ଛତିଶଗଡ଼ରେ BJP ହାରିଲା,କିନ୍ତୁ BJD ବିଧାୟକଙ୍କ ଚିନ୍ତା ବଢ଼ିଲା!

ଭୁବନେଶ୍ୱର: ଛତିଶଗଡ଼ରେ ଜନମତ ଗଲା କଂଗ୍ରେସ ସପକ୍ଷରେ।୧୫ବର୍ଷରୁ ଶାସନ କରୁଥିବା ଡାକ୍ତର ରମଣ ସିଂଙ୍କ ଗତିରେ ଲାଗିଲା ବ୍ରେକ୍। ହେଲେ ବିଜେଡିରେ ଏପରି ଜଣେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ରମଣଙ୍କ ପରାଜୟରେ ନିଜ ହାର ଦେଖୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଥିବା ୭ଟି ଜିଲ୍ଲା ପରିଷଦ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲା। ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପିର ଗଡ଼ ଥିବା ଜୁନାଗଡ଼ ଓ ଗୋଲମୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଖାତା ଖୋଲି ପାରିନଥିଲା। କଳାହାଣ୍ଡି ରାଜ ପରିବାରର ସହଯୋଗରେ ଜୁନାଗଡ଼ରେ ନିଜ ସ୍ଥିତି ମଜଭୁତ କରିଥିବା ବିଜେପିର ପୂର୍ବାବସ୍ଥା ଫେରି ପାଇବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବ୍ୟତୀତ କରିନଥିଲା। ହେଲେ ଛତିଶଗଡ଼ ନିର୍ବାଚନର ଫଳାଫଳ ଦିବ୍ୟଶଙ୍କର ମିଶ୍ରଙ୍କ ଚିନ୍ତା ବଢ଼ାଇ ଦେଇଛି।ଦିନେ ଦିବ୍ୟଶଙ୍କର ରମଣ ସିଂ ଓ ନବୀନ ପଟ୍ଟନାୟକଙ୍କ ପାଇଲଟ୍ ଥିଲେ। ଏହି ଗଣିତରେ ବିଜେଡି ଟିକେଟ ପାଇ ୨୦୧୪ରେ ବିଜେପି ପ୍ରାର୍ଥୀଙ୍କୁ ୯ହଜାର ୯୪୫ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଧାୟକ ହୋଇଛନ୍ତି। ଦିବ୍ୟଶଙ୍କରଙ୍କ ବିଧାୟକ ହେବା ପଛରେ ଯେତିକି ହାତ ବିଜେଡିର ନାହିଁ, ତାଠାରୁ ଢ଼େର ଶ୍ରେୟ ଥିଲା ଛତିଶଗଡ଼ ବିଜେପିର।
ବିଜେଡି କ୍ୟାମ୍ପରେ ରମଣଙ୍କ ପାଇଲଟ୍
ଅବଶ୍ୟ ବିଜୁ ପଟ୍ଟନାୟକଙ୍କ ସହ ଦିବ୍ୟଶଙ୍କରଙ୍କ ପରିବାର ସମ୍ପର୍କ ପୁରୁଣା। କଳାହାଣ୍ଡିରେ ଥିବା ଦିବ୍ୟଶଙ୍କର ମିଶ୍ରଙ୍କ ଘରେ ବିଜୁ ବାବୁ ପାର୍ଟି ଅଫିସ କରିଥିଲେ। ଦିବ୍ୟଶଙ୍କରଙ୍କ ପାଇଲଟ୍ ହେବା ଇଚ୍ଛା ଜାଣି ପୁରୁଖା ପାଇଲଟ୍ ବିଜୁ ବାବୁ ତାଙ୍କୁ ଭୁବନେଶ୍ୱର ସୈନିକ ସ୍କୁଲରେ ଆଡମିସନ୍ କରାଇଥିଲେ।ଏକଥା କ୍ୟାପଟେନ୍ ମିଶ୍ର କୁହନ୍ତି ଯାହା ଅନେକଙ୍କ ପାଇଁ ଅଜଣା।ହେଲେ ଦିବ୍ୟଶଙ୍କରଙ୍କ ରାଜନୈତିକ କ୍ୟାରିୟରରେ ପ୍ରଭାବ ପକାଇ ଥିଲେ ରମଣ ସିଂ। ଶୁଣିବାକୁ ମିଳିଛି, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ ପ୍ରଶାସନିକ କ୍ୟାରିୟର ବି କଳାହାଣ୍ଡି ଜିଲ୍ଳା ଧର୍ମଗଡରୁ ଆରମ୍ଭ ହୋଇଥିଲା। ତେଣୁ କଳାହାଣ୍ଡି ପାଇଁ ତାଙ୍କ ହୃହୟରେ ସ୍ୱତନ୍ତ୍ର ସ୍ଥାନ ଅଛି। ସେ ଚାହୁଁଥିଲେ ଭୋକର ଭୂଗୋଳ କଳାହାଣ୍ଡିରୁ ୟଙ୍ଗ୍ ଟେକ୍ନୋକ୍ରାଟ୍ ନିର୍ବାଚିତ ହୁଅନ୍ତୁ। ଯାହା କି ଏହି ପଛୁଆ ଜିଲ୍ଲାର ବିକାଶରେ ସହାୟକ ହେବ। ଯେଉଁଥିପାଇଁ କ୍ୟାପଟେନ ମିଶ୍ରଙ୍କୁ ସେ ବାଛିଥିଲେ।
