ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ; କିନ୍ତୁ ୩ ବର୍ଷରେ ଭାଙ୍ଗିଯିବ ରେକର୍ଡ

ଲୌହମାନବ ତଥା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ୧୪୩ତମ ଜୟନ୍ତୀରେ ଆଜି(ବୁଧବାର) ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ। ଗୁଜୁରାଟ ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋବର ନିକଟ ସାଧୁବେଟ ଦ୍ୱୀପରେ ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାଞ୍ଚ ବର୍ଷରେ ସରିଛି ନିର୍ମାଣ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ ମସିହା ଅକ୍ଟୋବର ୩୧ରେ ଏହାର ଶିଳାନ୍ୟାସ କରିଥିଲେ ନରେନ୍ଦ୍ର ମୋଦି। ଏବେ ପ୍ରଧାନମନ୍ତ୍ରୀ ଭାବରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନ କରିଛନ୍ତି ନରେନ୍ଦ୍ର ମୋଦି।ଷ୍ଟାଚ୍ୟୁ ଅଫ୍ ୟୁନିଟି
ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତିର ମାନ୍ୟତା ପାଇଛି। ଏହାର ଓଜନ ୧୭ଶହ ଟନ୍, ଉଚ୍ଚତା ୫୨୨ ଫୁଟ୍- ଅର୍ଥାତ୍ ୧୮୨ ମିଟର। ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଉଚ୍ଚତମ ମୂର୍ତ୍ତିର ମାନ୍ୟତା ପାଇଛି ଚୀନ୍ ସ୍ପ୍ରିଙ୍ଗ ଟେମ୍ପଲରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୧୫୩ ମିଟର। ଆମେରିକାର ବିଶ୍ୱପ୍ରସିଦ୍ଧ ଷ୍ଟାଚ୍ୟୁ ଅପ୍ ଲିବର୍ଟିର ଉଚ୍ଚତା ପାଖାପାଖି ୯୩ ମିଟର। ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଉଚ୍ଚତାର ପ୍ରାୟ ଦୁଇ ଗୁଣା ହେଉଛି। ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାଣ କରିଛି ଲାର୍ସନ୍ ଏଣ୍ଡ ଟର୍ବୋ ବା ଏଲ୍ଏଣ୍ଡଟି କମ୍ପାନୀ। ଖର୍ଚ୍ଚ ହୋଇଛି ୨ହଜାର ୯୮୯ କୋଟି ଟଙ୍କା।
୩ ବର୍ଷରେ ରେକର୍ଡ ଭାଙ୍ଗିବ ଶିବ ସ୍ମାରକୀ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଖାପାଖି ୩ ବର୍ଷ ପାଇଁ ବିଶ୍ୱର ସୁଉଚ୍ଚ ପ୍ରତିମାର ମାନ୍ୟତା ବଜାୟ ରଖିବ। ଏହାର ରେକର୍ଡ ଭାଙ୍ଗିବ ଭାରତରେ ନିର୍ମାଣଧୀନ ଆଉ ଗୋଟିଏ ପ୍ରତିମୂର୍ତ୍ତି। ଆରବ ସାଗର କୂଳରେ ନିର୍ମାଣଧୀନ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ରେକର୍ଡ କାଟିବ। ଏହାର ନାଁ ଦିଆଯାଇଛି ‘ଶିବ ସ୍ମାରକ’। ଶିବାଜୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପାଖାପାଖି ୨୧୨ ମିଟର ହେବ। ୨୦୧୬, ଡିସେମ୍ୱର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଥିଲେ। ଶିବ ସ୍ମାରକର ନିର୍ମାଣ କାମ ୨୦୨୧ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଖର୍ଚ୍ଚ ହେବ ପାଖାପାଖି ୩ହଜାର ୬ଶହ କୋଟି ଟଙ୍କା।ଉଚ୍ଚତାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ରେକର୍ଡ ଭାଙ୍ଗିବ ଶିବ ସ୍ମାରକ। କିନ୍ତୁ ରେକର୍ଡ ଭାରତ ନାଁରେ ହିଁ ରହିବ।
ଏଥିସହ ପଢ଼ନ୍ତୁ-୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର!
Connect With Us