କୋଭିଡ୍-୧୯ ଟିକାକରଣ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ନେଇ ଅନେକ ସମୟରେ ବିବାଦ ମୁଣ୍ଡ ଟେକିଛି।ଏପରିକି କେରଳ ହାଇକୋର୍ଟରେ ଏନେଇ ଏକ ପିଟିସନ ଦାଏର କରାଯାଇଥିଲା।ଏହି ଆବେଦନକୁ ‘ପିଲାଳିଆମି ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ବୋଲି କହି କେରଳ ହାଇକୋର୍ଟ ଖାରଜ କରିବା ସହ ପିଟିସନ ଦାଖଲ କରିଥିବା ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।
ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କାର ଜରିମାନା!
କୋଟାୟାମ୍ ବାସିନ୍ଦା ଆବେଦକ ଏମ୍ ପିଟର ଆବେଦନ କରିଥିଲେ ଯେ,ବର୍ତ୍ତମାନର ଟିକା ପ୍ରମାଣପତ୍ର ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି।ତେଣୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଥାଇ ଟିକା ପ୍ରମାଣପତ୍ର ଦିଆଯାଉ।ଏହି ପିଟିସନ ଉପରେ ଶୁଣାଣି କରି ଜଷ୍ଟିସ ପି.ଭି କୁନ୍ହିକ୍ରିଷ୍ଣନ୍ କହିଛନ୍ତି ଯେ, ସେ ଆମ ଦେଶର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କୌଣସି ଦେଶର ନୁହଁନ୍ତି।ସେ ଦେଶର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ।କେବଳ ତୁମର ରାଜନୈତିକ ପାର୍ଥକ୍ୟ ହେତୁ ତୁମେ ଏହିପରି କଥା ଚ୍ୟାଲେଞ୍ଜ କରିପାରିବ ନାହିଁ ।ଆବେଦନକାରୀ ସରକାରଙ୍କ ନୀତି ତଥା ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଦୃଷ୍ଟିକୋଣକୁ ବିରୋଧ କରିପାରିବେ।ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ଏଭଳି ଆବେଦନ ଲଜ୍ଜାଜନକ।ଏଭଳି ଆବେଦନ କରି କୋର୍ଟର ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧ ଲକ୍ଷ ଜରିମାନା ଜମା କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି।