BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଚାଲିଛି। ଗାଙ୍ଗୁଲି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବାରୁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା କଥା ଆଲୋଚନା ହେଉଛି।ଗାଙ୍ଗୁଲି ଟ୍ୱିଟରେ ରେ ପ୍ରକାଶ କରିଛନ୍ତି ଯେ “କ୍ରିକେଟରେ  ୩୦ ବର୍ଷ ପୁରଣ କରିଛି, ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ପାଇଛି।ଜୀବନର ନୂଆ ଚାପ୍ଟର ଆରମ୍ଭ କରିବାକୁ ଯାଉଛି, ଆପଣଙ୍କ ସହଯୋଗ ଆଶା।କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ବିସିସିଆଇ ସମ୍ପାଦକ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି। ଗାଙ୍ଗୁଲି ଇସ୍ତଫା ଦେଇ ନଥିବା ଶ୍ରୀ ଶାହ କହିଛନ୍ତି।

 

ଣ ସେ ନୂଆ ଇନିଂସ?
ଦାଦା ଭାବେ ପରିଚିତ ଗାଙ୍ଗୁଲି ଆଗକୁ କିଛି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ତେଣୁ ସେ ଟ୍ୱିଟ କରି ଲୋକଙ୍କ ସମର୍ଥନ ମାଗିଛନ୍ତି। ସେ ରାଜନୀତିରେ ପାଦ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।ଦାଦା ଟ୍ୱିଟ କରି କହିଛନ୍ତି, “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ବର୍ଷ ପୂରିଛି। ଆରମ୍ଭରୁ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଠି ବହୁତ ଲୋକଙ୍କ ସମର୍ଥନ ଜରୁରୀ। ମୁଁ ମୋ ଜୀବନର ନୂଆ ଅଧ୍ୟାୟରେ ପ୍ରବେଶ କରିବା ପରେ ଆପଣମାନଙ୍କ ସମର୍ଥନ ଜାରି ରହିବ ବୋଲି ମୋର ଆଶା।”
କିଛି ଦିନ ତଳେ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ସେ ଡିନର କରିଥିବା ଦେଖିବାକୁ ମିଳିଥିଲା। ତେଣି ସେ ଆଗକୁ ରାଜନୀତିକୁ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି।