାରତ ଥିବାବେଳେ ଦଳ ଆଗକୁ ବିଗଫାଇଟ୍ ସାମନା କରିବ।ତେବେ ଟିମ୍ ଇଣ୍ଡିଆର କିଛି କ୍ରିକେଟର ଯେଉଁମାନେ ନିର୍ଣ୍ଣାୟକ ମୁକାବିଲାରେ ଦଳକୁ ବିଜୟୀ କରାଇଛନ୍ତି।ସେମାନେ କ୍ରିକେଟକୁ ଅଲବିଦା କହିଥିଲେ ବି ବିଶ୍ୱକପ୍ ସ୍ୱପ୍ନ ସେମାନଙ୍କର ଅଧୁରା ରହିଗଲା।
ଭି.ଭି.ଏସ୍. ଲକ୍ଷ୍ଣଣଭେଟେରାନ୍ ଲକ୍ଷ୍ଣଣ ୯୦ଦଶକ ଓ ୨୦୦୦ମସିହା ଆରମ୍ଭରେ ଟିମ୍ ଇଣ୍ଡିଆ ବ୍ୟାଟିଂର ମେରୁଦଣ୍ଡ ଥିଲେ।ଟେଷ୍ଟ କ୍ରିକେଟରେ ଏହି ଖତରନାକ ଖେଳାଳି ଭାରତ ପାଇଁ ଖେଳିଛନ୍ତି ୧୩୪ ଟେଷ୍ଟ।୨୨୫ଟି ଇନିଂସରୁ ହାସଲ କରିଛନ୍ତି ୮୭୮୧ରନ୍।୧୭ଶତକ,୨ଟି ଦ୍ୱିଶତକ ଓ ୫୬ ଅର୍ଦ୍ଧଶତକର ସେ ଅଧିକାରୀ। ଦିନିକିଆରେ ଖେଳିଛନ୍ତି ମାତ୍ର ୮୬ ମ୍ୟାଚ୍। ୮୩ଟି ଇନିଂସରୁ ୬ଟି ଶତକ ଓ ୧୦ଅର୍ଦ୍ଧଶତକ ବଳରେ କରିଛନ୍ତି ୨୩୩୮ରନ୍। ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂରେ ମାହିର ଲକ୍ଷ୍ଣଣ,କିନ୍ତୁ ବିଶ୍ୱକପ୍ ଖେଳି ପାରିଲେ ନାହିଁ।
ଇର୍ଫାନ ପଠାନବାମହାତୀ ଫାଷ୍ଟ ବୋଲର ଇର୍ଫାନ ପଠାନ୍।ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିବା ପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ।୧୨୦ଟି ଦିନିକିଆ ମ୍ୟାଚ୍ ଖେଳି ଖସାଇଥିଲେ ୧୭୩ ଓ୍ୱିକେଟ୍।ଅଲରାଉଣ୍ଡର ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ଇର୍ଫାନ୍।ଦୁର୍ଭାଗ୍ୟ,ବିଶ୍ୱକପ୍ ଖେଳିବା ତାଙ୍କର ଆଶା ଆଶାରେ ହିଁ ରହିଗଲା। ୨୦୦୯ରେ ଟିମରୁ ଆଉଟ୍ ହୋଇଥିଲେ।୨୦୧୧ରେ ଟିମ୍ ଇଣ୍ଡିଆକୁ ଫେରିଥିଲେ ବି ସ୍ଥାନ ବଜାୟ ରଖିବାକୁ ସଂଘର୍ଷ କରିଥିଲେ।
ଇଶାନ୍ତ ଶର୍ମାଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ଅନୁଭବୀ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। କିନ୍ତୁ ଓ୍ୱାନ ଡେ ପ୍ରଦର୍ଶନ ସେତେ ଭଲ ନୁହେଁ।ବର୍ତ୍ତମାନ ସୁଦ୍ଧା ୮୦ଟି ଦିନିକିଆରୁ ହାସଲ କରିଛନ୍ତି ୧୧୫ଟି ଓ୍ୱିକେଟ୍। ଡେଥ୍ ଓଭରରେ ବୋଲିଂ କରି ବିଫଳ ହେବା ଇଶାନ୍ତଙ୍କର ସବୁଠୁ ବଡ଼ ଦୁର୍ବଳତା।୨୦୧୧ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିନଥିଲା। ୨୦୧୫ରେ ଆହତ କାରଣରୁ ବାଦ ପଡ଼ିଥିଲେ।ବହୁ ଦିନ ହେଲାଣି ଦିନିକିଆ ସ୍କ୍ୱାଡରେ ତାଙ୍କୁ ସୁଯୋଗ ମିଳୁନାହିଁ। ଇଶାନ୍ତଙ୍କର ବିଶ୍ୱକପ୍ ସ୍ୱପ୍ନ ବି ସାକାର ହୋଇପାରି ନାହିଁ।
ପ୍ରବୀଣ କୁମାରଏମିତି ଜଣେ ବୋଲର ଯେକୌଣସି ପିଚରେ ବଲକୁ ସ୍ୱିଙ୍ଗ କରିବାର ଧୁରନ୍ଧର।ଟିମ୍ ଇଣ୍ଡିଆ ପାଇଁ ୬୮ଦିନିକିଆ ମ୍ୟାଚ୍ ଖେଳି ୭୭ଟି ଓ୍ୱିକେଟ ଖସାଇଛନ୍ତି।୨୦୧୧ ବିଶ୍ୱକପ ସ୍କ୍ୱାଡରେ ତାଙ୍କୁ ସୁଯୋଗ ମିଳିଥିଲା।କିନ୍ତୁ ଆହତ କାରଣରୁ ଓହରିଥିଲେ ପ୍ରବୀଣ କୁମାର। ୨୦୧୨ରେ ଶେଷ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ।ତାପରଠୁ ଫେରିବା ରାସ୍ତା ଏକପ୍ରକାର ବନ୍ଦ।
ଏଥିସହ ପଢ଼ନ୍ତୁ: ଲାବ୍ରୋଟାରୀରୁ ନୁହେଁ,ଗ୍ୟାରେଜରୁ ନିର୍ମାଣ ହେଲା ଇକୋ ଫ୍ରେଣ୍ଡଲି AC:ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କେବଳ ଭାରତୀୟ କ୍ରିକେଟର ନୁହଁନ୍ତି,ଅନ୍ୟଦେଶର ବହୁ ଦିଗଜ ଖେଳାଳିଙ୍କର ବିଶ୍ୱକପ ଖେଳିବା ଆଶା ଧୂଳିସାତ ହୋଇଛି।ଅଷ୍ଟ୍ରେଲିଆର ଜଷ୍ଟିନ ଲାଙ୍ଗର,ଇଂଲଣ୍ଡର ଆଲିଷ୍ଟର କୁକ୍ ଓ ମାଥ୍ୟୁ ହୋଗାର୍ଡଙ୍କ ଭଳି ଅନୁଭବୀ ଓ ଅଭିଜ୍ଞ କ୍ରିକେଟରଙ୍କର ନିଜ ଦଳ ପ୍ରତି ଅନେକ ଅବଦାନ ରହିଛି।କିନ୍ତୁ ସେମାନଙ୍କର ବିଶ୍ୱକପ୍ ସ୍ୱପ୍ନ ପୂରା ହୋଇପାରିଲା ନାହିଁ।