ମହିଳା ଓ ଆଦିବାସୀ କାର୍ଡ ପରେ ଚାଷୀ କାର୍ଡ ଖେଳିଲା ବିଜେପି: ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପ୍ରାର୍ଥି

ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ ମହିଳା ଓ ଆଦିବାସୀ କାର୍ଡ ଖେଳିଛି ବିଜେପି। ବିଜେପିର ପ୍ରପର ପ୍ଲାନିଂ ଆଗରେ ଅନେକ ବିରୋଧି ଧରାଶାୟୀ ହୋଇଛନ୍ତି। ବିଜେପିର ଗୋଟି ଚାଳନା ଆଗରେ ହାର ମାନିଛନ୍ତି ବିରୋଧି ।ଇଛା ନଥାଇ ବି ମହିଳା ଓ ଆଦିବାସୀ ବିରୋଧି ଆଭିମୁଖ୍ୟ ନ ନେବାକୁ ଏନଡିର ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ବାଧ୍ୟ ହୋଇ କିଛିଦଳ ସମର୍ଥନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ମହିଳା ଓ ଆଦିବାସୀ କାର୍ଡ ଖେଳିଲା ପରେ ଉପରାଷ୍ଟ୍ରପତି କ୍ଷେତ୍ରରେ ମଧ୍ୟ ଚତୁରତାର ସହିତ ଚାଷୀ କାର୍ଡ ଖେଳିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥି କରାଯାଇଛି।

କାହିଁକି ବିଜେପିର ପସନ୍ଦ ଜଗଦୀପ:ମମତାଙ୍କୁ ବିରୋଧ କରି ପାଇଲେ କି ପୁରସ୍କାର
ଉପରାଷ୍ଟ୍ରପତି ପ୍ରାର୍ଥି ଚୟନ କ୍ଷେତ୍ରରେ ବିଜେପି ସଂଖ୍ୟାଲଘୁ କାର୍ଡ ଖେଳିବା ଅନୁମାନ କରାଯାଉଥିଲା। ମୁଖତାର ଆବାସ ନକଭୀ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଜଣେ ମୁସଲିମ ଚେହେରାକୁ ବିଜେପି ଉପରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେପି ଜଗଦୀପ ଧନଖଡଙ୍କୁ ଏହି ପଦରେ ପ୍ରାର୍ଥୀ କରି ବିରୋଧୀ ଶିବିର ଉପରେ ଏକପ୍ରକାର ଚହଳ ସୃଷ୍ଟି କରିଛି।
ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି। ସେ ଏବେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଅଛନ୍ତି। ତେବେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ସହିତ ତାଙ୍କ ବିବାଦକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ମମତାଙ୍କୁ ଅନେକ ସମୟରେ ବିରୋଧ କରି ଚର୍ଚ୍ଚାରେ ଥିବା ଧନଖଡଙ୍କୁ ବିଜେପି ପୁରଷ୍କୃତ କରିଥିବା ଚର୍ଚ୍ଚା ହେଉଛି। କୃଷକ ରାଜନୀତି ସହ ତାଙ୍କର ବିଶେଷ ସଂପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଚାଷୀ ଭୋଟକୁ ହାତେଇବାକୁ ବିଜେପି ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । କୃଷି ଆନ୍ଦୋଳନ ପରଠାରୁ କେନ୍ଦ୍ରରେ ମୋଦି ସରକାରକୁ ନେଇ ଚାଷୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ଧନଖଡ ଏକ କୃଷକ ପରିବାରରୁ ଆସିଛନ୍ତି। ସେଥିପାଇଁ ଧନଖଡଙ୍କୁ ଉପ-ରାଷ୍ଟ୍ରପତି ଭଳି ସମ୍ମାନଜନକ ପଦବୀ ଦେଇ ବିଜେପି ଚାଷୀଙ୍କ ଅସନ୍ତୋଷ ହ୍ରାସ କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us