ନିଜ ସ୍କୁଲରେ ରାଷ୍ଟ୍ରପତି: ୫ ଦଶନ୍ଧି ତଳର ସ୍ମୃତିକୁ ନେଇ ଭାବବିହ୍ୱଳ
ଆଜି ରାଷ୍ଟ୍ରପତିଙ୍କ ଗସ୍ତର ଦ୍ୱିତୀୟ ଦିନ। ରାଷ୍ଟ୍ରପତି ହେବା ପରେ ଶ୍ରୀମତି ମୁର୍ମୁଙ୍କର ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ମାତୃଭୁମିରେ ମହାମହିମଙ୍କ ଗସ୍ତକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମତି ମୁର୍ମୁ ନିଜେ ପଢୁଥିବା ଶିକ୍ଷାନୁଷ୍ଠାନରେ ଅତିଥି ରୂପେ ଯୋଗ ଦେଇଛନ୍ତି।ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇ ତାଙ୍କର ଅନୁଭୁତି ବଖାଣିଛନ୍ତି।

୧୩ ବନ୍ଧୁଙ୍କ ଭେଟିଲେ, ଶିକ୍ଷାର ସ୍ମୃତି ସାଉଁଟିଲେ
ବିଗତ ଦିନର ସ୍ମୃତିକୁ ତାଜା କରିଛନ୍ତି ରାଷ୍ଟ୍ରପତି। ନିଜେ ପଢିଥିବା ସ୍କୁଲରେ ଦ୍ରୌପଦୀ ମୁର୍ମୁ ଅତିଥି ହୋଇଛନ୍ତି। ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସେ ଆଲୋଚନା କରିଛନ୍ତି। ସେଠ।ରେ ସେ ପୁରୁଣ। ସ୍ମୃତିକୁ ମନେ ପକ।ଇ ଭାବବିହ୍ୱଳ ହୋଇଛନ୍ତି। ୧୯୭୦ରୁ ୭୪ ମସିହ।ର ସମୟକୁ ମନେ ପକାଇଛନ୍ତି। ୧୩ ଜଣ ସହପ।ଠୀଙ୍କୁ ଭେଟିଛନ୍ତି ର।ଷ୍ଟ୍ରପତି। ର।ଷ୍ଟ୍ରପତି ସ୍କୁଲରେ ପହଂଚିବ। ମ।ତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପିଲ।ମ।ନେ ସ୍ୱ।ଗତ ସଙ୍ଗୀତରେ ବନ୍ଦେ ଉତ୍କଳ ଜନନୀ ଗ।ନ କରିବା ସହିତ ସ।ନ୍ତ।ଳୀ ନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ତାଙ୍କର ପ୍ରଥମ ଦିନ ଗସ୍ତରେ ଶ୍ରୀମନ୍ଦିରରେ ଚାଲିଚାଲି ଦର୍ଶନ କରିବା ସହ ପୁରୀରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି।ଜଗନ୍ନାଥଙ୍କ ଉଦ୍ଧେଶ୍ୟରେ ତାଙ୍କର ବାର୍ତ୍ତା ମଧ୍ୟ ଲେଖିଛନ୍ତି ।

ଲୋକାର୍ପଣ ଉତ୍ସବରେ ମହାମହିମ
ବିଭିନ୍ନ କାର୍ଯ୍ୟକ୍ରମ ସହିତ ରାଷ୍ଟ୍ରପତି ଅନେକ ପୁସ୍ତକ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଜୟଦେବ ଭବନରେ କେନ୍ଦ୍ର ଶିକ୍ଷ। ମନ୍ତ୍ର।ଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କ।ର୍ଯ୍ୟକ୍ରମରେ ଏ.ଆଇ.ସି.ଟି.ଇ ଦ୍ୱ।ର। ଓଡିଆ ଭ।ଷ।ରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକ।ର୍ପଣ କରାଯିବ। ଏକ।ଧିକ ଭ।ରତୀୟ ଭ।ଷ।ରେ ପ।ଠ୍ୟକ୍ରମ ପୋର୍ଟ।ଲରେ ‘ଇ-କୁମ୍ଭଦ ଉନ୍ମୋଚନ କରିବ। କ।ର୍ଯ୍ୟକ୍ରମ ରହିଛି। ଏହା ସହିତ ଯ।ନ୍ତ୍ରିକ ଶବ୍ଦକୋଷ ଲୋକ।ର୍ପଣ ମଧ୍ୟ ତାଙ୍କ କରକମଳରେ କରାଯିବା।
Connect With Us