ବାପୁଙ୍କ ପରି କଞ୍ଜୁସି ବୋଲିଂ ଓ ସର୍ବାଧିକ ବଲ୍ ଖେଳିବାର ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବ କିଏ?

ବିଶ୍ୱ କ୍ରିକେଟର ପାଓ୍ୱାର ହାଉସ୍ ଟିମ୍ ଇଣ୍ଡିଆ। ଟେଷ୍ଟର ଏକ ନମ୍ବର ଟିମ୍। ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ସ୍ଥାନରେ ରହିଛି। ଆଗକୁ ବିଶ୍ୱକପ୍ ଅଭିଯାନ ପାଇଁ ନିଜକୁ ପ୍ରସ୍ତୁତ କରୁଛି ଟିମ୍ ଇଣ୍ଡିଆ। କ୍ରିକେଟର ସବୁ ଫର୍ମାଟରେ ଦବଦବା ରଖିଥିବା ଟିମ୍ ଇଣ୍ଡିଆ ଅନେକ ରେକର୍ଡ ବି ନିଜ ନାଁରେ କରିଛି।ଉଭୟ ଘରୋଇ ଓ ବିଦେଶ ମାଟିରେ ଟିମ୍ ଇଣ୍ଡିଆ କ୍ରିକେଟର ଏମିତି କିଛି ରେକର୍ଡ ନିଜ ନାଁରେ କରିଛନ୍ତି, ଯାହାକୁ ଭାଙ୍ଗିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନି।
ବାପୁ ନାଡକର୍ଣ୍ଣୀଭାରତୀୟ କ୍ରିକେଟର ରମେଶଚନ୍ଦ୍ର ଗଙ୍ଗାରାମ ‘ବାପୁ’ ନାଡକର୍ଣ୍ଣୀ। ସେତେବେଳେ ହାତରେ ବ୍ୟାଟ୍ ଓ ବଲ୍ ଧରି ମୈଦାନକୁ ଓହ୍ଲାଉଥିଲେ, ଯେତେବେଳେ କ୍ରିକେଟର ପ୍ରଚାର ପ୍ରସାର ସେତେ ଅଧିକ ନଥିଲା। ତାଙ୍କ ନାଁରେ ଏମିତି ଏକ ବିଶ୍ୱ ରେକର୍ଡ ରହିଛି ଯାହାକୁ ଏଯାଏଁ କେହି ଛୁଇଁ ନାହାନ୍ତି। ୧୯୬୩-୬୪ ମସିହାରେ ଇଂଲଣ୍ଡ ବିରୋଧରେ ମାଡ୍ରାସରେ(ବର୍ତ୍ତମାନ ଚେନ୍ନାଇ) ଖେଳା ଯାଇଥିବା ଟେଷ୍ଟରେ ଗୋଟିଏ ଇନିଂସରେ ଲଗାତାର ୨୧ଟି ମେଡେନ୍ ଓଭର ଫିଙ୍ଗି ଥିବାର ରେକର୍ଡ କରିଥିଲେ। ସେହି ମ୍ୟାଚରେ ବାପୁ ୩୨ଓଭର ବୋଲିଂ କରି ୧୩୧ଟି ଡଟ୍ ବଲ୍ ଫିଙ୍ଗି, ଦେଇଥିଲେ ମାତ୍ର ୫ ରନ୍।
ଇର୍ଫାନ ପଠାନ୨୦୦୬ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଇର୍ଫାନ ପଠାନଙ୍କ କାରନାମାକୁ କେହି ଭୁଲି ନଥିବେ। ଇନିଂସ ଆରମ୍ଭର ପ୍ରଥମ ଓଭରରେ ହାଟ୍ରିକ୍ ଓ୍ୱିକେଟ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିଲେ। ଏମିତି କରିବାରେ ଇର୍ଫାନ ହେଇଛନ୍ତି ବିଶ୍ୱର ପ୍ରଥମ ଓ ଏକମାତ୍ର କ୍ରିକେଟର। ତାଙ୍କ ହାଟ୍ରିକର ଶିକାର ହୋଇଥିଲେ ସଲମାନ ବଟ୍ଟ, ୟୁସୁଫ ଖାନ୍ ଓ ମହମ୍ମଦ ୟୁସୁଫ। ୨୦୧୨, ଅଗଷ୍ଟ ୪ ରେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ ଇର୍ଫାନ ପଠାନ୍।
