ମହାତ୍ମା ଗାନ୍ଧୀ ଭାରତୀୟ ଇତିହାସରେ ଏକ ଚର୍ଚ୍ଚିତ ଚେହେରା।ଭାରତର ସ୍ୱାଧିନତା କ୍ଷେତ୍ରରେ ତାଙ୍କର ସମ୍ପୃକ୍ତି ଏକ ସ୍ୱତନ୍ତ୍ର ଅଧ୍ୟାୟ।ତାଙ୍କୁ ନେଇ ଅନେକ ତଥ୍ୟ ଏବେ ବି ଅନ୍ଧାରରେ।ମହାତ୍ମାଙ୍କ ସମ୍ପୂର୍ଣ୍ଣ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ଶ୍ରଦ୍ଧାରେ ଲୋକମାନେ ତାଙ୍କୁ ବାପୁ ବୋଲି ସମ୍ବୋଧନ କରୁଥିଲେ l ସେ ୧୮୬୯ ଅକ୍ଟୋବର ୨ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲ l ତାଙ୍କ ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ।ଗାନ୍ଧୀଙ୍କ ନେତୃତ୍ତ୍ୱରେ ଦେଶ ସ୍ୱାଧିନତା ଲାଭ କରିଥିଲା।ଫିରୋଜ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଇନ୍ଦିରାଙ୍କ ସହ ତାଙ୍କର ବିବାହ କରାଇ ଯଦିଓ ନେହେରୁଙ୍କ ପରିବାରକୁ ରାଜନୀତିରେ ସକ୍ରିୟ କରିବାର ସୁଯୋଗ ଦେଇଥିଲେ କିନ୍ତୁ ତାଙ୍କର ନିଜ ପରିବାର ସଦସ୍ୟ ରାଜନୀତିଠୁ ଏବେ ବେଶ୍ ଦୁରରେ।
ଗାନ୍ଧୀଙ୍କ ପାଇଁ ବୃଦ୍ଧି ପାଇଛି କି ନେହେରୁଙ୍କ ପରିବାରର ରାଜନୈତୀକ ସକ୍ରୀୟତା
ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ ଏବଂ ଜବାହର ଲାଲ ନେହେରୁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା l ଗାନ୍ଧିଜୀ ନେହେରୁଙ୍କୁ ବହୁତ ପସନ୍ଦ କରୁଥିଲେ। ଜବାହର ଲାଲ ନେହେରୁଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କରିବାର ଶ୍ରେୟ କେବଳ ଗାନ୍ଧିଜୀଙ୍କୁ ହିଁ ଯାଇଥିଲା। ଯଦି ଗାନ୍ଧିଜୀ ନେହେରୁଙ୍କ ସାଙ୍ଗରେ ନଥାନ୍ତେ ତେବେ ଭାରତର ପ୍ରଧାନ ମନ୍ତ୍ରୀ ପଦ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଦିଆଯାଇଥାନ୍ତା lନେହେରୁଙ୍କ ଝିଅ ଇନ୍ଦିରାଙ୍କୁ ଗାନ୍ଧୀଙ୍କ ପୋଷ୍ୟପୁତ୍ର ଫିରୋଜଙ୍କ ସହ ବିବାହ କରାଯାଇଥିଲା ।ତା ପରଠୁ କ୍ରମାଗତ ଭାବେ ଇନ୍ଦିରାଗାନ୍ଧୀ,ରାଜୀବ ଗାନ୍ଧୀ,ରାହୁଲ ଗାନ୍ଧୀ,ପ୍ରିୟଙ୍କା ଗାନ୍ଧୀ,ସୋନିଆ ଗାନ୍ଧୀ ଆଦି ରାଜନୀତିରେ ସମ୍ପୃକ୍ତ ଅଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ନେହେରୁଙ୍କ ପରିବାର ଏବେ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ଥିଲାବେଳେ ପଛରେ ପଡି ଯାଇଛନ୍ତି ଗାନ୍ଧୀ ପରିବାର।
କେମିତି ଅଛନ୍ତି ଗାନ୍ଧୀଙ୍କ ପରିବାର?
ମହାତ୍ମା ଗାନ୍ଧୀ ମାତ୍ର ୧୩ ବର୍ଷ ବୟସରେ କସ୍ତୁରବା ଗାନ୍ଧୀଙ୍କୁ ବିବାହ କରିଥିଲେ l ଗାନ୍ଧୀଙ୍କ ୪ ଟି ପୁତ୍ର ହରିଲାଲ ଗାନ୍ଧୀ, ରାମଦାସ ଗାନ୍ଧୀ, ଦେବଦାସ ଗାନ୍ଧୀ ଏବଂ ମନିଲାଲ ଗାନ୍ଧୀ ଥିଲେ। ହରିଲାଲ ଗାନ୍ଧୀଙ୍କ ବଡ ପୁଅ ଥିଲେ। ସେ ୧୮୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୮ ଜୁନ୍ ୧୯୪୮ ରେ ମୃତ୍ୟୁ ବରଣ କରିଥିଲେ। ହରିଲାଲ ଗୁଲାବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ୫ ସନ୍ତାନ ଥିଲେ। ୨ ଝିଅ ରାନୀ ଏବଂ ମନୁ, ୩ ପୁଅ କଣ୍ଟିଲାଲ, ରସିକଲାଲ ଏବଂ ଶାନ୍ତିଲାଲ l ରସିକଲାଲ ଏବଂ ଶାନ୍ତିଲାଲ ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିଲେ। ହରିଲାଲଙ୍କର ୪ ନାତି ଥିଲେ l ଅନୁଷ୍କା, ପ୍ରଭୋଦ, ନୀଲମ ଏବଂ ନବମଲିକା l ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ପୁତ୍ରର ନାମ ଥିଲା ମନିଲାଲ ମୋହନଦାସ ଗାନ୍ଧୀ। ସେ ୨୮ ଅକ୍ଟୋବର ୧୮୯୨ ରେ ରାଜକୋଟରେ ଜନ୍ମଗ୍ରହଣ କରିଥିଲେ। ସେ ସୁଶୀଲାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ତିନି ସନ୍ତାନ, ସୀତା, ଇଲା ଏବଂ ଅରୁଣ l ରାମଦାସ ମହାତ୍ମା ଗାନ୍ଧୀଙ୍କ ତୃତୀୟ ପୁତ୍ର ଯିଏ ୧୮୯୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ରାମଦାସ ନିର୍ମଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ସୁମିତ୍ରା ଗାନ୍ଧୀ, କାନୁ ଗାନ୍ଧୀ ଏବଂ ଉଷା ଗାନ୍ଧୀ ଥିଲେ। ୧୪ ଏପ୍ରିଲ ୧୯୬୯ ରେ ରାମଦାସ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। ଗାନ୍ଧୀଙ୍କ ସାନପୁଅ ଥିଲେ ଦେବଦାସ ଗାନ୍ଧୀ। ଦେବଦାସ ୨୨ ମଇ ୧୯୦୦ ରେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ।
ହରିଲାଲଙ୍କ ପୁଅ ଶାନ୍ତି ଗାନ୍ଧୀ ୧୦ ଫେବୃଆରୀ ୧୯୪୦ ରେ ଜନ୍ମଗ୍ରହଣ କରିଥିଲେ। ଶାନ୍ତି ୨୦୧୦ ରେ କାନସାସର ଏକ ଡାକ୍ତରଖାନାରୁ ଆମେରିକାର ହୃଦ୍ରୋଗର ସର୍ଜନ ଭାବରେ ଅବସର ନେଇଥିଲେ। ଶାନ୍ତି ୧୯୬୭ ମସିହାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମେଡିସିନ୍ ପଢିବା ପରେ ଆମେରିକା ଯାଇଥିଲେ। ସେ କାନସାସର ରିପବ୍ଲିକାନ୍ ପାର୍ଟିର ମଧ୍ୟ ସଦସ୍ୟ ଅଟନ୍ତି। ଗାନ୍ଧୀଙ୍କ ସାନପୁଅ ଦେବଦାସଙ୍କ ପୁତ୍ର ରାମଚନ୍ଦ୍ର ଗାନ୍ଧୀ ୩ ଜୁନ୍ ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଦାର୍ଶନିକ ଥିଲେ। ଗାନ୍ଧିଜୀଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ମୋଟ ୧୩୬ ଜଣl ସେମାନଙ୍କ ମଧ୍ୟରୁ ୧୨ଜଣ ଚିକିତ୍ସକ, ୧୨ ଜଣ ପ୍ରବକ୍ତା, ୫ଜଣ ଇଂଜିନିୟର, ୪ ଓକିଲ, ୩ ଜଣ ସାମ୍ବାଦିକ, ୨ ଆଇ.ଏ.ଏସ., ଜଣେ ବୈଜ୍ଞାନିକ ଏବଂ ୫ଜଣ ଚାଟାର୍ଡ ଆକାଉଣ୍ଟା ଅଛନ୍ତିl ତାଙ୍କ ପରିବାରର ସଦସ୍ୟ ଭାରତ,ଆମେରିକା, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ କାନାଡ଼ାରେ ରୁହନ୍ତି।