Final-Jay-Kissan

ଭୁବନେଶ୍ୱର: କୃଷିଋଣ ଛାଡ଼କୁ ପ୍ରସଙ୍ଗ କରି ଛତିଶଗଡ଼,ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସଫଳତା ପାଇଛି। କଂଗ୍ରେସର କୃଷିଋଣ ଛାଡ଼ ପ୍ୟାକେଜକୁ କାଉଣ୍ଟର କରିବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ ସ୍କିମ୍ବିନା ସୁଧରେ କୃଷିଋଣ, ଚାଷ ଜମି ବାବଦରେ ଆର୍ଥିକ ପ୍ରୋତ୍ସାହନ ଓ ସବସିଡି ଟଙ୍କା ସିଧାସଳଖ ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏସବୁ ଯୋଜନା ପାଇଁ ସରକାର ଖର୍ଚ୍ଚ କରିବେ ପାଖାପାଖି ୨ ଲକ୍ଷ ୩୦ହଜାର କୋଟି ଟଙ୍କା। ସାଧାରଣ ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ ହେବ ମୋଦିଙ୍କ କୃଷି ସ୍କିମ୍।

Modi1

ନମୋ କୃଷି ସ୍କିମ୍ !
୧. ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ
୨. ଜମି ଏକର ପିଛା ଚାଷୀଙ୍କୁ ମିଳିବ ବାର୍ଷିକ ୮ ହଜାର ଟଙ୍କା
୩. ସାର ଓ ବିହନ ସବସିଡି ରାଶି ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ

ବିନା ସୁଧରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କୃଷିଋଣ
୨୦୧୯ରେ ଚାଷୀଙ୍କ ପାଇଁ ବିଗ୍ ବାସ୍କେଟ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ନୀତି ଆୟୋଗ ମିଳିତ ଭାବରେ ଯୋଜନାରୁ ରୂପରେଖ ପ୍ରସ୍ତୁତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ,ବିନା ସୁଧରେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ମିଳିବବର୍ତ୍ତମାନ ଏକର ପିଛା ବିନା ସୁଧରେ ଚାଷୀଙ୍କୁ ମିଳୁଛି ୨୦ ହଜାର ଟଙ୍କାର କୃଷିଋଣ। ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
ଚାଷୀ ଜମି ପାଇଁ ରେଣ୍ଟ
ପ୍ରଥମ ଥର ପାଇଁ ମୋଦି ସରକାର ଚାଷୀଙ୍କୁ ସେମାନଙ୍କ ଜମି ରେଣ୍ଟ ଦେବାକୁ ଯୋଜନା କରୁଛନ୍ତି। ନିର୍ଦ୍ଧାରିତ ନୂଆ ଯୋଜନା ଅନୁସାରେ, ଚାଷୀଙ୍କୁ ଏକର ପ୍ରତି ୪ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସ୍ଥିର ହୋଇଥିବା ସୂଚନା ମିଳୁଛି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବବର୍ଷକୁ ମୋଟ୍ ୮ହଜାର ଟଙ୍କା (ରବି ଋତୁରେ ୪ ହଜାର ଓ ଖରିଫ ଋତୁରେ ୪ ହଜାର ଟଙ୍କା) ମିଳିବ। ସରକାର ଉପଲବ୍ଧ କରୁଛନ୍ତି ଯେ, କେବଳ ଋଣ ଛାଡ଼ କରିଦେଲେ ଚାଷୀଙ୍କ ସମସ୍ୟା ଦୂର ହେବ ନାହିଁ। ବହୁ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ଏବଂ କୃଷିଋଣ ଛାଡ଼ ପାଇଁ ଦାବି କରୁଛନ୍ତି।  କିନ୍ତୁ କେନ୍ଦ୍ର ସରକାରଙ୍କ ଯୁକ୍ତି, ଋଣ ଛାଡ଼ କଲେ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ସଶକ୍ତ ହୋଇଯିବନି। ସେଥିପାଇଁ ଚାଷ ଜମିର ମୂଲ୍ୟ ଅନୁସାରେ ଆର୍ଥିକ ସହାୟତା ଦେବାକୁ ଯୋଜନା କରାଯାଉଛି। ଅର୍ଥାତ ଦେଢ଼ ଏକର ଜମି ଥିବା ଚାଷୀଙ୍କୁ ନୂଆ ଯୋଜନା ଅନୁସାରେ ବର୍ଷକୁ ୧୨ ହଜାର ଟଙ୍କା ମିଳିବ।
କେମିତି ପାଇବେ ପ୍ରୋତ୍ସାହନ ରାଶି
ଜମି ବାବଦରେ ପ୍ରୋତ୍ସାହନ ରାଶି ପାଇବାକୁ ଚାଷୀଙ୍କୁ କିଛି ନିୟମାବଳୀ ମାନିବାକୁ ହେବ। କୃଷିଜାତ ସାମଗ୍ରୀ ବିକ୍ରି ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ହେବ। ନିଜର ଆଧାର କାର୍ଡ, ବିକ୍ରି ଫସଲର ପରିମାଣ, ଜମି ରେକର୍ଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ। ଏହାପରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକର ପିଛା ୪ ହଜାର ଟଙ୍କା ଲେଖାଏଁ ଜମା କରାଯିବ।
ବ୍ୟାଙ୍କ ଆକାଉଣ୍ଟରେ ମିଳିବ ସାର ଓ ବିହନ ସବସିଡି
ଚାଷୀ କେବେ ମରୁଡ଼ି ତ ପୁଣି କେବେ ବିହନ ଯନ୍ତ୍ରଣାରେ ସଢ଼େ। ପୁଣି କେବେ ସାର ଟେନସନ୍ ଚାଷୀର ମୁଣ୍ଡବ୍ୟଥା କାରଣ ସାଜେ। ଏଭଳି ସମସ୍ୟାର ବିକଳ୍ପ ରାସ୍ତା ମୋଦି ସରକାର ବାହାର କରିଛନ୍ତି ବୋଲି ଖବର ଆସୁଛି। ଏଣିକି ବିହନ ଓ ସାର ବାବଦ ସବସିଡି ଟଙ୍କା ମଧ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଯୋଜନା କରୁଛନ୍ତି ସରକାରସାର ବାବଦରେ ସରକାର ବିଭିନ୍ନ କମ୍ପାନୀକୁ ବାର୍ଷିକ ୭୦ହଜାର କୋଟି ଟଙ୍କାର ସବସିଡି ଦେଉଛନ୍ତି। ସେହି ଟଙ୍କାକୁ ଏବେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପହଞ୍ଚାଇବେ। ସେହିପରି ବିହନ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କିଣାରେ ବି ସରକାର ବିଭିନ୍ନ କମ୍ପାନୀକୁ କୋଟି କୋଟି ଟଙ୍କା ସବସିଡି ଆକାରରେ ଦେଉଛନ୍ତିଏବାବଦରେ ଦେଉଥିବା ଟଙ୍କାକୁ ଚାଷୀଙ୍କ ବିକାଶରେ ଖର୍ଚ୍ଚ କରିବେ ମୋଦି ସରକାର।

ଏନେଇ ସବୁ ରାଜ୍ୟ ସରକାରଙ୍କ ସହଯୋଗ ବି ମାଗିବେ କେନ୍ଦ୍ର ସରକାର। ଯୋଜନାରେ କେନ୍ଦ୍ରର ୭୦ ଭାଗ ଓ ରାଜ୍ୟ ସରକାର ୩୦ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ରହିବ। ତେବେ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା,କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଭଳି କିଛି ଅଣ-ବିଜେପି ଶାସିତ ରାଜ୍ୟ ସରକାର ଚାଷୀଙ୍କ ପାଇଁ ରଖିଛନ୍ତି ସ୍ୱତନ୍ତ୍ର ପ୍ୟାକେଜ୍। ସେମାନେ ସହମତି ହେଉଛନ୍ତି କି ନାହିଁ ତାହା ସମୟ କହିବ। କିନ୍ତୁ ଚାଷୀଙ୍କ ବିକାଶ ଓ ସେମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ନମୋ କୃଷି ସ୍କିମ ଲାଗୁ କରିବାକୁ ଯାଉଛନ୍ତି। 

ଏଥିସହ ପଢନ୍ତୁ:
କଣ ବିଜୁ-ଜେବିଙ୍କ ରେକର୍ଡ ଭାଙ୍ଗିବେ ନବୀନ?