ଅନ୍ୟପଟେ କଳାହାଣ୍ଡିରେ ବିଶେଷ ପ୍ରଭାବ ରଖୁଥିବା ଛତିଶଗଡ଼କୁ ଜୁନାଗଡ଼ର ପଡୋଶୀ ଭାବେ ଗଣାଯାଏ। ୨୦୧୪ରେ ଛତିଶଗଡ଼ ବିଜେପି କଳାହାଣ୍ଡି ଜଗିଥିଲା।ହେଲେ ଜୁନାଗଡ଼ରେ କିପରି କ୍ୟାପଟେନ ମିଶ୍ର ଜିତିବ, ସେ ନେଇ ବାଟ ବି କରି ଦେଇଥିଲା। କାରଣ କ୍ୟାପଟେନ୍ ହେଉଛନ୍ତି ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପାଖ ଲୋକ। କ୍ୟାପଟେନ୍ ଜିତିବା ପରେ ବିଜେଡି ମୁଖପାତ୍ର ବି ହେଲେ। ବିଧାୟକ ହେବା ପରେ କ୍ୟାପଟେନ ମିଶ୍ର ଓ ଧର୍ମଗଡ଼ ବିଧାୟକ ତଥା କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଭିତରେ ଶୀତଳ ଯୁଦ୍ଧ କଥା ଚର୍ଚ୍ଚାର ଶୀର୍ଷ ମଣ୍ଡନ କରିଛି।
ସୁପ୍ରିମୋଙ୍କ ନାହିଁ ଭରସା
ସେପେଟେ ମହାନଦୀ ବିବାଦ ଚାଲିଥିବା ସମୟରେ ବିଜେଡିର ଏକ ପ୍ରତିନିଧି ଦଳ ଛତିଶଗଡ଼ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କଲା। ହେଲେ ଛତିଶଗଡ଼ ଉପରେ ଦଖଲ ରଖୁଥିବା ବିଧାୟକ କ୍ୟାପଟେନ୍ ନିଜକୁ ଦୂରେଇ ରଖିଲେ। ଶୁଣିବାକୁ ମିଳିଛି ରମଣ ସିଂଙ୍କୁ ବିରୋଧ ନ କରିବାକୁ ସେ ଏପରି କରିଥିଲେ। କ୍ୟାପଟେନଙ୍କ ଏସବୁ ଆଚରଣକୁ ବିଜେଡିର କ୍ଷମତାକେନ୍ଦ୍ର ମନିଟରିଂ କରୁଥିଲା। ତାଙ୍କୁ ମୁଖପାତ୍ର ପଦରୁ ବିଦା କରି ପୁଷ୍ପେନ୍ଦ୍ରଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ। ଯଦିଓ ଗତ କିଛି ମାସ ହେବ ଜୁନାଗଡରେ କ୍ୟାପଟେନ୍ ସକ୍ରିୟ ହୋଇଛନ୍ତି। କିନ୍ତୁ କ୍ୟାପଟେନଙ୍କ ଭୁଲ ଗୋଟି ଚାଳନା ଯୋଗୁ ଜିଲ୍ଳା ହାତରୁ ଯାଉଥିବା ଗୁଇନ୍ଦା ରିପୋର୍ଟ ଆସିଛି।ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୁଝୁଥିବା ସୁଜିତ କୁମାରଙ୍କୁ କଳାହାଣ୍ଡି ଦାୟିତ୍ୱ ଦିଆଯାଇଛି। କାରଣ ୨୦୧୯ନିର୍ବାଚନରେ ଛତିଶଗଡ଼ କଂଗ୍ରେସ ଜଗିବ କଳାହାଣ୍ଡି।ଯଦି ବି ଜୁନାଗଡ଼ରୁ କ୍ୟାପଟେନଙ୍କୁ ବିଜେଡି ରିପିଟ୍ କରେ ତେବେ ଏଥର ରମଣ ସିଂଙ୍କ ବିଜେପି ନାହିଁ ଜିତାଇବାକୁ।
ପଢ଼ନ୍ତୁ
IPLର ସୁପରହିଟ୍ କ୍ରିକେଟର୍, ଦିନିକିଆରେ ଫ୍ଲପ୍
ରାଜ୍ୟପାଳ ଚାହୁଁଥିଲେ,ରଥରେ‘ଛେରା ପହଁରା’ ନୀତି ବନ୍ଦ ହେଉ
Connect With Us