ଭାରତୀୟ ଇତିହାସ ପାଇଁ ୫ ଅଗଷ୍ଟ ୨୦୧୯ ଅଭୁଲା ତାରିଖ।ଜମ୍ମୁ-କାଶ୍ମୀର ବାବଦରେ କେନ୍ଦ୍ର ସରକାର ନେଇଥିଲେ ଦୁଇଟି ବଡ ନିଷ୍ପତ୍ତି।ପ୍ରଥମଟି ହେଲା ୭୦ ବର୍ଷ ଧରି ଚାଲିଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ।ଦ୍ୱତୀୟଟି ଥିଲା ରାଜ୍ୟର ପୁନଃ ଗଠନ। ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରିଥିଲେ କେନ୍ଦ୍ରର ମୋଦି ସରକାର।ସେହି ନିଷ୍ପତ୍ତିର ବାସ୍ତବ ରୂପ ନେଲା ୩୧ ଅକ୍ଟୋବର ୨୦୧୯ରେ।ଜମ୍ମୁ-କାଶ୍ମୀରରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଓ ଲଦାଖରେ ଆର.କେ ମାଥୁରା ଉପରାଜ୍ୟପାଳ ଭାବେ ଶପଥ ନେଲେ।

ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଓ ଆର.କେ ମାଥୁରା

ବଦଳିଲା ଦେଶର ମାନଚିତ୍ର
ଏହି ନିଷ୍ପତ୍ତି ଫଳରେ ବଦଳିଗଲା ଭାରତୀୟ ମାନଚିତ୍ରର ରୂପରେଖ।ଦେଶରୁ ରାଜ୍ୟ ସଂଖ୍ୟା ୨୯ରୁ ହ୍ରାସ ପାଇ ୨୮ ହୋଇଗଲା।ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୭ରୁ ୯କୁ ବଢ଼ିଗଲା।ଯଦିଓ ଦିଲ୍ଲୀ ପରି ଜମ୍ମୁ-କାଶ୍ମୀରର ନିଜର ବିଧାନସଭା ରହିବ,ତେବେ ଚଣ୍ଡିଗଡ଼ ପରି ବିନା ବିଧାସଭାରେ କେନ୍ଦ୍ରସାଶିତ ଅଞ୍ଚଳ ହୋଇ ରହିବ ଲଦାଖ।ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ହୋଇ ଜମ୍ମୁ-କାଶ୍ମୀରରେ ନିର୍ବାଚନ କରାଯିବ।ଆଗରୁ ଜମ୍ମୁରେ ୩୭ଟି ବିଧାନସଭା ଆସନ ଏବଂ କାଶ୍ମୀରରେ ୪୬ଟି ଓ ଲଦାଖରେ ୪ଟି ଆସନ ଥିଲା ଏବେ ତାହା ୯୦ ବିଧାନସଭା ସିଟ ହେଇଯିବ।କିନ୍ତୁ ପୂର୍ବ ଭଳି ପାକିସ୍ତାନ ଅଧିକୃତ କାଶ୍ମୀରରେ ୨୪ଟି ବିଧାନସଭା ଆସନ ରହିବ।
୫ ବର୍ଷିଆ ବିଧାନସଭା
ଆଗରୁ ଜମ୍ମୁ-କାଶ୍ମୀର ସରକାର କାର‌୍ୟ୍ୟକାଳ ୬ବର୍ଷ ହେଉଥିଲା।ଫଳରେ ଜଣେ ବିଧାୟକଙ୍କ କାର୍ଯ୍ୟକାଳ ମଧ୍ୟ ୬ବର୍ଷ ରହୁଥିଲା ତାହା ପରିବର୍ତ୍ତନ ହୋଇ ଅନ୍ୟ ପ୍ରଦେଶ ଭଳି ୫ବର୍ଷ ରଖାଯାଇଛି।ଜାମ୍ମୁ-କାଶ୍ମୀରରେ ବିଧାନ ପରିଷଦ ରହିବ ନାହିଁ।ଏବେ ଭାରତରେ କେବଳ ୬ଟି ରାଜ୍ୟରେ ବିଧାନ ପରିଷଦ ରହିଛି।ଜମ୍ମୁ-କାଶ୍ମୀରରେ ପାଞ୍ଚଜଣ ସାଂସଦ ରହିବେ,ଲଦାଖରେ ଜଣେ ସାଂସଦ ରହିବେ ଓ କେନ୍ଦ୍ର ସାଶିତ ଜାମ୍ମୁ-କାଶ୍ମିରରେ ୪ଟି ରାଜ୍ୟସଭା ସିଟ ରହିବ।

