ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁପ୍ରିମ କୋର୍ଟରେ ବିଚାର ବ୍ୟବସ୍ଥାକୁ ତ୍ୱରାନୀତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଫେବ୍ରୁଆରୀ ୪ରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ। ବିଦ୍ଧିବଦ୍ଧ ଭାବେ ଶପଥ ଗ୍ରହଣ ପ୍ରକ୍ରିୟା ସମାପ୍ତ ହୋଇଛି। ନବ ନିଯୁକ୍ତ ସମସ୍ତ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିଛନ୍ତି।

୩୨ରେ ପହଞ୍ଚିଲା ବିଚାରପତିଙ୍କ ସଂଖ୍ୟା
ନୂଆ ବିଚାରପତିଙ୍କୁ ନିଯୁକ୍ତ ଦେଲା ପରେ ଏବେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୨ରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ  ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି), ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି) ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ,ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ଗତ ଡିସେମ୍ବର ୧୩ରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଥିଲେ।ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା।ଚୂଡ଼ାନ୍ତ ନିଷ୍ପତ୍ତି ପରେ ନିଯୁକ୍ତି ପ୍ରକ୍ରିୟା ସହ ଶପଥ ଗ୍ରହଣ ବି ସମାପନ ହୋଇଛି ।