ମୋବାଇଲ ସେବା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ହେବାକୁ ଯାଉଛି। ନେଟ୍ୱର୍କ ସମ୍ପର୍କିତ ସମସ୍ୟାର ସମାଧାନ ପନ୍ଥା ସାମ୍ନାକୁ ଆସିଛି। ଦେଶରେ 5G ସେବାର ଅୟମାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରମୁଖ ୪ଟି ସହରରେ ଏହି ସେବା ଉପଲବ୍ଧ ହେବ। ବିଶ୍ୱର ପ୍ରମୁଖ ଶକ୍ତିଶଳୀ ଦେଶମାନଙ୍କ ପରି ଭାରତରେ ମଧ୍ୟ ଏ ସେବା ଖୁବ୍ ଶୀଘ୍ର ଉପଲବ୍ଧି ହୋଇଛି। ଦୁଇବର୍ଷର ବ୍ୟବଧାନରେ ଦେଶବ୍ୟାପୀ ଏହି ସେବା ଉପଲବ୍ଧ କରିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀରେ କଂଗ୍ରେସ ଇଣ୍ଡିଆ କାର୍ଯ୍ୟକ୍ରମର ଆୟୋଜନ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମୈଦାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। IT ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ, ରିଲାଏନ୍ସ ଜିଓର ମୁକେଶ  ଅମ୍ବାନୀ,ଏୟାରଟେଲର ସୁନୀଲ ମିତଲଙ୍କ  ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ପାହାଡ଼ପୁରରେ 5G
ଗୋଟାଏ ସମୟରେ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିବା ଗାଁ ରେ ଏବେ 5G ସେବା ଉପଲବ୍ଧି ହେବାକୁ ଯାଉଛି। ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ 5G ସେବା  ଉପଳବ୍ଧ ହେବାର ଲକ୍ଷଧାର୍ଯ୍ୟ କରାଯାଇଥିଲା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଡ଼ିହୋଇଛି ଓଡ଼ିଶାର ଏକ ଗାଁ। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଏହି ମହାପର୍ବରେ ସାମିଲ ହୋଇଛି।ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରର ନାଁ 5G ସେବାରେ ଯୋଡ଼ି ହୋଇଛି। ମୟୂରଭଞ୍ଜ ପାହାଡପୁର ଏସଏଲଏସ ରେସିଡେଣ୍ଟିଆଲ ମେମୋରିଆଲ ସ୍କୁଲରେ ଦିଲ୍ଲୀର ହେଉଥିବା କାର୍ଯ୍ୟକ୍ରମର  ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି। ୨୦୨୩ ଭିତରେ ଦେଶବ୍ୟାପୀ ଏହି ସେବା ଉପଲବ୍ଧ ହେବାକୁ ଯାଉଛି।

5G କାହିଁକି?
5G ସେବାର ପ୍ରଚଳନ ସାରା ଦେଶକୁ ଚଳଚଞ୍ଚଳ କରିଛି। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ ଅଞ୍ଚଳରେ ଏ ସେବା ଉପଲବ୍ଧ ହୋଇନାହିଁ ତେବେ ଖୁବଶିଘ୍ର ଏସବୁ ଦିଗରେ କାର୍ଯ୍ୟ କରାଯିବାର ଯୋଜନା ରହିଛି। ପ୍ରାୟ ସମସ୍ତେ 4G ସେବା ସହ ଜଡ଼ିତ ଥିଲାବେଳେ 5G ଯୁଗକୁ ନେଇ ଉତ୍ସୁକତା ଜାରୀ ରହିଛି। 4G ଅପେକ୍ଷା 5G ରେ ସୁବିଧା ବ୍ୟାପକ ହେବ ବୋଲି କୁହାଯାଉଛି। 4Gରେ ଦେଖାଯାଉଥିବା ସମସ୍ୟାର ଦୂରୀକରଣ ପାଇଁ 5G ସେବାର ଏ ପରିକଳ୍ପନା। 4G ଅପେକ୍ଷା 5G ର ସ୍ପିଡ ଅଧିକା ରହିବା ସହ ଜୁମ୍ କଲ୍,ଭିଡିଓ କଲ ରେ କୌଣଷି ସମସ୍ୟା ରହିବ ନାହିଁ  ଓ ଏହା ସହିତ ବଫରିଂର ସମସ୍ୟା ମଧ୍ୟ ହେବନାହିଁ । ଫାଇଲ ଡାଉନଲୋଡ୍ କ୍ଷେତ୍ରରେ ମଧ୍ୟ 5G ସେବାରେ ଖୁବ୍ କମ୍ ସମୟରେ କାମ କରିହେବ। 4G ଅପେକ୍ଷା 5G ରେ ୧୦ ଗୁଣ ସ୍ପିଡ ଅଧିକ ରହିବା ସହିତ ଚୁଟକିରେ ନେଟ୍ ସମସ୍ୟା ସମାଦାନ ହୋଇପାରିବ। ଥ୍ରୀ-ଜିଠୁ ୩o ଗୁଣ ଓ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି। ୫ଜି ସେବ। ଆରମ୍ଭ ହେଲେ ଯୋଗ।ଯୋଗ ଓ ମନୋରଂଜନ କ୍ଷେତ୍ରରେ ନୂଆ ବିପ୍ଲବ ଆସିବ। ୟୁଜର୍ସଙ୍କ ପାଇଁ 5G ଡାଉନଲୋଡ୍ ସ୍ପିଡ ବି ବଢ଼ାଇବ। ତେଣୁ ଏସବୁ ପ୍ରସଙ୍ଗକୁ ଆଖିରେ ରଖି 5Gସେବାର ପରିକଳ୍ପନା କରାଯାଇଛି।