ଅବକାରୀ ବିଭାଗ ହୁଲସ୍ତୁଲ:କାହିଁକି ହାତରୁ ଖସୁଛନ୍ତି ନିଶାମାଫିଆ

ଅବକାରୀ ବିଭାଗକୁ ଅପାରଗ କରୁଛି ସରକାରୀ ଅଧିକାରୀଙ୍କ ସାଲିସ୍। ଚଢ଼ଉ ପରେ ବି ବର୍ତ୍ତି ଯାଉଛନ୍ତି ଅନେକ ମାଫିଆ। ଅବକାରୀ କମିଶନରଙ୍କୁ ପୁରୀ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଏକ ଚିଠି ଲେଖିଛନ୍ତି। ପୁରୀରେ ନିଶା ମାଫିଆଙ୍କଠୁ ପୋଲିସ ପଇସା ଖାଇବା ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବାନୁଯାୟୀ, ରେଡ୍ ବେଳେ ପୋଲିସକୁ ମାଫିଆ ବଟି ଦେଉଥିବା ସ୍ୱୀକାର କରୁଛନ୍ତି। ମାସିକିଆ ବଟି ଦେଉଥିବାରୁ ଆମେ କାର୍ଯ୍ୟାନୁଷ୍ଠାନ ନେଇପାରୁନୁ ପୋଲିସ କର୍ତ୍ତୃପକ୍ଷ ଆମକୁ ସହଯୋଗ କରୁନାହାନ୍ତି। ତେଣୁ ପୋଲିସଠାରୁ ଏକ୍ସସାଇଜ୍ କ୍ଷମତା ହଟାଯାଉ ବୋଲି ସେ ଚିଠିରେ ପ୍ରକାଶ କରିଛନ୍ତି।

ଗୁମର ଖୋଲୁଛି ଚିଠି:କଣ ପଦକ୍ଷେପ ନେବେ ନୂଆ ମନ୍ତ୍ରୀ
ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ ଅବକାରୀ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି ଅଶ୍ୱିନୀ କୁମାର ପାତ୍ର। ଦାୟିତ୍ୱ ଗ୍ରହଣର ଗୋଟାଏ ଦିନ ପରେ ଏଭଳି ବିବାଦୀୟ ପ୍ରସଙ୍ଗ ତାଙ୍କ ସାମ୍ନାକୁ ଆସିଛି।ଚିଠି ପଢ଼ିଲା ପରେ ସେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ରକିଛନ୍ତି। ଅନ୍ୟ ପାର୍ଶ୍ୱରେ ସଞ୍ଜୟଙ୍କ ଚିଠିରେ ସାଙ୍ଘାତିକ କଥା ସବୁ ସ୍ଥାନ ପାଇଛି। ସେ କହିଛନ୍ଗତି ଯେ’ ଗଲା ବର୍ଷେ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତଙ୍କୁ ଗିରଫ କରୁଛନ୍ତି, ସେମାନେ ପୋଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ଅବକାରୀ ଅଧିକାରୀଙ୍କୁ ନିଶାମାଫିଆ ଖାତିର କରୁନାହାନ୍ତି। ଫଳରେ ଥାନା ଅଧିକାରୀଙ୍କ ଦ୍ୱାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି। ବିଭାଗର ଜଣେ ଦାୟିତ୍ୱବାନ୍ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡି, ବିନା କ୍ୱାର୍ଟର୍ସ ଓ ବିନା ମେଡାଲରେ ହତୋତ୍ସାହିତ ଅନୁଭବ କରୁଛି ବୋଲି କହିଛନ୍ତି। ତେଣୁ ପୋଲିସ କର୍ମଚାରୀଙ୍କ ଏପ୍ରକାର ଅସାଧୁ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ପୁରୀ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା କହିଛନ୍ତି। ଅବକାରୀ କମିଶନର ସଞ୍ଜୟ ସିଂହ ଘଟଣାର ସତ୍ୟାସତ୍ୟ ଜାଣିଲାପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।
Connect With Us