ମେ’ ୨୯ ତା ୨୦୧୨। ଠିକ ୧୨ବର୍ଷ ତଳେ ଆଜିର ଦିନରେ ଓଡିଶା ରାଜନୀତିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଆଜିବି ରହସ୍ୟମୟ ହୋଇ ରହିଛି। ଓଡିଶା ରାଜନୈତିକ ଇତିହାସରେ ଏହି ଦିନଟି ସର୍ବଦା ଗୁରୁତ୍ବପୂର୍ଣ୍ଣ। ଘଟଣାଟି ଏହିପରି ତତ୍କାଳୀନ ବିଜୁ ଜନତା ଦଳର ମାର୍ଗଦର୍ଶକ ତଥା ସାଂସଦ ଅବସରପ୍ରାପ୍ତ ପ୍ରଶାସକ ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ବାରା ବିଜୁ ଜନତା ଦଳର ମୁଖିଆଙ୍କ ବିରୋଧରେ କାଳେ ଷଜଯନ୍ତ୍ର ହୋଇଥିଲା। କୁହାଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାବେଳେ ପ୍ୟାରୀବାବୁ ସେତେବେଳର କିଛି ବିଧାୟକ ଏବଂ ମନ୍ତ୍ରୀଙ୍କୁ ତାଙ୍କ ସହିଦନଗର ବାସଭବନକୁ ଡାକି କ୍ଷମତା ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହା ମଧ୍ୟରେ ଏହି ଘଟଣାକୁ ୧୨ବର୍ଷ ପୁରି ଗଲାଣି। ପ୍ୟାରୀବାବୁବି ଇହଧାମ ତ୍ୟାଗ କରି ସାରିଲେଣି ଆଉ ଅନେକଙ୍କ ମନରୁ ଏହି ଘଟଣା ଧୀରେ ଧୀରେ ହଜିଯିବାକୁ ବସିଲାଣି ହେଲେ ଓଡିଶା ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟକଙ୍କ ପାଇଁ ସେଦିନ ରାତିର ଘଟଣା କିନ୍ତୁ ଆଜିବି ରହସ୍ୟମୟ।
ମାର୍ଗଦର୍ଶକଙ୍କୁ ବେଇମାନ୍ କହିଥିଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂଲଣ୍ଡ ଗସ୍ତରେ ଥିଲାବେଳେ ପ୍ୟାରୀବାବୁଙ୍କ ଘରେ ବିଜୁ ଜନତା ଦଳର ଅନେକ ହେଭି ୱେଟ ନେତାଙ୍କର ଲାଗିଥିଲା ଗହଳି। ଜଣକ ପରେ ଜଣେ ପ୍ୟାରୀଙ୍କ ଶହୀଦନଗର ସ୍ଥିତ ପ୍ଲଟ ନମ୍ବର ୧୧୧ ବାସଭବନରେ ପହଁଚୁଥିଲ। ଗଣମାଧ୍ୟମର ପ୍ରତିନିଧିମାନଙ୍କର ମଧ୍ୟ ଗହଳି ଲାଗିବା ଆରମ୍ଭ ହୋଇଥିଲା। କଥା କଣ କେହି ବୁଝିବା ପୂର୍ବରୁ ପ୍ରଚାର ହୋଇଥିଲା ପ୍ୟାରୀବାବୁଙ୍କ ନେତୃତ୍ୱରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପାଇଁ ଚାଲିଛି ଷଡ଼ଯନ୍ତ୍ର। ନବୀନ ପଟ୍ଟନାୟକ ବିଦେଶରୁ ଫେରି ପ୍ୟାରୀଙ୍କୁ କରିଥିଲେ ବହିଷ୍କାର।
କଣ ସେଦିନ ରାତିରେ କ୍ଷମତା ଛଡ଼ାଇ ନେବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ?
