ରାଜ୍ୟର ଆଇନ ଶୃଙ୍ଖଳା ଉପରେ ଏକ ପ୍ରେସ ମିଟ୍ କରିଛି BJP। BJD ଶାସନ ସମୟରେ ହିଁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ମତ ରଖିଛନ୍ତି ବିଜେପି ନେତା ବାବୁ ସିଂ। ଆଇନ ଶୃଙ୍ଖଳାକାରୀଙ୍କ ପାଇଁ BJD କଣ୍ଟା ସାଜିଥିବା ସେ ମତ ରଖିଛନ୍ତି। ଯେଉଁମାନେ ଆଇନ ଶୃଙ୍ଖଳା ଭାଙ୍ଗୁଛନ୍ତି ସେମାନେ BJD ସହ ଜଡ଼ିତ। BJD ସେମାନଙ୍କୁ ପ୍ରୋତ୍ସାହନ ଦେବା ସହ ଘଣ୍ଟ ଘୋଡ଼ାଉଥିବା କହିଛନ୍ତି।

କ୍ରାଇମ ସିଟି ହେଲାଣି ଭୁବନେଶ୍ୱର
ଭୁବନେଶ୍ୱରରେ ଅପରାଧର ମାତ୍ରା ବଢିଲାଣି ବୋଲି କହିଛନ୍ତି ବାବୁ ସିଂ। ବିଶେଷତଃ BJDର ଜନ ପ୍ରତିନିଧି ଅପରାଧରେ ସମ୍ପୃକ୍ତ ବୋଲି ସେ ମତ ରଖିଛନ୍ତି। ୨୦ ନମ୍ବର ୱାର୍ଡର କର୍ପୋରେଟର ପୁଲିସ ସହ ହାତାହାତି ହେଲାପରେ ବି ଏପର୍ଯ୍ୟନ୍ତ କୌଣଷି କାର୍ଯ୍ୟାନୁଷ୍ଠାନ ହୋଇ ପାରି ନାହିଁ। ୨୫ ନମ୍ବର ୱାର୍ଡର କର୍ପୋରେଟରଙ୍କ ସ୍ୱାମୀ ବାଉନ୍ସର ନେଇ ଜମି ମାଫିଆ କାମ କରୁଥିବା  ମତ ରଖିଛନ୍ତି। BJD ନେତା ଦେଶି ମଦ ବେପାରରେ ବି ସମ୍ପୃକ୍ତ ଥିବା ସେ କହିଛନ୍ତି । BJD ଏଭଳି ନେତାଙ୍କୁ ଟିକେଟ ଦେଇ ରାଜନୀତିରେ ଅପରାଧିଙ୍କୁ ଜାଗା ଦେଉଛି ବୋଲି କହି BJDକୁ ଟାର୍ଗେଟ କରିଛନ୍ତି ବାବୁ ସିଂ।