ଭାରତୀୟ ରାଜନୀତିରେ ମୋଦି ଓ ଶାହା ଏକ ଚର୍ଚ୍ଚିତ ଯୋଡ଼ି। ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଉଭୟଙ୍କର ବନ୍ଧୁତାର ପରିସର ପରିବ୍ୟାପ୍ତ। ଉଭୟଙ୍କର ମିଳିତ ପରାମର୍ଶ ବିନା କେହି ବି କୌଣଷି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୁଏ। ରାଜନୀତିର ରଣାଙ୍ଗନରେ ଓ ବିଭିନ୍ନ ମଞ୍ଚରେ ଏମାନଙ୍କ ଯୋଡି ଦେଖି ଅନେକ ତାଙ୍କ ବନ୍ଧୁତାର ନୀବିଡତାକୁ ଅନୁଧ୍ୟାନ କରନ୍ତି।ଗୁଜୁରାଟ ରାଜନୀତିରେ ଉଭୟ ସକ୍ରିୟତାର ସହିତ ଦାୟିତ୍ତ୍ୱ ଲିଭାଇବା ସହ ଭାରତୀୟ ରାଜନୀତିରେ ମଧ୍ୟ ଏକ ରାଜନୈତିକ ଯୋଡ଼ିର ମାନ୍ୟତା ପାଇଛନ୍ତି । ଉଭୟଙ୍କ ବନ୍ଧୁତା କେବଳ କାର୍ଯ୍ୟଧାରା ନୁହେଁ ବରଂ ରାଜନୈତିକ ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରିଛି।
ପ୍ଲାଷ୍ଟିକ୍ ବ୍ୟବସାୟୀରୁ ପଲିଟିସିଆନ୍
ଶାହା ହେଉଛନ୍ତି ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ୨୨ଅକ୍ଟୋବର ୧୯୬୪ ରେ ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ବ୍ୟବସାୟୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ମେହସାନାରେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ପରେ, ସେ ଅହମ୍ମଦାବାଦକୁ ବାୟୋକେମିଷ୍ଟ୍ରି ଅଧ୍ୟୟନ କରିବାକୁ ଆସିଥିଲେ, ଯେଉଁଠାରୁ ସେ ବାୟୋକେମିଷ୍ଟ୍ରିରେ ବିଏସ୍ସି କରିଥିଲେ, ଏବଂ ପରେ ସେ ତାଙ୍କ ପିତାଙ୍କ ବ୍ୟବସାୟ ପରିଚାଳନା କରିବା ଆରମ୍ଭ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ମାନସାରେ ପ୍ଲାଷ୍ଟିକ୍ ପାଇପ୍ ର ପାରିବାରିକ ବ୍ୟବସାୟ ପରିଚାଳନା କରୁଥିଲେ ।ସେ ଖୁବ୍ କମ୍ ବୟସରେ ରାଷ୍ଟ୍ରିୟ ସ୍ଵୟସେବକ ସଂଗଠନରେ ଯୋଗ ଦେଇଥିଲେ। ୧୯୮୨ ମସିହାରେ, ଶାହ ତାଙ୍କ କଲେଜ ସମୟରେ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେଇଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲ ।୧୯୮୩ ମସିହାରେ, ସେ ଅଖିଲ ଭାରତୀୟ ବିଦ୍ୟା ପରିଷଦରେ ଯୋଗ ଦେଇଥିଲେ ଏବଂ ଏହିପରି ତାଙ୍କ ଛାତ୍ର ଜୀବନରେ ରାଜନୈତିକ ନେତା ହୋଇଥିଲେ।
କେମିତି ରହିଥିଲା ଶାହାଙ୍କ ରାଜନୈତିକ ଯାତ୍ରା
୧୯୮୭ରେ ଶାହା ବିଜେପିରେ ଯୋଗ ଦେଇଥିଲେ ଓ ଭାରତୀୟ ଜନତା ମୋର୍ଚ୍ଚାର ସଦସ୍ୟ ହୋଇଥିଲେ। ୧୯୯୧ ରେ ଶାହ ତାଙ୍କର ପ୍ରଥମ ପ୍ରମୁଖ ରାଜନୈତିକ ସୁଯୋଗ ପାଇଥିଲେ, ଯେତେବେଳେ ସେ ଗାନ୍ଧିନଗର ସଂସଦ ନିର୍ବାଚନମଣ୍ଡଳୀରେ ଆଡଭାନୀଙ୍କ ପାଇଁ ପ୍ରଚାର କରିଥିଲେ। ଦ୍ୱିତୀୟ ସୁଯୋଗ ୧୯୯୬ ରେ ଆସିଥିଲା ଯେତେବେଳେ ଅଟଳ ବିହାରୀ ବାଜପେୟୀ ଗୁଜୁରାଟରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବାଚନରେ ମଧ୍ୟ ସେ ପ୍ରଚାରର ଦାୟିତ୍ତ୍ୱ ଗ୍ରହଣ କରିଥିଲେ। ବୃତ୍ତି ଅନୁଯାୟୀ ଷ୍ଟକବ୍ରୋକର ଅମିତ ଶାହା ୧୯୯୭ରେ ଗୁଜୁରାଟର ସରଖଜ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଜିତି ନିଜର ପଲିଟିକାଲ୍ କ୍ୟାରିୟର ଆରମ୍ଭ କରିଥିଲେ।୧୯୯୯ ରେ, ସେ ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ (ADCB) ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୨୦୦୯ ରେ, ସେ ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଉପାଧ୍ୟକ୍ଷ ହୋଇଥିଲେ। ୨୦୧୪ ରେ ନରେନ୍ଦ୍ର ମୋଦୀ ପଦ ଛାଡିବା ପରେ ସେ ଗୁଜୁରାଟ କ୍ରିକେଟ୍ ଆସୋସିଏସନର ସଭାପତି ହୋଇଥିଲେ। ୨୦୦୪ ରୁ ୨୦୧୦ପର୍ଯ୍ୟନ୍ତ ସେ ଗୁଜୁରାଟ ସରକାରଙ୍କ କ୍ୟାବିନେଟରେ ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ।
କ୍ଲିନ୍ ଚିଟ୍ ପାଇ ମୋଦିଙ୍କ ମନ ଜିତିଥିଲେ ଶାହା
୨୦୦୪ମସିହାରେ ଅହମ୍ମଦାବାଦର ଏକ ନକଲି ଏନକାଉଣ୍ଟରରେ ୧୯ ବର୍ଷୀୟ ଇଶ୍ରାଟ ଜାହାନ, ଜିଶାନ ଜୋହର ଏବଂ ଅମଜାଦ ଅଲି ରାଣାଙ୍କ ସହ ପ୍ରଣେଶଙ୍କୁ ହତ୍ୟା କରାଯିବା ପରେ ଶାହା ଲାଇମଲାଇଟ୍ ହୋଇଥିଲେ। ୨୦୦୨ ରେ ଗୋଦ୍ରା ପରବର୍ତ୍ତୀ ଦଙ୍ଗାର ପ୍ରତିଶୋଧ ନେବାକୁ ଗୁଜୁରାଟ ପୋଲିସ ଦାବି କରିଛି ଯେ ଏହି ଲୋକମାନେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଆସିଛନ୍ତି। ଏହି ମାମଲାରେ ଗୋପୀନାଥ ପିଲ୍ଲାଇ କୋର୍ଟରେ ଏକ ଆବେଦନ କରିଥିଲେ ଏବଂ ଅମିତ ଶାହାଙ୍କୁ ଏହି ମାମଲାରେ ଅଭିଯୁକ୍ତ କରିବାକୁ ଆବେଦନ କରିଥିଲେ। ପ୍ରକାଶ ଥାଉକି, ୧୫ ମଇ ୨୦୧୪ ରେ, ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ କାରଣ ଶାହାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ଏ ଘଟଣା ପରେ ମଧ୍ୟ ମୋଦିଙ୍କ ସହ ତାଙ୍କର ନିବିଡ଼ତା ହେତୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ବିବେଚନା କରାଯାଏ।