କେତକ କହନ୍ତି ନବୀନଙ୍କୁ ଏକ ସବକ ଶିଖାଇବା ପାଇଁ ଏହା କରା ଯାଇଥିଲା ହେଲେ ଆଉ କିଛି କହନ୍ତି ପ୍ରକୃତରେ ପ୍ୟାରୀ ବଳ ସଂଗ୍ରହ କରୁଥିଲେ ନବୀନଙ୍କୁ ଗାଦିରୁ ହଟାଇ ନିଜେ ଚୌକିରେ ବସିବା ପାଇଁ। ଅବଶ୍ୟ ଏକଥା ସତ୍ୟ ପ୍ୟାରୀବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତବି ଏହି ରହସ୍ୟ ଉପରୁ ପରଦା ହଟିପାରିଲା ନାହିଁ। ତେବେ ସେଦିନର ମେଳି ପଛର ପ୍ରକୃତ କଣ କାରଣ ଥିଲା ତାହା ଆଜିଯାଏ ଅସୃଷ୍ଟ ହୋଇ ରହିଯାଇଛି। ରାଜ୍ୟପାଳଙ୍କ ଠାରୁ ସମୟ ନେବା, ତାରକା ହୋଟେଲରେ ବିଧାୟକମାନଙ୍କୁ ରଖି ଯୋଜନା ପ୍ରସ୍ତୁତ କରିବା ଖବର ଯଦିଓ ଅନେକଙ୍କୁ ସେତବେଳେ ସନ୍ଦେହରେ ପକାଇଥିଲା ହେଲେ ଏ ଘଟଣା ପରେ ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କିନ୍ତୁ ଏହା ପଛରେ କିଛିବି ଷଡ଼ଯନ୍ତ୍ର ନଥିବା କଥା କହନ୍ତି।
କେତକ କହନ୍ତି ନବୀନଙ୍କୁ ଏକ ସବକ ଶିଖାଇବା ପାଇଁ ଏହା କରା ଯାଇଥିଲା ହେଲେ ଆଉକିଛି କହନ୍ତି ପ୍ରକୃତରେ ପ୍ୟାରୀ ବଳ ସଂଗ୍ରହ କରୁଥିଲେ ନବୀନଙ୍କୁ ଗାଦିରୁ ହଟାଇ ନିଜେ ଚୌକିରେ ବସିବା ପାଇଁ। ଅବଶ୍ୟ ଏକଥା ସତ୍ୟ ପ୍ୟାରୀବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବି ଏହି ରହସ୍ୟ ଉପରୁ ପରଦା ହଟିପାରିଲା ନାହିଁ। ତେବେ ସେଦିନର ମେଳି ପଛର ପ୍ରକୃତ କଣ କାରଣ ଥିଲା ତାହା ଆଜିଯାଏ ଅସୃଷ୍ଟ ହୋଇ ରହିଯାଇଛି। ରାଜ୍ୟପାଳଙ୍କ ଠାରୁ ସମୟ ନେବା, ତାରକା ହୋଟେଲରେ ବିଧାୟକମାନଙ୍କୁ ରଖି ଯୋଜନା ପ୍ରସ୍ତୁତ କରିବା ଖବର ଯଦିଓ ଅନେକଙ୍କୁ ସେତବେଳେ ସନ୍ଦେହରେ ପକାଇଥିଲା ହେଲେ ଏ ଘଟଣା ପରେ ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କିନ୍ତୁ ଏହା ପଛରେ କିଛିବି ଷଡ଼ଯନ୍ତ୍ର ନଥିବା କଥା କହନ୍ତି ।
ସମୟ ସ୍ରୋତରେ ଆଜି ପ୍ୟାରୀବାବୁ ନାହାନ୍ତି। ପ୍ୟାରୀବାବୁ ଦଳରୁ ବିଦାହେବା ପରେ ଓଡିଶା ଜନମୋର୍ଚ୍ଚା ନାମକ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ମସିହା ନିର୍ବାଚନରେ ପ୍ରତିଦ୍ବନ୍ଦିତା କଲେ ସତ ହେଲେ ପରାଜିତ ହେଲେ। ଯେଉଁମାନେ ଦିନେ ପ୍ୟାରୀଙ୍କ କ୍ୟାମ୍ପରେ ଆଜ୍ଞାଧୀନ ଥିଲେ ସେମାନେ ରଙ୍ଗ ବଦଳାଇ ଏବେ ସ୍ୱଚ୍ଛ ଆଉ ନିର୍ମଳ ହୋଇଗଲେଣି ହେଲେ ପ୍ୟାରୀଙ୍କ ଉପରେ ଲାଗିଥିବା କଳିକ ଆଜିବି ଓଡିଶାର ଜନମାନସରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି। ଅନେକ ନିଜକୁ ବାରମ୍ବାର ପଚାରୁଛନ୍ତି ସତରେ କଣ ସେଦିନ ରାତିରେ କ୍ଷମତା ଛଡାଇନେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା?
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା