ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ସ୍ୱତନ୍ତ୍ର ବିଶେଷତ୍ତ୍ୱ ରହିଥିବାରୁ ଅନେକ ସ୍ଥାନ ଲୋକଲୋଚନକୁ ଆସେ। ସୌନ୍ଦର୍ଯ୍ୟପାଇଁ କିଛି ସ୍ଥାନ ସାମ୍ନାକୁ ଆସେ ତ ଅନ୍ୟ କିଛି ସ୍ଥାନ ବିପଦଜନ୍ନକ ପରିସ୍ଥିତି ପାଇଁ ଚର୍ଚ୍ଚାରେ ରହିଥାଏ। ଥିବୀର ଶେଷ ରାସ୍ତାକୁ ନେଇ ମଧ୍ୟ ଅନେକ ରହସ୍ୟ ଲୁଚି ରହିଛି। E-69 ହେଉଛି ସେହି ସ୍ଥାନ ଯାହାକୁ ପୃଥିବୀର ଶେଷ ରାସ୍ତାର ମାନ୍ୟତା ମିଳିଛି। ବିପଦରେ ପରିପୂର୍ଣ୍ଣ ଏହି ସ୍ଥାନକୁ ନେଇ ଅନେକ ଲୋକକଥା ରହିଛି।

କେଉଁଠି ସରୁଛି ପୃଥିବୀର ରାସ୍ତା?
ପରିବ୍ୟାପ୍ତ ପୃଥିବୀର କଣ ପରିସମାପ୍ତି ଅଛ। ଏଭଳି ପ୍ରଶ୍ନ ମନକୁ ଆସିବା ସ୍ୱାଭାବି। ଏସବୁ ପ୍ରଶ୍ନର ଉତ୍ତର ହେଉଛି E-69। ନରୱେର ଏହି ହାଇୱେର ଲମ୍ବ ହେଉଛି ୧୪ କି.ମି। ଏହି ରାସ୍ତା ପରେ  ଅନ୍ୟ କୌଣଷି ରାସ୍ତା ଦେଖାଯାଏ ନାହିଁ। ରାସ୍ତାରେ ଅନ୍ତ ପରେ କେବଳ ସମୁଦ୍ର ଓ ବରଫ ଦେଖିବାକୁ ମିଳେ। ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଏହି ରାସ୍ତା ହିଁ ପୃଥିବୀର ଶେଷ ରାସ୍ତା। ଏ ରାସ୍ତାରେ ଅନେକ ସୁଡଙ୍ଗ ଦେଖାଯାଏ। ଏହା ବିପଦ ଭର୍ତ୍ତି ହୋଇ ରହିଥିବାରୁ ଏକା ଯିବାକୁ ଅନୁମତି ମିଳି ନ ଥାଏ। ଉତ୍ତର ଗୋଲାର୍ଦ୍ଧର ନିକଟତର ହୋଇଥିବାରୁ  ଏଠାରେ ଶୀତଦିନେ ରାତିସରେ ନାହିଁ କି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟାସ୍ତ ହୋଇନଥାଏ।