ମୃତ୍ୟୁ ପୂର୍ବରୁ କେଉଁଠି ଥିଲେ ବିଜୁବାବୁ

ବିଜୁ ପଟ୍ଟନାୟକ,ନିଆରା ରାଜନୀତିର ବାଆଁରା ମଣିଷ। ଆଧୁନିକ ଓଡ଼ିଶାର ବିନ୍ଧାଣୀ, ପ୍ରବାଦ ପୁରୁଷ, ଝଡ଼ର ଇଗଲ ଆଦି ନାଁରେ ସେ ବେଶ୍ ପରିଚିତ। ବିଭିନ୍ନ କ୍ଷେତ୍ରରେ ତାଙ୍କ ସାହସିକତା ଓଡ଼ିଶାକୁ ଦେଉଛି ସ୍ୱତନ୍ତ୍ର ପରିଚୟ। ତାଙ୍କ ନାଁରେ ଦଳ ଚାଲିଛି,ବଳ ଯୋଗାଡ଼ ହୋଉଛି ଏବଂ ସରକାର ମଧ୍ୟ ଗଢା ହୋଇଛି। କିନ୍ତୁ ଆଜି ଶ୍ରଦ୍ଧାର ଶୀର୍ଷରେ ଥିବା ବିଜୁବାବୁଙ୍କ ଜୀବନ ସେତିକି ସହଜ ନଥିଲା। କେବେ ଚକ୍ରାନ୍ତରେ ତାଙ୍କୁ ଚାପିବାକୁ ପ୍ରୟାସ ହୋଇଛି ତ ପୁଣି କେବେ ଷଡ଼ଯନ୍ତ୍ରରେ ଷଢେଇବାକୁ ରଚନା ହୋଇଛି ଚକ୍ରବ୍ୟୁହ। ତଥାପି ହାରି ନାହାନ୍ତି ବିଜୁବାବୁ। କିନ୍ତୁ ହରେଇଛନ୍ତି ଅନେକ କିଛି।

ଅପରାଜେୟ ବିଜୁ
ଓଡ଼ିଶାର ସୁପୁତ୍ର,ଇଣ୍ଡୋନୋସିଆର ବରପୁତ୍ରଙ୍କ ସମଗ୍ର ଜୀବନ ଥିଲା ସେବା ଓ ସଂଗ୍ରାମ ପାଇଁ ଅଭିପ୍ରେତ। ୧୯୪୭ରେ ଇଣ୍ଡୋନୋସିଆର ସ୍ୱାଧିନତା ସଂଗ୍ରାମରେ ରାଷ୍ଟ୍ରପତିଙ୍କୁ ସାହସୀକତାର ସହ ଉଦ୍ଧାର କରିବା,୧୯୬୫ରେ ଭାରତ ପାକିସ୍ଥାନ ଯୁଦ୍ଧରେ ଦୁଃସାହସିକତା ପ୍ରଦର୍ଶନ ଆଦି ଅନେକ କ୍ଷେତ୍ରରେ ନିଆରା ପରିଚୟ ଦେଇଛନ୍ତି ବିଜୁବାବୁ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ସମ୍ପୃକ୍ତି ଏକ ସ୍ୱତନ୍ତ୍ର ଅଧ୍ୟାୟ।

ମୃତ୍ୟୁ ପୂର୍ବର ଜୀବନ
୧୭ ଅପ୍ରେଲ ୧୯୯୭ରେ ସାରା ଓଡ଼ିଶାରେ ଖେଳି ଯାଇଥିଲା ଶୋକର ଛାୟା। ମଶାଣିର ଧୂଆାଁରେ ମିଶିଯାଉଥିଲା ବିଜୁବାବୁଙ୍କ ଚିତାଭଷ୍ମ। ଶବକୁ ବେଢି ରହିଥିଲେ ଅନେକ ଆତ୍ମୀୟ। ଆଖି ଓଦା କରୁଥିଲେ ପରିବାର ସଦସ୍ୟ। ଘେରି ରହିଥିଲେ ଲକ୍ଷଲକ୍ଷ ଜନତା। ମାତ୍ର ପ୍ରକୃତ ସତ କିଛି ଅଲଗା ଥିଲା। ଯଦିଓ ବିଜୁବାବୁଙ୍କ ଶବଦାହରେ ଅନେକ ଆତ୍ମୀୟ ଯୋଗ ଦେଇଥିଲେ କିନ୍ତୁ ତାଙ୍କ ଶେଷ ଅବସ୍ଥାରେ ସେମାନେ ସାଜି ନଥିଲେ ସାହାରା।ମୃତ୍ୟୁ ପୂର୍ବରୁ ନିଶ୍ୱାସ ସହ ଲଢୁଥିବା ବିଜୁବାବୁ ତାଙ୍କର ଅନ୍ତିମ ମୂହୁର୍ତ୍ତ ଦୀଲ୍ଲିପ ରାୟଙ୍କ ଦୀଲ୍ଲି ସ୍ଥିତ ବାସଭବନରେ କଟାଇ ଥିଲେ।

ମୃତ୍ୟୁ ପୂର୍ବର ସଙ୍ଘର୍ଷମୟ ସ୍ଥିତିରେ ତାଙ୍କର ବେଶ୍ ନିକଟତର ଥିଲେ ଦୀଲ୍ଲିପ ରାୟ, ବିଜୟ ମହାପାତ୍ର,ନଳିନୀ ମହାନ୍ତି ଆଦି ହାତଗଣତି ନେତା। ମାତ୍ର ତାଙ୍କ ନାଁରେ ଗଢା ହୋଇଥିବା ବିଜୁ ଜନତା ଦଳରେ ଖୋଦ୍ ବିଜୁବାବୁଙ୍କ ପୁଅ ଏମାନଙ୍କୁ କୋଣଠେସା କରିବା ଓଡ଼ିଶା ରାଜନୀତିର ଅଣଦେଖାର ଏକ ମହା ଅଧ୍ୟାୟ ଯାହାକୁ ନେଇ ଏବେବି ଅନେକ ସସ୍ପେନ୍ସ।
ଏ ଷ୍ଟୋରୀ ଲେଖିଛନ୍ତି –ରଶ୍ମିତା ବେହେରା
Connect With Us