ଲୁଚି ଛପି ନୁହେଁ ସଂଘର୍ଷ କରି,ପଞ୍ଜାବ ୟୁନିଭରସିଟରେ ନିର୍ମାଣ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ବାଥରୁମ୍

୧୯୯୩ମସିହାରେ ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ୟୁନିଭସିଟିର,MA ପ୍ରଥମ ବର୍ଷର ଜଣେ ଛାତ୍ର,ଅଧାରୁ ପଢା ଛାଡି ଚାଲିଗଲେ।କାରଣ କ୍ସାସରୁମକୁ ସେ ଏଣ୍ଟ୍ରି କରିବା ମାତ୍ରେ, କ୍ଲାସମେଟ୍ ତାଙ୍କୁ ହିଞ୍ଜିଡ଼ା କହି ଚିଡାଉଥିଲେ।ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପୁଅ ସାଙ୍ଗମାନେ ହାତ ମାରୁଥିଲେ।ଏ ବିଷୟରେ ନା ସେ ୟୁନିଭରସିଟ୍ ଅଧିକାରୀଙ୍କ ନିକଟରେ କମ୍ପଲେନ୍ କରି ପାରୁଥିଲେ,ନା ନିଜ ପରିବାରକୁ କହିବାକୁ ସାହାସ କଲେ।ବାଧ୍ୟ ହୋଇ ବିଶ୍ୱବିଦ୍ୟାଲୟ ଛାଡି,ଘରକୁ ଚାଲିଗଲେ।
ସମୟ ବଦଳିଲା।୨୦୧୬ମସିହାରେ ସେହି ବ୍ୟକ୍ତି ଦ୍ୱିତୀୟ ଥର ଆସିଲେ ପଞ୍ଜାବ ୟୁନିଭରସିଟକୁ।୨୩ବର୍ଷ ତଳେ ଛାଡିଥିବା ବିଭାଗରେ ଆଡମିଶନ କରିବାକୁ।ଆଧାରୁ ପାଠ ଛାଡିଥିବା ସେହି ଧନଞ୍ଜୟ ଚୌହାନ ପୁଣି ଆଡମିଶନ କଲେ। କିନ୍ତୁ ଏଥର ପରିବର୍ତ୍ତନର ବାର୍ତ୍ତାବହ ହୋଇ ଆସିଲେ।

୧୯୯୩ରେ ବିଶ୍ୱବିଦ୍ୟାଳୟ ଛାଡିବା ପରେ ଧନଞ୍ଜୟ ଚାକିରି କଲେ,ଟ୍ରାନ୍ସଜେଣ୍ଡର ବୋଲି ସେଠି ମଧ୍ୟ ପ୍ରତାଡିତ ହେଲେ।ପାଠପଢା ସହ ଚାକିରିକୁ ଭୟ କରି ବାହାରକୁ ଯିବାକୁ ସେ ଡରିଗଲେ।ଘରେ ବସି କେବଳ କାନ୍ଦିବା ଛଡା ଧନଞ୍ଜୟଙ୍କ ପାଖରେ କିଛି ବାଟ ନଥିଲାକିନ୍ତୁ ତାଙ୍କର ପଢ଼ିବାକୁ ଆଗ୍ରହ ଥିଲା।ବହି ସହ ସେ ବନ୍ଧୁତା କଲେ।ବହିରୁ ଜାଣିଲେ ଯେ ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟ ଅଧିକାର ରହିଛି।୨୦୦୮ରୁ ଘରୁ ବାହାରି ଟ୍ରାନ୍ସଜେଣ୍ଡର ଅଧିକାର ପାଇଁ ସର୍ଘଷ କଲେ।ପ୍ରଥମେ ପଣ୍ଡିଚେରି,ପରେ ଦେଶ ବିଦେଶର ଟ୍ରାନ୍ସଜେଣ୍ଡରଙ୍କ ସହ ମିଶିଲେ।ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆମେ ଗର୍ବିତ କହି ନିଜର ପରିଚୟ ପାଇଁ “ପ୍ରାଇଡ୍ ବ୍ୟାଙ୍କ’’ ନାରା ଦେଇ ରାଜରାସ୍ଥାକୁ ଆସିଲେ।

୨୦୧୩ରେ ଚଣ୍ଡିଗଡ଼ରେ ପ୍ରାଇଡ ବ୍ୟାଙ୍କ ଆନ୍ଦୋଳନ ଧନଞ୍ଜୟକୁ ପରିଚୟ ଦେଇଥିଲା।୨୦୧୪ ନାଲ୍ସା ଜଜମେଣ୍ଟର ଲାଗୁ କରିବାକୁ ଧନଞ୍ଜୟ ବହୁତ ସକ୍ରିୟ ହୋଇଗଲେ।ସେହି ଆନ୍ଦୋଳନରେ ଥାର୍ଡ ଜେଣ୍ଡର ବିଜୟ ହୁଏ।ଆଉ ଏବେ ସରକାରୀ ଫର୍ମରେ ଜେଣ୍ଡର ଜାଗାରେ ଦୁଇ ନୁହଁ ୩ ଲେଖା ଆରମ୍ଭ ହେଲାଣି।ସେହି ବିଜୟ ପରେ ଧନଞ୍ଜୟ ୨୦୧୬ରେ ପୁଣି ପଞ୍ଜାବ ୟୁନିଭରସିଟ ନାମ ଲେଖାଇବାକୁ ଗଲେ। ଏଥର ନିଜର ପରିଚୟ ଲୁଚେଇକି ନୁହଁ ନିଜର ପରିଚୟ ଦେଇକି କଲେ ଆଡମିଶନ।

ଧନଞ୍ଜୟ ବହୁତ ଖୁସିରେ ପ୍ରଥମ ଦିନ ୟୁନିଭରସିଟ ଗଲେ କିନ୍ତୁ ପ୍ରଥମ ଦିନରେ ଖୁସି ଠାରୁ ବେଶି ଦୁଃଖି ହେଲେ।କାରଣ ନା ସେ ପୁଅଙ୍କ ପାଖରେ ବସି ପାରିଲେ ନା ଝିଅଙ୍କ ପାଖରେ।ଭାଙ୍ଗିଲେନି କାରଣ ସେ ଜାଣିଥିଲେ ସମୟ ହିଁ ସବୁ ଠିକ୍ କରିଦେବ।କ୍ଲାସରେ ବସିବା ଠାରୁ ବେଶି ଚିନ୍ତା ଥିଲା ତାହାର ଶୌଚାଳୟ ପାଇଁ।ଟ୍ରାନ୍ସଜେଣ୍ଡର ପାଇଁ କୌଣସି ଶୌଚାଳୟଟିଏ ନଥିଲା।ୟୁନିଭରସିଟ କର୍ତ୍ତୁପକ୍ଷଙ୍କୁ ନିଜର ସମସ୍ୟା ଜଣାଇବା ସହ ବାରମ୍ବାର ଚିଠି ଲେଖିଲେ ଧନଞ୍ଜୟ।ବର୍ଷେ ପରେ ୨୦୧୭ରେ ଜେଣ୍ଡର ପାଇଁ ଏକ ଶୌଚାଳୟ ନିର୍ମାଣ କରିବାକୁ ୟୁନିଭରସିଟ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଲେ।ପଞ୍ଜାବ ଯୁନିଭରସିଟ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଯେଉଁଠି ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ହେଲା।

ଏହାପରେ ଧନଞ୍ଜୟଙ୍କ ପାଖରେ ଥିଲାଚାଲେଞ୍ଜ ଥିଲା ଆଡମିଶନ ଫି।ଟ୍ରାନ୍ସଜେଣ୍ଡରଙ୍କ କିଛି ରେଜଗାର ନାହିଁ,ଘରୁ ମଧ୍ୟ ପ୍ରୋତ୍ସାହନ ମିଳୁନଥିଲା।ସେହି କାରଣରୁ ଅନେକ ଟ୍ରାନ୍ସଜେଣ୍ଡର ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିଲେ।ଟ୍ରାନ୍ସଜେଣ୍ଡର ଆଡମିଶନ ମାଗଣା କରିବାକୁ ସଂଘର୍ଷ ଆରମ୍ଭ କଲେ।୨ବର୍ଷ ପରେ ଏଥିରେ ବି ବିଜୟ ଲାଭ କଲେ।ଫଳରେ ଏବେ ୬ଜଣ ଟ୍ରାନ୍ସଜେଣ୍ଡର ମାଗଣାରେ ପାଠ ପଢୁଛନ୍ତି।ଏବେ ୟୁନିଭରସିଟରେ ଟ୍ରାନ୍ସଜେଣ୍ଡର ପାଇଁ ଏକ ସ୍ୱତନ୍ତ୍ର ହଷ୍ଟେଲ କରିବା ପାଇଁ ସଂଘର୍ଷ କରୁଛନ୍ତି ଧନଞ୍ଜୟ।
Connect With Us