ଉତ୍ତରପ୍ରଦେଶର ଚର୍ଚ୍ଚିତ ନେତା ତଥା ବରିଷ୍ଠ ରାଜନୈତିଜ୍ଞ ମୁଲାୟମ ସିଂ ଯାଦବଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ହେବ ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ ହେଉଥିଲ। ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଲାୟମଙ୍କ ପୁଅ ଏନେଇ ସୂଚନା ଦେଇଛନ୍ତି ।
କୁସ୍ତିରୁ ରାଜନୀତି
ମୁଲାୟମ ସିଂ ଯାଦବ ପିଲାବେଳେ କୁସ୍ତି ଶିଖୁଥିଲେ। ତାଙ୍କ ବାପାଙ୍କ ତତ୍ୱାବଧାନରେ ସେ କୁସ୍ତି ଅଭ୍ୟାସ କରିବା ସହ ଚମତ୍କାର ପ୍ରଦର୍ଶନ କରୁଥିଲେ।୧୯୬୦ରେ ଦେଶରେ ସମାଜବାଦର ଲହର ସମୟରେ ଡ଼. ରାମମୋହନ ଲୋହିୟାଙ୍କ ଭାଷଣ ତାଙ୍କୁ ପ୍ରଭାବିତ କରିଥିଲା। ସେ ସମୟରେ ଉତ୍ତରପ୍ରଦେଶର କୃଷି ସମସ୍ୟା ସମ୍ପର୍କୀତ ରାଲିରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ ମୁଲାୟମ ସିଂ ଯାଦବ। ଏ ଘଟଣାରେ ସେ ଜେଲ୍ ଯାଇଥିଲେ। ସେଇଠୁ ହିଁ ଆରତାଙ୍କ ରାଜନୀତିର ନିଅଁ ପଡ଼ିଥିଲା। ଜେଲରୁ ଫେରିବା ପରେ ତାଙ୍କର ଲୋକପ୍ରିୟତା ଢ଼େର୍ ବଢ଼ିଯାଇଥିଲା। ରାଲିରେ ଯୋଗଦାନ ସମେତ ସେ ରାଜନୀତିରେ ବି ସକ୍ରିୟ ଭୁମିକା ନେଇଥିଲେ।୧୯୬୫ରେ କଲେଜରେ ଅଧ୍ୟାପକ ଚାକିରୀ ପାଇଥିଲେ। ସେ ସମୟରେ ମୁଲାୟମଙ୍କ ଲୋକପ୍ରିୟତିାକୁ ଆଧାର କରି ବିଧାୟକ ନଥୁ ସିଂ ତାଙ୍କ ଟିକେଟ ମୁଲାୟମଙ୍କୁ ଦେଇଥିଲେ। ନଥୁଙ୍କ ଅଫର ହିଁ ମୁଲାୟମଙ୍କ ରାଜନୈତୀକ ଯାତ୍ରାକୁ ସୁଗମ କରିଥିଲା। ୧୯୬୭ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସାଇକେଲରେ ପ୍ରଚାର କରି ମଧ୍ୟ ବାଜି ଜିତିଥିଲେ ମୁଲାୟମ। ଧିରେଧିରେ ସେ ୧୦ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ସହିତ, ତିନି ଥରର ସାଂସଦ,କେନ୍ଦ୍ର ମନ୍ତ୍ରୀ, ଓ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ଚାରି ଦଶନ୍ଦି ଧରି ପାୱାର କରିଡ଼ରରେ ରହିଥିଲେ।୧୯୯୨ରେ ସମାଜବାଦୀ ପାର୍ଟୀ ପ୍ରତିଷ୍ଠା କରି ସେ ଉତ୍ତରପ୍ରଦେଶ ରାଜନୀତିରେ ସ୍ୱତନ୍ତ୍ରତା ବଜାୟ ରଖିଥିଲେ।
ସିକ୍ରେଟ ଭୋଟିଂରୁ ସି.ଏମ୍
ମୁଲାୟମଙ୍କ ରାଜନୈତୀକ ଯାତ୍ରା ବେଶ ରୋଚକପୂର୍ଣ୍ଣ। କୁସ୍ତିରୁ ରାଜନୀତିକୁ ଆସିଥିବା ଏହି ନେତା ନିଜ ପଲିଟିକାଳ କ୍ୟାରୀୟରରେ ବି ଅନେକ ଯୁଦ୍ଧ ଲଢ଼ିଛନ୍ତି।ମୁ ଲାୟମଙ୍କ ରାଜନୈତିକ ଗୁରୁ ତଥା ପଥ ପ୍ରଦର୍ଶକ ଚରଣ ସିଂ ଙ୍କ ଦିଗଦର୍ଶନ ତାଙ୍କୁ ବେଶ୍ ସହାୟକ ହୋଇଥିଲା ୧୯୮୭ ରେ ତାଙ୍କ ଦେହାନ୍ତ ପରେ ମୁଲାୟମଙ୍କ ଜୀବନରେ ଏକ ନୂଆ ମୋଡ ଆସିଲା ଚରଣ ସିଂଙ୍କ ପୁ ଅ ଅଜିତ୍ ସିଂ ରାଜନୀତିର ମଙ୍ଗ ଧରିବାକୁ ଚାହିଁଲେ। ଯାହା ମୁଲାୟମଙ୍କ ପ୍ରତି ଭାରୀ ସାବ୍ୟସ୍ତ ହେଲା
ରାଜନୀତିରେ ମୁଲାୟମଙ୍କ ରଣନୀତି ତାଙ୍କୁ ଅନେକ ସଫଳତା ଦେଇଥିଲା।୧୯୮୯ରେ ଦଳର ବିପୁଳ ବିଜୟ ପରେ ଅଜିତ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଓ ମୁଲାୟମଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।ମାତ୍ର ଏଥିରେ ଅରାଜି ହୋଇଥିଲେ ମୁଲାୟମ। କନ୍ଦଳ ଯୋଗୁଁ ବିଧାୟକଙ୍କ ଭୋଟ ପ୍ରକ୍ରିୟା ପାଇଁ ସେ ପ୍ରସ୍ତାବ ରଖିଥିଲେ। ଚତୁରତାର ସହ ଅଜିତଙ୍କ ସମର୍ଥକ ବିଧାୟକଙ୍କୁ ଅକ୍ତିୟାର କରି ସେ ଦିନର ସିକ୍ରେଟ ଭୋଟିଂରେ ସେ ବିଜୟ ହୋଇ ମୁଖ୍ୟମନ୍ତ୍ରୀ ସାଜିଥିଲେ। ଏହି ସିକ୍ରେଟ ମିଶନ ହିଁ ତାଙ୍କୁ ସି ଏମ୍ ଚୌକିରେ ବସାଇଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା