ନିଜ ସ୍ୱାର୍ଥ ପାଇଁ ଗୋଟିଏ ଘାଟରେ ଶାସକ ଓ ବିରୋଧି: ବଢ଼ିବ କି ବିଧାୟକଙ୍କ ଦରମା?

ଅନେକ କ୍ଷେତ୍ରରେ ପରସ୍ପରକୁ ବିରୋଧ କରୁଥିବା ନେତା ଆଜି ସମାନ ସ୍ୱରରେ କଥା କହୁଥିବା ଦେଖିବାକୁ ମିଳିଛି। ଗୋଟାଏ ଘାଟରେ ପାଣି ପିଉଛନ୍ତି ଉଭୟ ଶାସକ ଓ ବିରୋଧିଦଳ ନେତା ।ବିଧାନସଭାରେ ବିଧାୟକମାନଙ୍କ ଦରମା ବୃଦ୍ଧି ନେଇ ପ୍ରସଙ୍ଗ ଉତ୍ଥାପିତ ହୋଇଛି। ଶୂନ୍ୟକାଳରେ ବିଜେପି,କଂଗ୍ରେସ ଓ ବିଜେଡି ଏ ପ୍ରସଙ୍ଗ ଉଠାଇଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ , ଶେଷ ଥର ପାଇଁ ୨୦୧୭ସେପ୍ଟେମ୍ବର ୧୩ ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା। ସମୟ ସହ ତାଳ ଦେଇ ଦରମା ବଢ଼ାଇବାକୁ ସେ ଦାବି କରିଛନ୍ତି। କଂଗ୍ରେସ ଓ ବିଜେଡି ବିଧାୟକ ମଧ୍ୟ ଏଥିରେ ସ୍ୱର ମିଶାଇଛନ୍ତି।

ବିଧାନସଭାରେ ବିଧାୟକଙ୍କ ଦରମାବୃଦ୍ଧି ପ୍ରସଙ୍ଗ
ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଓଡିଶାରେ ବହୁତ କମ୍ ରହିଥିବା ବିଧାୟକ ଦାବୀ କରିଛନ୍ତି। ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଦରମା ବୃଦ୍ଧି ଦାବି କରିଛନ୍ତି। ସେ କହିଛନ୍ତି , ବିଧାୟକମାନେ ଅନେକ ସାମାଜିକ କାର୍ୟ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି। ଏହାସହ ପୂର୍ବତନ ବିଧାୟକମାନେ ପେନସନ ମାତ୍ର ୩୦ ହଜାର ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକ ମାନଙ୍କ ଦରମା ବଢ଼ାଇବାକୁ ସେ ଦାବି କରିଛନ୍ତି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନସ୍ ବଢ଼ାଇବାକୁ ଦାବି କରିଛନ୍ତି। ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏଥିରେ ସ୍ୱର ମିାାଇଛନ୍ତି ।ସରକାର ,ନେଇ କର୍ଣ ନିଷ୍ପତ୍ତି ନେଉଛନ୍ତି ଏବେ ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us