DHARMENDRA PRADHAN

ଯାଜପୁର:ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶାରେ ଚାଲିଛି ପିସି(ଲାଞ୍ଚୁଆ)ସରକାର। ଆଉ ଆଜି(ରବିବାର) ଯାଜପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେଣି ରାଜ୍ୟରେ ଚାଲିଛି ପିପିପି ସରକାର। ଗତ ସେପ୍ଟମ୍ବର ୨୨ରେ ଝାରସୁଗୁଡ଼ା ଜନସଭାରେ ନରେନ୍ଦ୍ର ମୋଦି କହିଥିଲେ ଯେ ବିନା ଲାଞ୍ଚ(ପିସି)ରେ ଓଡ଼ିଶାରେ କିଛି ହୁଏ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ପିସି ସରକାର ଉପାଖ୍ୟାନ ସହ ପିପିପି ଯୋଡି ଦେଇଛନ୍ତି। ପି ନାମଧାରୀ ଜଣେ ଅଣଓଡ଼ିଆ ଠିକାଦାର ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ପି ନାମଧାରୀ ଆଇଏଏସ ଅଧିକାରୀ ଏବଂ କଂଗ୍ରେସ-ବିଜେଡିର ପି ନାମଧାରୀ ବ୍ୟକ୍ତି ମିଶି ଓଡ଼ିଶାରେ ପିପିପି ମଡେଲର ସରକାର ଚଳାଉଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।ତେବେ ୨୦୧୯ରେ ଓଡ଼ିଶାରେ ବିଜେପିର ସରକାର ଆସିଲେ ଡାଲି ଦୁର୍ନୀତି, ବ୍ଲାକରୋଜ ଜାହଜ ବୁଡିର ତଦନ୍ତ ହେବ ବୋଲି ବିଞ୍ଝାରପୁର ଠାରେ ବିଜେପିର ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର କହିଛନ୍ତି।PC-SARKAR-MODIସରକାରୀ ବିଜ୍ଞାପନକୁ ଆଟାକ୍
ଅପରପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନିର୍ଧୁମ ଆଟାକ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବଦଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ଆଉ ସେହି ଯୋଜନାର ସଫଳତାକୁ ନେଇ ୨୭ଅକ୍ଟୋବରରେ ବିଭିନ୍ନ ଖବର କାଗଜରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନକୁ ଚାଲେଞ୍ଜ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେହି ବିଜ୍ଞାପନରେ ଉଲ୍ଲେଖ ରହିଛି ଯେ ବିଜୁ ସ୍ୱାସ୍ୟ କଲ୍ୟାଣ ଯୋଜନାରେ ୧କୋଟି ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି। ତେବେ ୨୦୧୬-୧୭ ଓଡ଼ିଶାର ଅର୍ଥନୈତି ସର୍ଭେ ରିପୋର୍ଟ କହୁଛି ଯେ ବିଜୁ କୃଷକ କଲ୍ୟାଣ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ସେହି ବର୍ଷ ୧୨ଲକ୍ଷ ପରିବାର ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଅର୍ଥାତ ଯଦି ଗୋଟିଏ ପରିବାରରୁ ୪ଜଣଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବ ତେବେ ୨୦୧୬-୧୭ରେ ରୋଗୀ ସଂଖ୍ୟା ଅତିବେଶୀରେ ୪୮ଲକ୍ଷ ହେବ।BIJU-SWASTYA-KALAYANଅସୁସ୍ଥଙ୍କ ସଂଖ୍ୟା ବଢ଼ିବ
ଅପରପକ୍ଷରେ ଗତ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨ମାସ ୧୨ ଦିନରେ କିପରି ୧କୋଟି ରୋଗୀ ମାଗଣାରେ ଚିକିତ୍ସିତ ହେଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଯଦି ଓଡ଼ିଶା ସରକାରଙ୍କ ବିଜ୍ଞାପନକୁ ବିଶ୍ୱାସ କରାଯାଏ ତେବେ ରାଜ୍ୟରେ ଅସୁସ୍ଥ ଲୋକଙ୍କ ସଂଖ୍ୟା ନିଶ୍ଚିତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ୭୨ଦିନରେ ୧କୋଟି ରୋଗୀ ଚିକିତ୍ସିତ ହେଲେ ତେବେ ବର୍ଷକୁ ପ୍ରାୟ ୫କୋଟି ୬ଲକ୍ଷ ୯୪ହଜାର ୪୪୪ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗାଣାରେ ଚିକିତ୍ସିତ ହେବେ। ଯାହାକି ୨୦୧୬-୧୭ ଆର୍ଥିକ ସର୍ଭେ ରିପୋର୍ଟର ରୋଗୀ ସଂଖ୍ୟା ଠାରୁ ପ୍ରାୟ ସାଢ଼େ ୪କୋଟିରୁ ଅଧିକ ହେବ। ତାହାଲେ ବିଜୁ କୃଷକ କଲ୍ୟାଣ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିକୁ ମିଶାଇ ସୃଷ୍ଟି ହୋଇଥିବା ବିଜୁ ସ୍ୱାସ୍ୟ କଲ୍ୟାଣ ଯୋଜନା ଓଡ଼ିଶାବାସୀଙ୍କ ପାଇଁ ଅଶୁଭ? କାରଣ ବିଜୁ ସ୍ୱାସ୍ୟ କଲ୍ୟାଣ ଯୋଜନା ଓଡ଼ିଶା ଲୋକଙ୍କୁ ଅସୁସ୍ଥ କରାଉଛି ବୋଲି ରାଜ୍ୟ ସରକାରଙ୍କ ବିଜ୍ଞାପନର ତଥ୍ୟ ସୂଚାଉଛି!
ଏଥିସହ ପଢ଼ନ୍ତୁ-ଅନ୍ଧବିଶ୍ୱାସକୁ ଦୂର କରିବାକୁ ବାଚସ୍ପତି ପ୍ରଦୀପ ଅମାତ ରିସ୍କ୍ ନେଇଥିଲେ!