ଜୁଲାଇ ୭ ତାରିଖ ଭାରତ କ୍ୟାଲେଣ୍ଡରରେ ଏକ ରିମାର୍କେବଲ ଦିନ। ଭାରତର କୁଲ୍ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନି ଜୁଲାଇ ୭ ରେ ରାଞ୍ଜିରେ ଜନ୍ମଗ୍ରହଣ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ରିକେଟ ପ୍ରତି ଏତେଟା ଆଗ୍ରହ ନଥିବା ଧୋନି ସମୟକ୍ରମେ ସାଜିଥିଲେ ସୁପରଷ୍ଟାର। ଭାରତୀୟ କ୍ରିକେଟ ଜଗତରେ ସେ ଏକ ଚର୍ଚ୍ଚିତ ନାମ। କ୍ରିକେଟ କ୍ଷେତ୍ରରେ ଅନନ୍ୟ ପାରଦର୍ଶିତା ଦେଖାଇବା ସହିତ ଇଣ୍ଡିଆ ଟିମର ଅଧିନାୟକ ସାଜି ସେ ଅନେକ ସଫଳତା ଆଣି ଦେଇଛନ୍ତି। କ୍ୟାପଟେନ୍ କୁଲ ୪୧ ବର୍ଷରେ ପାଦ ଦେଇଛନ୍ତି। ଇଂଲଣ୍ଡରେ ସେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି।

ଖଡଗପୁରରୁ ଷ୍ଟେସନରୁ କ୍ରିକେଟ ସୁପରଷ୍ଟାର
ମହେନ୍ଦ୍ର ସିଂ ଧୋନିଙ୍କ ଜୀବନ ଖୁବ ସଙ୍ଗର୍ଷମୟ ଥିଲା। ଆର୍ଥିକ ସ୍ଥିତି ଏତେଟା ସୁଦୃଢ ନଥିଲା।ଧୋନିଙ୍କ ବାପା ଏକ କମ୍ପାନୀରେ କାମ କରୁଥିଲେ। ପାରିବାରିକ ସ୍ଥିତିକୁ ସୁଦୃଢ କରିବାକୁ ୨୦୦୧ସେ ରେଳ ବିଭାଗରେ ଧୋନି ଚାକିରି କରିଥିଲେ। ମାତ୍ର କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ହେତୁ ସେ ଚାକିରୀ ଛାଡିଥିଲେ। ୨୦୦୪ରେ ବାଲାଂଦେଶ ବିରୁଦ୍ଧରେ ପ୍ରଥମ ମ୍ୟାଚ୍ ଖେଲିଥିବା ଧୋନି ଏତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାଙ୍କୁ ରନ୍ ଆଉଟ ହେବାକୁ ପଡିଥିଲା। ମାତ୍ର ତା ପର ମ୍ୟାଚରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମ୍ୟାଚ୍ ଖେଳି ୧୪୮ ରନ୍ କରି ପ୍ରଥମ ଶତକ କରିଥିଲେ ଧୋନି। ଏହା ସେ ସମୟର ସବୁଠୁ ବଡ ରେକର୍ଡ ଥିଲା। ଧୋନି ୨୦୦୭ରେ ଭାରତୀୟ ଟିମର ଅଧିନାୟକ ପଦ ସମ୍ଭାଳି ୱାର୍ଲ୍ଡ କପ୍ ବିଜୟର ଶ୍ରେୟ ଆଣିବା ସହିତ ତାଙ୍କ ସମୟରେ ଇଣ୍ଡିଆ ଟିମକୁ ଫାଷ୍ଟ ଟେଷ୍ଟ ରାଙ୍କଙ୍କୁ ପହଞ୍ଚାଇଛନ୍ତି। ତାଙ୍କ ସମୟରେ ଇଣ୍ଡିଆ ଟିମକୁ ଅନେକ ସଫଳତା ମିଳିଛି। ୨୦୧୪ ରେ ଧୋନି ଟେଷ୍ଟ କ୍ୟାପ୍ଟେନସିପରୁ ବିଦାୟ ନେବା ସହିତ ୨୦୧୭ରେ ଭାରତୀୟ ଟିମର ଅଧିନାୟକ ଦାୟିତ୍ତ୍ୱରୁ ସନ୍ନ୍ୟାସ ନେଇଛନ୍ତି।


ଧୋନିଙ୍କ ଜର୍ସି ନମ୍ବର

କାହିଁକି ପ୍ରେମରେ ଧୋନୀ !
ସମସ୍ତଙ୍କ ଜୀବନରେ ସଂଖ୍ୟାର ପ୍ରମୁଖ ଭୂମିକା ରହିଛି। ଧୋନି ମଧ୍ୟ ଏ ସଂଖ୍ୟା ପଦ୍ଧତିକୁ ଆପଣେଇଛନ୍ତି। ସେ ୭ କୁ ତାଙ୍କ ଲକି ନମ୍ବର ଭାବେ ସ୍ୱୀକାର କରନ୍ତି। ଜୁଲାଇ ଅର୍ଥାତ ମାସ କ୍ରମରେ ୭ ନମ୍ବର ମାସରେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବାରୁ ସେ ଏହି ସଂଖ୍ୟାକୁ ଖୁବ୍ ଭଲ ପାଆନ୍ତି। ଏଥିପାଇଁ ସେ ଏହି ସଂଖ୍ୟାକୁ ସବୁବେଳେ ନିଜ ସହିତ ସମ୍ପୃକ୍ତ କରିବାକୁ ଚେଷ୍ଟା କରିଛନ୍ତି। ସେ ଜୁଲାଇ ମାସରେ ବିବାହ କରିବା ସହିତ ସବୁ ସମୟରେ ତାଙ୍କ ରୁମ୍ ନମ୍ବରର ସମଷ୍ଟି ୭ ରଖିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଘର ନମ୍ବର ଥିଲା ୩୦୪,ଯାହାର ସମଷ୍ଟି ୭। ସେହିପରି କୋଲକାତା ମ୍ୟାଚରେ ମଧ୍ୟ ତାଙ୍କ ରୁମ୍ ନମ୍ବର ଥିଲା୬୦୧, ଯାହାର ଅଙ୍କର ସମଷ୍ଟି ୭। ଔରଙ୍ଗବାଦରେ ମଧ୍ୟ ଧୋନିଙ୍କ ରୁମ୍ ନମ୍ବର ଥିଲା ୩୦୪ ଯାହାର ଅଙ୍କମାନଙ୍କର ସମଷ୍ଟି ୭। ପ୍ଲେ ଗ୍ରାଉଣ୍ଡରେ ମଧ୍ୟ ସେ ସବୁବେଳେ ୭ ନମ୍ବରର ଜର୍ସି ପିନ୍ଧନ୍ତି। ସଞ୍ଜୋଗବଶତଃ ପ୍ରଥମଥର ପାଇଁ  ଧୋନୀଙ୍କ ଜର୍ସି ଆସିଥିବା ପାର୍ସଲ ନମ୍ବର ଥିଲା ୨୦୫ ଯାହାର ଅଙ୍କମାନଙ୍କର ସମଷ୍ଟି ୭। କେବଳ ଏତିକି ନୁହେଁ ଅନେକ ସମୟରେ ତାଙ୍କ ପୋଷାକରେ ୭ ଲେଖାଥିବା ନଜର ଆସେ। ଧୋନି ତାଙ୍କ ବେକରେ ୭ ଲେଖାଥିବା ଏକ ଲକେଟ ମଧ୍ୟ ପିନ୍ଧିଥିବା ନଜର ଆସେ। ଯାହାର ଝଲକ MS DHONI,THE UNTOLD STORY ଫିଲ୍ମରେ ଧୋନିଙ୍କ ଚରିତ୍ରରେ ଅଭିନୟ କରୁଥିବା ଶୁସାନ୍ତ ସିଂ ରାଜପୁତଙ୍କ ନିଖୁଣ ଅଭିନୟରେ ଦେଖିବାକୁ ମିଳେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା