India-Cricket-Team

ଟେଷ୍ଟ ଫର୍ମାଟରେ ଦୀର୍ଘ ଦଶନ୍ଧି ଧରି ଦବଦବା ରଖି ଆସିଥିଲା ଅଷ୍ଟ୍ରେଲିଆ। ବିଶ୍ୱ କ୍ରିକେଟକୁ ଆଦମ ଗିଲଖ୍ରୀଷ୍ଟ, ଡନ୍ ବ୍ରାଡମ୍ୟାନ୍, ରିକି ପଣ୍ଟିଂ, ସେନ୍ ଓ୍ୱାର୍ଣ୍ଣ, ଗ୍ଲେନ୍ ମ୍ୟାକଗ୍ରାଥ୍, ବ୍ରେଟ ଲିଙ୍କ ଭଳି ଦିଗଜ ଖେଳାଳିଙ୍କୁ ଦେଇଛି। ଅଷ୍ଟ୍ରେଲିଆକୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ଦଳର ପ୍ରଦର୍ଶନ ନିମ୍ନଗାମୀ। ରିକି ପଣ୍ଟିଂ ଓ ମାଇକେଲ୍ କ୍ଲାର୍କ କ୍ରିକେଟକୁ ଅଲବିଦା କହିବା ପରଠୁ ସ୍ଥିତି ଖରାପ। ବଲ୍ ଟାମ୍ପରିଂରେ ଷ୍ଟିଭ୍ ସ୍ମିଥ ଓ ଡେଭିଡ ଓ୍ୱାର୍ଣ୍ଣର ବାସନ ହେବା ପରଠୁ କଙ୍ଗାରୁ ଟିମର ଶନିଦଶା ଭଲ ନୁହଁ। ନିଜ ମାଟିରେ ପରାଜୟର ମୁହଁ ଦେଖୁଛି। ୧୯୮୮ ପରଠୁ ମାତ୍ର ୬ଟି ଭ୍ରମଣକାରୀ ଟିମ୍ କଙ୍ଗାରୁ ମାଟିରେ ଟେଷ୍ଟ ସିରିଜ ଜିତିଛନ୍ତି
ବିରାଟ କୋହଲି (ଭାରତ)

Virat-Kohli
ବର୍ଡର-ଗାଭାସ୍କର ଟ୍ରଫି ସହ ବିରାଟ କୋହଲି

ନାଁ ଯେମିତି, କାମ ବି ତାଙ୍କର ସେମିତି। ବିରାଟ କୋହଲି ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ବିଜୟର ସ୍ୱାଦ ଚଖେଇଲେ ଭାରତକୁ । ୭୨ ବର୍ଷ ଅପେକ୍ଷାରେ ପୂର୍ଣ୍ଣଛେଦ ଟାଣିଛନ୍ତି ବିରାଟ। ଆଡିଲେଡରେ ବିରାଟ ବିଜୟ ପରେ ପର୍ଥ ଟେଷ୍ଟ ନିଜ ନାଁରେ କରିଥିଲା ଅଷ୍ଟ୍ରେଲିଆ। ମେଲବୋର୍ଣ୍ଣରେ ରଣନୀତି ବଦଳାଇଥିଲେ କୋହଲି। କେ. ଏଲ୍ ରାହୁଲ ଓ ମୂରଲୀ ବିଜୟଙ୍କ ବାଦ ଦେଇ ମୟଙ୍କ ଅଗ୍ରଓ୍ୱାଲ ଓ ହନୁମା ବିହାରୀଙ୍କୁ ସୁଯୋଗ ଦେଇଥିଲେ। ତୃତୀୟ ଟେଷ୍ଟରେ ବିଜୟୀ ହେଲା ଟିମ ଇଣ୍ଡିଆ। ସିଡନୀ ଟେଷ୍ଟ ଡ୍ର ରହିବାରୁ ୨-୧ ସିରିଜ କବଜା କଲା ବିରାଟ ବାହିନୀ। ପ୍ରଥମ ଥର ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ ଦେଇ ଇତିହାସ ରଚିଛି ଟିମ୍ ଇଣ୍ଡିଆ।
ଫାଫ୍ ଡୁ ପ୍ଲେସିସ୍ (ଦକ୍ଷିଣ ଆଫ୍ରିକା)

Faf-Du-Plessis
ଡୁ ପ୍ଲେସିସ

ଫାଫ୍ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ଲଗାତାର ତିନି ଥର ନିଜ ମାଟିରେ ଟେଷ୍ଟ ସିରିଜରେ ମାତ ଦେଇଥିଲେ। ୨୦୧୬ରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୭୭ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ମୁକାବିଲାରେ ଇନିଂସ ଓ ୮୦ରନରେ ହାରିଥିଲା ଅଷ୍ଟ୍ରେଲିଆ। ତୃତୀୟ ମ୍ୟାଚରେ କଙ୍ଗାରୁ ଟିମ୍ ବିଜୟଧାରାରୁ ଫେରିଥିଲେ ବି ସିରିଜ କବଜା କରି ସାରିଥିଲା ଭ୍ରମଣକାରୀ ଟିମ୍। ଡୁ ପ୍ଲେସିସ୍ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ତୃତୀୟ ଥର ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ସିରିଜରେ ବିଜୟୀ କରାଇଥିଲେ।
ଗ୍ରେମ୍ ସ୍ମିଥ୍ (ଦକ୍ଷିଣ ଆଫ୍ରିକା)

Graeme-Smith
ଗ୍ରେମ୍ ସ୍ମିଥ

ଡୁ ପ୍ଲେସିସଙ୍କ ପୂର୍ବରୁ ଗ୍ରେମ୍ ସ୍ମିଥଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାଜୟର ଧୂଳି ଚଟାଇଥିଲା ଦକ୍ଷିଣ ଆଫ୍ରିକା। ଦୁଇ ଦୁଇ ଥର ନିଜ ଦେଶକୁ କଙ୍ଗାରୁ ମୈଦାନରେ ଟେଷ୍ଟ ସିରିଜରେ ସେ ବିଜୟୀ କରାଇଥିଲେ। ୨୦୦୮-୨୦୦୯ରେ ସ୍ମିଥଙ୍କ ନେତୃତ୍ୱରେ ୨-୧ରେ ଟେଷ୍ଟ ସିରିଜ କବଜା କରିଥିଲା ଦକ୍ଷିଣ ଆଫ୍ରିକା। ପରେ ୨୦୧୨ରେ ପୂର୍ବ ସଫଳତାକୁ ପୁଣି ଥରେ ଦୋହରାଇଥିଲେ। ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ୧-୦ରେ ଟେଷ୍ଟ ସିରିଜ କବଜା କରିଥିଲା ଦକ୍ଷିଣ ଆଫ୍ରିକା।
ଆଣ୍ଡ୍ୟୁ ଷ୍ଟ୍ରସ୍ (ଇଂଲଣ୍ଡ)

Andrew-Strauss
ଆଣ୍ଡ୍ୟୁ ଷ୍ଟ୍ରସ୍

ଟେଷ୍ଟ ଫର୍ମାଟର ଦୁଇ ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ-ଇଂଲଣ୍ଡ। ୨୦୧୦-୨୦୧୧ ଆସେସ୍ ସିରିଜରେ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରିଥିଲା ଇଂଲିଶ ବାହିନୀ। ବ୍ରିସବେନରେ ପ୍ରଥମ ମୁକାବିଲା ଡ୍ର, ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ, ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ଜିତି ଆସେସ୍ ସିରିଜ କବଜା କରିଥିଲା ଇଂଲଣ୍ଡ। ପୂରା ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ୍।
ସାର ଭିଭିଆନ୍ ରିଚାର୍ଡସ (ଓ୍ୱେଷ୍ଟଇଣ୍ଡିଜ)

Vivian-Richards
ଭିଭିଆନ୍ ରିଚାର୍ଡସ

ଗୋଟିଏ ସମୟ ଥିଲା ବିଶ୍ୱ କ୍ରିକେଟର ଅନ୍ୟତମ ପାଓ୍ୱାର ହାଉସ ଥିଲା ଓ୍ୱେଷ୍ଟଇଣ୍ଡିଜ। ଗାର୍ଡନ ଗ୍ରୀନିଜ, କାର୍ଲ ହୁପର୍, ଭିଭିଆନ୍ ରିଚାର୍ଡ୍ସ, ଡେସ୍ମଣ୍ଡ ହେନ୍ସ, କର୍ଟଲି ଏମ୍ବ୍ରୋସଙ୍କ ଭଳି ଖେଳାଳି କ୍ରିକେଟରେ ପରାକାଷ୍ଠା ଦେଖାଇଛନ୍ତି। ୧୯୮୮-୧୯୮୯ରେ ଭିଭିଆନ୍ ରିଚାର୍ଡସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଆସିଥିଲା ଓ୍ୱେଷ୍ଟଇଣ୍ଡିଜ। ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିଥିଲା। ଅଷ୍ଟ୍ରେଲିଆକୁ ନିଜ ମାଟିରେ ଶୋଚନୀୟ ଭାବରେ ହରାଇ ୩-୧ରେ ସିରିଜ କବଜା କରିଥିଲା କାରାବେୟାନ ଟିମ୍।
ସାର ରିଚି ରିଚାର୍ଡସନ୍ (ଓ୍ୱେଷ୍ଟଇଣ୍ଡିଜ)

Richie-Richardson
ରିଚାର୍ଡସନ୍

ସାର୍ ରିଚି ରିଚାର୍ଡସନଙ୍କ ନେତୃତ୍ୱରେ ୪ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିଲା ଓ୍ୱେଷ୍ଟଇଣ୍ଡିଜ। ପ୍ରଥମ ମୁକାବିଲା ଡ୍ର ହୋଇଥିଲା। ଦ୍ୱିତୀୟ ଟେଷ୍ଟକୁ ୧୩୯ରନରେ ଜିତି ନେଇଥିଲା କଙ୍ଗାରୁ ବାହିନୀ। ତୃତୀୟ ମୁକାବିଲା ଡ୍ର। କିନ୍ତୁ ଚତୁର୍ଥ ଟେଷ୍ଟକୁ ମାତ୍ର ୧ରନରେ ଜିତି ନେଇଥିଲା କାରାବେୟାନ୍ ଟିମ୍। ପଞ୍ଚମ ମୁକାବିଲାକୁ ଇନିଂସ ଓ ୨୫ରେ ଜିତି ସିରଜ ହାତେଇ ନେଇଥିଲା ରିଚାର୍ଡସନଙ୍କ ନେତୃତ୍ୱାଧିନ ଓ୍ୱେଷ୍ଟିଣ୍ଡିଜ ଦଳ।
ଏଥିସହ ପଢ଼ନ୍ତୁ: ହେମାଙ୍କୁ ପାଇବାକୁ ଇସଲାମ୍‌ କବୁଲ୍‌ କରିଥିଲେ ଧମେର୍ନ୍ଦ୍ର, ଅବିବାହିତ ରହିଥିଲେ ସଞ୍ଜୀବ କୁମାର
ଏଥିସହ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ମଧ୍ୟରାତ୍ରି ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଖାରଜ, CBI ନିର୍ଦ୍ଦେଶକ ଭାବେ ଫେରିଲେ ବର୍ମା