ଗାନ୍ଧିଙ୍କ ହତ୍ୟା ପଛରେ କାହାର ରହିଛି ଷଡ଼ଯନ୍ତ୍ର?

୧୯୪୮ ମସିହା ଜାନୁୟାରୀ ୩୦, ପ୍ରତିଟି ଭାରତୀୟ କ୍ୟାଲେଣ୍ଡରରେ ପାଲଟି ଯାଇଥିଲା ଏକ ଅଭୁଲା ତାରିଖ। କେବଳ ଦେଶ କାହିଁକି ବିଦେଶରୁ ବି ଶୁଭିଥିଲା ବିଦାୟର ସ୍ୱର। ରଘୁପତି ରାଘବ ରାଜା ରାମର ଧ୍ୱନୀ ତାଳରେ ବିଦାୟ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଗୁଳିମାଡରେ ହରାଇଥିଲେ ଜୀବନ। ଏଥିରେ କୌଣଷି ସନ୍ଦେହ ନାହିଁ ଯେ ନାଥୁରାମ ଗୋଡସେ ତାଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ସେ ଦଣ୍ଡିତ ମଧ୍ୟ ହୋଇଛନ୍ତି। ଦିଲ୍ଲୀର ବିର୍ଲା ହାଉସରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବାବେଳେ ନାଥୁରାମ ଗୋଡସେ ତାଙ୍କ ଛାତିରେ M1934 ବେରେଟା ସେମି ଅଟୋମେଟିକ୍ ପିସ୍ତଲ ସାହାଯ୍ୟରେ ଗୁଳି କରିଥିଲେ।

ପ୍ରଶ୍ନ ଘେରରେ ବାପୁଙ୍କ ମୃତ୍ୟୁ
୩୦ଜାନୁୟାରୀ ୧୯୪୮ ରେ କ’ଣ ଘଟିଛି ତାହା ଏବେ ବି ରହସ୍ୟରେ। ଯଦିଓ ଗଡସେଙ୍କୁ ମହାତ୍ମାଙ୍କ ହତ୍ୟାକାରୀ ଭାବରେ ଦୋଷୀ ସାବ୍ୟସ୍ତ କରାଯାଇଛି ତଥାପି ତାଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କର ଏଥିରେ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଏ। ଗାନ୍ଧୀଙ୍କୁ ନେଇ ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। କେବଳ ଗଡସେଙ୍କ ବ୍ୟତୀତ ଗାନ୍ଧି ଅନେକ ଲୋକଙ୍କ ପାଇଁ ଏକ ଅସୁବିଧାରେ ପରିଣତ ହୋଇଥିଲେ କି? ସମାନ ସ୍ଥାନରେ ବିଫଳ ବୋମା ଆକ୍ରମଣର ମାତ୍ର ୧୦ ଦିନ ପରେ କିପରି ସହଜରେ ତାଙ୍କୁ ହତ୍ୟା କରା ଯାଇପାରିଲା। ମହାତ୍ମାଙ୍କୁ ହତ୍ୟା କରିବା ପାଇଁ ଏହା ଏକ ବଡ଼ ଷଡଯନ୍ତ୍ର ଥିଲା କି? ହତ୍ୟାର ମାସେ ପୂର୍ବରୁ ଗାନ୍ଧି ୧୮ ଡିସେମ୍ବର ୧୯୪୭ ରେ କହିଥିଲେ: “ମୁଁ ଜାଣେ ଆଜି ମୁଁ ସମସ୍ତଙ୍କୁ ବିରକ୍ତ କରୁଛି… ମୋତେ ହଇରାଣ କରୁଥିବା କଥା ହେଉଛି ଲୋକମାନେ ମୋତେ ପ୍ରତାରଣା କରୁଛନ୍ତି। ସେମାନେ ମୋତେ ଖୋଲାଖୋଲି ଭାବରେ କହିବା ଉଚିତ୍ ଯେ ମୁଁ ବୃଦ୍ଧ ହୋଇଗଲି, ମୁଁ ଆଉ କୌଣଷି ବ୍ୟବହାରରେ ନାହିଁ ଏବଂ ମୁଁ ସେମାନଙ୍କ ପଥରେ ଯିବା ଉଚିତ୍ ନୁହେଁ।” ସେ କେଉର୍ମାନଙ୍କ କଥା ଇସାରା କରିଥିଲେ ତାହା ଏଯାଏଁ ଅଜଣା।

ପ୍ରଫେସର ମାକରାଣ୍ଡ ଆର ପରଞ୍ଜାପେ ତାଙ୍କ ପୁସ୍ତକ The Death and Afterlife of Mahatma Gandhi ପୁସ୍ତକରେ ଲେଖିଛନ୍ତି ଯେ ନାଥୁରାମ ଗୋଡସେ ତାଙ୍କୁ ହତ୍ୟା ତ କରିଥିଲେ କିନ୍ତୁ ମହାତ୍ମା ନିଜେ ସହିଦ ହୋଇଥିଲେ। ଯେହେତୁ ଗାନ୍ଧୀ ବିର୍ଲା ହାଉସରେ କଡ଼ା ସୁରକ୍ଷାକୁ ପ୍ରତିରୋଧ କରିଥିଲେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେ ପ୍ରାର୍ଥନା ସଭା ଜାରି ରଖିଥିଲେ, ପରଞ୍ଜାପେ ଉଲ୍ଲେଖ କରିଛନ୍ତି “ଗାନ୍ଧୀ ଜଣେ ପୀଡିତାର ଶିକାର ହୋଇନଥିଲେ, ବରଂ ଜଣେ ସକ୍ରିୟ ଅଂଶଗ୍ରହଣକାରୀ ଥିଲେ।” ବାସ୍ତବରେ, ତାଙ୍କ ଜୀବନର ଶେଷ ଦିନଗୁଡ଼ିକ ବିଷୟରେ ତାଙ୍କର ବାକ୍ୟ ପ୍ରାୟତଃ ଜୀବନ ଏବଂ ମୃତ୍ୟୁକୁ ଘେରି ରହିଥିଲା । ତେଣୁ ହୁଏତ ଗାନ୍ଧିଙ୍କ ପାଖ ଲୋକଙ୍କର ସମ୍ପୃକ୍ତି ଏଥିରେ ରହିଥାଇପାରେ। ଯାହାକୁ ସେ ଖୋଲାଖୋଲି ପ୍ରକାଶ କରି ପାରି ନଥିଲେ।

Connect With Us