ହାଇକୋର୍ଟ ଗୋଟିଏ- ୨ ଏଜି
ରାଜ୍ୟରେ ମାନ୍ୟତା ଥିବାବେଳେ ଯେଉଁ  ଭାରତୀୟ ପ୍ରଶାସନିକ ଅଧିକାରୀ ଜମ୍ମୁ-କାଶ୍ମୀର ଏବଂ ଲଦାକ ଥିଲେ,ସେମାନଙ୍କୁ ମଧ୍ୟ ନିଜ ନିଜର ଚାକିରିର ସ୍ଥାନ ବାଛିବା ଲାଗି ସୁଯୋଗ ମିଳିଛି।ଭବିଷ୍ୟତରେ ନବଗଠିତ ଏହି ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଅରୁଣାଚଳ ପ୍ରଦେଶ,ଗୋଆ ଏବଂ ମିଜୋରାମ କ୍ୟାଡର ଅଧିକାରୀଙ୍କ ସହ ନିଯୁକ୍ତି ମିଳିବ।ସେହିଭଳି ସଂସଦରେ ପାରିତ ହେଉଥିବା ସମସ୍ତ ଆଇନ କାଶ୍ମୀର ଏବଂ ଲଦାଖରେ ଲାଗୁ ହେବ।ଫଳରେ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ପତକା କି ଅଲଗା ସମ୍ବିଧାନ ଅକାମି ହୋଇଗଲା। କାଶ୍ମୀରରେ ଚାଲୁଥିବା ରଣବିର ଦଣ୍ଡ ସଂହିତା ସମାପ୍ତ ହୋଇଛି। ପଞ୍ଜାବ ଓ ହରିଆନ ପରି ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ଗୋଟିଏ ହାଇକୋର୍ଟ ରହିବ।କିନ୍ତୁ ସୋମାନଙ୍କର ଆଡଭୋକେଟ ଜେନେରାଲ ଭିନ୍ନ ହେବେ।
ମନ୍ତ୍ରୀ ପରିଷଦ ୯ରେ ସୀମିତ
ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟରେ ବିଧାନସଭାର ୧୦ ପ୍ରତିଶତରୁ ଅଧିକ ମନ୍ତ୍ରୀ ରଖି ପାରିବେନାହିଁ। ଅର୍ଥାତ ସର୍ବାଧିକ ୯ଜଣ ମନ୍ତ୍ରୀ ହିଁ ରହିବେ।କୌଣସି ପ୍ରସ୍ତାବକୁ ଲାଗୁ କରିବା ପାଇଁ ସରକାରଙ୍କୁ ଉପ-ରାଜ୍ୟପାଳଙ୍କ ସହମତି ନେବାକୁ ପଡିବ। ଏହାସହ ଜମ୍ମୁ-କାଶ୍ମୀର ଓ ଲଦାଖର ଆଇନ ଶୃଙ୍ଖଳାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହାତରେ ରହିବ। କିନ୍ତୁ ଜମି ଅଧିଗ୍ରହଣର ଆଇନ କାର୍ଯ୍ୟକାରୀ କରିବେ ସେଠାକାର ସରାକାର।

ଅନ୍ୟ ଆଇନ ପାଇଁ ବାଟ ଫିଟିଲା
୩୧ ଅକ୍ଟୋବର ୨୦୧୯ରୁ ଜମ୍ମୁ-କାଶ୍ମୀର ଓ ଲଦାଖର ପ୍ରଚଳିତ ୭ଟି ଆଇନକୁ ବଦଳା ଯାଇଛି ଏବଂ ୧୫୩ଟି  ଆଇନକୁ ସମ୍ପୂର୍ଣ୍ଣ ଋଦ୍ଦ କରାଯାଇଛି। ସେହିଭଳି ୧୦୬ଟି ଆଇନ ଲାଗୁ ହୋଇଛି। ନୂଆ ଆଇନ ଏବଂ ସଂଶୋଧିତ ନିୟମ ହେଲା–
ସୂଚନା ଅଧିକାର ଆଇନ
ଶିକ୍ଷା ଅଧିକାର ଆଇନ
ହିନ୍ଦୁ-ଶିଖ ସଂଖ୍ୟା ଲଘୁ ଆଇନ
ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ଆଇନ
ସରକାରୀ ଖର୍ଚ୍ଚର ଅଡିଟ୍ ସିଏଜି କରିବେ
ମହିଳାମାନେ ଶରିୟା ଆଇନକୁ ମାନିବା ବାଧ୍ୟ ନୁହଁନ୍ତି
ଜାମ୍ମୁ-କାଶ୍ମୀରର ମହିଳା ରାଜ୍ୟ ବାହରର ବ୍ୟକ୍ତିଙ୍କୁ ବିବାହ କଲେ ମଧ୍ୟ ସମ୍ପତି ପାଇବାର ଅଧିକାର ଅକ୍ଷୁର୍ଣ୍ଣ ରହିବ
ଜମ୍ମୁ-କାଶ୍ମୀର ମହିଳାଙ୍କୁ ବିବାହ  କଲେ ବି,ପାକିସ୍ତାନ ଲୋକଙ୍କୁ ମିଳିବନି ଭାରତୀୟ ନାଗରିକତା 
ଏହି ଷ୍ଟୋରୀକୁ ଲେଖିଛନ୍ତି – ଦେବେନ୍ଦ୍ର ନାୟକ