ରାହୁଲ ଦ୍ରାବିଡଦି ଓ୍ୱାଲ ରାହୁଲ ଦ୍ରାବିଡ କ୍ରିକେଟ କ୍ୟାରିୟର ଭିତରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି।କ୍ରିକେଟ ଇତିହାସରେ ୩୦ ହଜାରରୁ ଅଧିକ ବଲ୍ ସାମନା କରିଥିବା ବିଶ୍ୱର ଏକମାତ୍ର କ୍ରିକେଟର ରାହୁଲ ଦ୍ରାବିଡ। ନିଜ କ୍ୟାରିୟରରେ ମୋଟ୍ ୩୧ ହଜାର ୨୫୮ ବଲ୍ ଖେଳିଛନ୍ତି। ଏହାସହ ଟେଷ୍ଟ ମ୍ୟାଚରେ ୨ଶହ କ୍ୟାଚ୍ ନେବାରେ ପ୍ରଥମ କ୍ରିକେଟର ବି ହୋଇଥିଲେ ଦ୍ରାବିଡ। ସେହିପରି ନିଜ କ୍ରିକେଟ କ୍ୟାରିୟରରେ ପିଚରେ ୪୪ ହଜାର ୧୫୨ ମିନିଟ ବିତାଇଛନ୍ତି ରାହୁଲ ଦ୍ରାବିଡ।
ସଚିନ ତେନ୍ଦୁଲକରରେକର୍ଡ ବନାଇବାରେ କେମିତି ବା ପଛରେ ରହିଯିବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଟେଷ୍ଟରେ ୩ଶହରୁ ଅଧିକ ଇନିଂସ ଖେଳିବାରେ ସଚିନ ବିଶ୍ୱର ଏକମାତ୍ର କ୍ରିକେଟର।୩୨୯ଟି ଇନିଂସରେ ସେ ବ୍ୟାଟିଂ କରିଛନ୍ତି।ଶହେଟି ଶତକ ମାରିବାର ରେକର୍ଡ ବି ସଚିନଙ୍କ ନାଁରେ। ଦିନିକିଆରେ ୪୯ଟି ଓ ଟେଷ୍ଟରେ ୫୧ଟି ସେଞ୍ଚୁରୀ ମାରିଛନ୍ତି ସଚିନ।
ମହେନ୍ଦ୍ର ସିଂ ଧୋନିଶେଷ ବଲରେ ସର୍ବାଧିକ ୯ଥର ଛକା ମାରି ଇନିଂସ ଶେଷ କରୁଥିବା ଏକମାତ୍ର କ୍ରିକେଟର ମହେନ୍ଦ୍ର ସିଂ ଧୋନି। ସେଥିପାଇଁ ତ ତାଙ୍କୁ କୁହାଯାଏ ମ୍ୟାଚ୍ ଫିନିସର। ଓ୍ୱିକେଟ କିପର ଭାବରେ ସବୁଠୁ ଅଧିକ ଷ୍ଟମ୍ପିଂ କରିବାର ବିଶ୍ୱ ରେକର୍ଡ ବି ମିଷ୍ଟର କୁଲଙ୍କ ଖାତାରେ ରହିଛି। ଏପର୍ଯ୍ୟନ୍ତ ୧୯୦ଟି ଷ୍ଟମ୍ପିଂ କରିଛନ୍ତି। ବିଶ୍ୱର ଜଣେ ସଫଳ ଅଧିକନାୟକ ଭାବରେ ୨ଶହ ଛକା ମାରିବାରେ ପ୍ରଥମ ଖେଳାଳି ଧୋନି। ସବୁଠୁ ଅଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ରେକର୍ଡ ବି ଧୋନିଙ୍କ ନାଁରେ। ଧୋନି ମୋଟ୍ ୩୩୧ଟି ମ୍ୟାଚରେ ଦଳପତି ଭାର ସମ୍ଭାଳିଛନ୍ତି। ତାଙ୍କ ପଛକୁ ଅଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୩୨୪ ମ୍ୟାଚରେ ଅଧିନାୟକ)।
Connect With Us