କପିଳ-ଧୋନି ତ ବିଶ୍ୱବିଜୟୀ କରାଇଥିଲେ:ଟିମ୍ ଇଣ୍ଡିଆକୁ କଣ ଦେଲେ କୋହଲି?

ଟିମ୍ ଇଣ୍ଡିଆର ବିଶ୍ୱକପ୍ ଆଶା ଧୂଳିସାତ ହୋଇଛି।୧୩୩କୋଟି ଭାରତୀୟଙ୍କ ସ୍ୱପ୍ନ ଚୁରମାର ହୋଇଗଲା।ନକ୍ ଆଉଟରୁ ଆଉଟ୍ ହୋଇଗଲା ମେନ୍ ଇନ୍ ବ୍ଲୁ। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ମାତ୍ର ୧୮ରନରେ ହାରି କ୍ରିକେଟ ମହାକୁମ୍ଭରେ ଅଭିଯାନ ଶେଷ କଲା ଭାରତ।ଆଶା କରାଯାଉଥିଲା କପିଳ ଦେବ୧୯୮୩ରେ ଏବଂ ଧୋନିଙ୍କ ନେତୃତ୍ୱାଧିନ ୨୦୧୧ ବିଶ୍ୱବିଜୟ ଇତିହାସକୁ ଲର୍ଡସରେ ଦୋହରାଇବ ଟିମ୍ ଇଣ୍ଡିଆ।ଟ୍ରଫି ସିନା ମିଳିଲାନି,କିନ୍ତୁ ଇଂଲଣ୍ଡରୁ ଖାଲି ହାତରେ ଫେରିବ ନାହିଁ।ଭାରତ ନୁହେଁ ଟୁର୍ଣ୍ଣାମେଣ୍ଟର ଅଂଶଗ୍ରହଣକାରୀ ଟିମ୍ କେହି ବି ଖାଲି ହାତରେ ଫେରନ୍ତି ନାହିଁ।ଟିମ୍ ଇଣ୍ଡିଆକୁ ମ୍ୟାଚ୍ ‘ଫି’ ଦେଇଛି ଆଇସିସି।ଜାଣିଛନ୍ତି କେତେ ଟଙ୍କା ମିଳିଲା? ଗ୍ରୁପ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ।୯ଟି ମ୍ୟାଚରୁ କେବଳ ଗୋଟିଏ ଇଂଲଣ୍ଡ ଠାରୁ ହାରି ବାକି ୭ଟିରେ ବାଜିମାତ କରିଥିଲା।ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା।ଆଇସିସି ନିର୍ଦ୍ଧାରଣ କରିଥିବା ନିୟମ ଅନୁସାରେ,ଚଳିତ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ପ୍ରତି ମ୍ୟାଚରେ ବିଜୟ ଟିମକୁ ମିଳିବ ୨୮ଲକ୍ଷ ଲେଖାଏଁ ଟଙ୍କା।ଅର୍ଥାତ ୭ଟି ମ୍ୟାଚରେ ବିଜୟୀ ଟିମ୍ ଇଣ୍ଡିଆ ଆକାଉଣ୍ଟରେ ଆଇସିସି ଦେଇଛି ୧କୋଟି ୯୬ଲକ୍ଷ ଟଙ୍କା।ବର୍ଷା ଧୋଇ ଦେଇଥିବା ମ୍ୟାଚରେ ପଏଣ୍ଟ ଭାଗ ହେଲା ଭଳି ପାଉଣା ବି ବଣ୍ଟା ହୋଇଛି।ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ୧୪ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି।ତେଣୁ ଗ୍ରୁପ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ମୋଟ ଆୟ ହୋଇଛି ୨କୋଟି ୧୦ଲକ୍ଷ।
ଏହାବାଦ ସେମିଫାଇନାଲ୍ ଖେଳୁଥିବା ଟିମକୁ ସାଢ଼େ ପାଞ୍ଚ କୋଟି ଟଙ୍କା ଦିଏ ଆଇସିସି। ଭାରତ ସେମିଫାଇନାଲରେ ହାରିଗଲା।କିନ୍ତୁ ପାଉଣା ପାଇବାକୁ ହକଦାର ହୋଇଛି।ଏହି ଟଙ୍କା ମିଶାଇଲେ ବିଶ୍ୱକପରେ ଭାରତ ଖାତାରେ ଡିପୋଜିଟ୍ ହେବ ୭କୋଟି ୬୦ଲକ୍ଷ ଟଙ୍କା। ଆଇସିସି ନିୟମ ଅନୁସାରେ, ବିଶ୍ୱକପ୍ ଚାମ୍ପିଅନ୍ ଟିମକୁ (ଗ୍ରୁପ୍ ଓ ସେମି ଫାଇନାଲ ମ୍ୟାଚକୁ ଛାଡ଼ି) ଅଧିକ ୨୮କୋଟି ଟଙ୍କା ପୁରସ୍କାର ଆକାରରେ ମିଳେ। ରନର୍ସ ଅପ୍ ଦଳ ପାଇବ ୧୪କୋଟି ଟଙ୍କା।ଆଇସିସି ବିଶ୍ୱକପରେ ଭାଗ ନେଇଥିବା ଟିମକୁ ପାଉଣା ବାବଦରେ ପାଖାପାଖି ୭୦କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛି।
Connect With Us