ଆରପାରିରେ କ୍ରିକେଟ୍ ଅଲରାଉଣ୍ଡର

ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ ଅକାଳ ବିୟୋଗ ଘଟିଛି। ଶନିବାର ରାତିରେ କୁଇନ୍ସଲ୍ୟାଣ୍ଡରେ ଏକ କାର ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ଆଇସିସି ପକ୍ଷରୁ ଟ୍ୱିଟ୍ କରାଯାଇ ଶୋକ ପ୍ରକଟ କରାଯିବ ସହ ପରିବାରକୁ ସମବେଦନା ଜଣାଯାଇଛି। ସାଇମଣ୍ଡଙ୍କ ପରଲୋକରେ ବହୁ କ୍ରିକେଟ୍ର ଦୁଃଖ ପ୍ରକାଶ କରିଛନ୍ତି।

ଆରପାରିରେ ଅଲରାଉଣ୍ଡର
ବ୍ୟାଟିଂ,ବୋଲିଂ ଓ ଫିଲ୍ଡିଂ କ୍ଷେତ୍ରରେ ପ୍ରବୀଣ ଥିଲେ ସାଇମଣ୍ଡସ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୨୬ଟି ଟେଷ୍ଟ ଖେଳି ୧୪୬୨ ରନ୍ କରିଥିଲେ, ଯେଉଁଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳି ୫,୦୮୮ ରନ୍ ସଂଗ୍ରହ କରିଥିଲେ। ଏଥି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି। ଦଳ ପକ୍ଷରୁ ସେ ୧୪ଟି ଟି-ଟ୍ୱେଣ୍ଟି ଖେଳି ୩୩୭ ରନ୍ କରିଥିଲେ।ସାଇମଣ୍ଡସ ଆଇପିଏଲ୍ ମଧ୍ୟ ଖେଳିଥିଲେ। ଆଇପିଏଲ୍ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।୨୦୦୪ରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍। ଅଷ୍ଟ୍ରେଲିଆର ଜଣାଶୁଣା କ୍ରିକେଟର ରୋଡ୍ ମାର୍ଶ,ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ ପରେ ଏବେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଦେହାନ୍ତ ଅଷ୍ଟ୍ରେଲିଆ କ୍ରିକେଟ ଜଗତ ପାଇଁ ବିଶାଳ କ୍ଷତି ସାଜିଛି।
Connect With Us