ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏବେ ବିଶ୍ୱ ଇତିହାସରେ ଭାରତ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଭାରତରେ ବିଶ୍ୱର ସବୁଠୁ ବଡ଼ ଘଣ୍ଟି ତିଆରି ହେବାକୁ ଯାଉଛି। ରାଜସ୍ଥାନର କୋଟାରେ ଥିବା ଚମ୍ବଲ ନଦୀ ପ୍ରଣ୍ଟରେ ଦୁନିଆର ସବୁଠୁ ବଡ଼ ଘଣ୍ଟି ଲାଗିବ। ବର୍ତ୍ତମାନ ଏହି ଘଣ୍ଟିର ନିର୍ମାଣ କାମ ଚାଲିଛି। ନିର୍ମାଣ କାମ ଶେଷ ହେବା ପରେ ଏହି ଘଣ୍ଟି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ୩ ବର୍ଗରେ ସାମିଲ ହୋଇଯିବ।
୮ କିମି ଦୂରତା ଯାଏ ଶୁଭିବ ଶବ୍ଦ
ଭାରତରେ ତିଆରି କରା ଯାଇଥିବା ବିଶ୍ୱର ସବୁଠାରୁ ବଡ଼ ଘଣ୍ଟିର ଓଜନ ୮୨୦୦୦ କେଜି ରହିଛି। ଏହାକୁ ଥରେ ବଜାଇଲେ ଶବ୍ଦ ଦୀର୍ଘ ୮ କିମି ଦୂରତା ଯାଏ ଶୁଭିବ। ଚମ୍ବଲ ନଦୀ କୂଳରେ ଏହି ଘଣ୍ଟିର ମୂଳ ଆକୃତିକୁ ଫ୍ଲେକ୍ସ ଜରିଆରେ ସାର୍ବଜନୀନ କରାଯାଇଛି। ଏହି ବିଶାଳକାୟ ଘଣ୍ଟିର ନିର୍ମାଣ ଷ୍ଟିଲ ମ୍ୟାନ୍ ଅଫ୍ ଇଣ୍ଡିଆ ନାମରେ ଜଣାଶୁଣା ଇଞ୍ଜିନିୟର ଦେବେନ୍ଦ୍ର କୁମାର ଆର୍ଯ୍ୟ କରୁଛନ୍ତି। ସେହିପରି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହରିରାମ କୁମ୍ଭଭତ ଏହାର ଡିଜାଇନ ଦାୟିତ୍ୱରେ ଅଛନ୍ତି।
ଘଣ୍ଟିକୁ ଅଧିକ ସଶକ୍ତ କରିବା ପାଇଁ ଏହାର ଡିଜାଇନକୁ ଅଳଙ୍କାର ଦ୍ୱାରା ପରିବର୍ତ୍ତନ କରାଯାଇଛି। ଅଳଙ୍କାର ଅଭାବରୁ ମସ୍କୋରେ ତିଆରି ହୋଇଥିବା ବିଶାଳକାୟ ଘଣ୍ଟି ଅଧାରୁ ଭାଙ୍ଗି ଯାଇଥିଲା। ଏହାକୁ ଧ୍ୟାନରେ ରଖି କୋଟାରେ ବିରାଟ ଘଣ୍ଟିକୁ ଅଧିକ ମଜବୁତ କରାଯାଉଛି। ଘଣ୍ଟିର ଯେଉଁ ସ୍ଥାନରେ ପେଣ୍ଡୁଲମ ମାଡ଼ ହେବ, ସେହି ଅଂଶକୁ ସ୍ୱତନ୍ତ୍ର ଭାବେ ମଜବୁତ କରାଯାଇଛି। ଘଣ୍ଟିରେ ଲାଗିବାକୁ ଥିବା ଅଳଙ୍କାରର ଓଜନ ୨୫୦୦୦ କେଜି। ଅନ୍ୟାନ୍ୟ ସବୁ ଜିନିଷକୁ ମିଶାଇ ଏହାର ଓଜନ ୮୨୦୦୦ କେଜିରେ ପହଞ୍ଚିଛି। ଘଣ୍ଟିଟିକୁ ଏପରି ଭାବେ ଡିଜାଇନ କରାଯାଇଛି, ଏହାର ଭାଙ୍ଗିବା ଆଶଙ୍କା କମ। ଘଣ୍ଟିରେ କୌଣସି ପ୍ରକାରର ଜଏଣ୍ଟ ନାହିଁ। ଏହା ସିଙ୍ଗଲ କୋଟିଂ ଘଣ୍ଟି। ତେଣୁ ଏହା ଭାଙ୍ଗିବାର କୌଣସି ଚାନ୍ସ ନାହିଁ।
ଚାଇନାରେ ଥିବା ବିଶାଳକାୟ ଘଣ୍ଟିର ଓଜନ ୧୦୧ ଟନ୍। ସେହିପରି ମସ୍କୋ ଘଣ୍ଟିର ଓଜନ ୨୦୦ ଟନ୍। ଏହାର ଅର୍ଥ ଭାରତରେ ତିଆରି ହେଉଥିବା ଘଣ୍ଟି ତୁଳନାରେ ଏଗୁଡ଼ିକ ବହୁତ ଛୋଟ। ଏହି ବିଶାଳକାୟ ଘଣ୍ଟି କୋଟାର ଚମ୍ବଲ୍ ନଦୀ ଫ୍ରଣ୍ଟରେ ଲାଗିବ।