ଦିନ ୩ଟା ୩୭ ଆକ୍ରମଣର ବଦଲା ଭୋର ୩ଟା ୩୭ରେ:ମିରାଜ୍ ମାଡରେ ୨ଶହ ପାକ୍ ଆତଙ୍କବାଦୀ ସଫା

ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଲାଇନ୍ ଅଫ କଣ୍ଟ୍ରୋଲ ଅତିକ୍ରମ କରି ଜବାବ ଦେଲା ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ଫାଇଟର ଜେଟ୍। ଗତ ୧୪ତାରିଖର ଦିନ ୩ଟା ୩୭ ମିନିଟର ଆତଙ୍କବାଦୀ ଆକ୍ରମଣର ଜବାବ,୨୬ ତିରାରିଖ ଭୋର ୩ଟା ୩୭ମିନିଟରେ ଦେଲା ବାୟୁସେନା। ମଙ୍ଗଳବାର ଭୋର ୩ଟା ୩୭ମିନିଟରେ ପାକିସ୍ତାନ ବାଲାକୋଟରେ ଥିବା ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଶିବିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି ମିରାଜ୍ ବିମାନ।
ବାଲକୋଟ୍ ଆତଙ୍କବାଦୀ ଆଡ୍ଡା ଉପରେ ୧ହଜାର କିଲୋର ବୋମା ବର୍ଷଣ ହୋଇଥିଲା। ଏହି ଷ୍ଟ୍ରାଇକରେ ପ୍ରାୟ ୨ଶହ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ମୃତ୍ୟୁବରଣ କରିଥିବାର ଅନୁମାନ କରାଯାଉଛି।ବାୟୁସେନାର ୨୧ମିନିଟର ଅପରେସନରେ ପାକିସ୍ତାନ ସରକାରକୁ ଦୋହଲାଇ ଦେଇଛି। ଭାରତ ବାୟୁସେନାର ମିରାଜ ଫାଇଟର ଜେଟ୍ ପାକିସ୍ତାନ ଭିତରକୁ ପ୍ରବେଶ କରିଥିଲା ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଉଛି।

ତେବେ ଗତ ୧୪ତାରିଖରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ।ପୁଲଓ୍ୱାମାର ଅବନ୍ତିପୁର ଠାରେ ଦିନ ୩ଟା ୩୭ମିନିଟରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ।ପ୍ରାୟ ୪୫ଜଣରୁ ଉର୍ଦ୍ଧ୍ୱ ଯବାନ ଆହତ ହେଲେ।୨୦୦କିଲୋଗ୍ରାମ ବିସ୍ପୋରକ ସାମଗ୍ରୀ(ଆଇଇଡି) ଭର୍ତ୍ତି ଏକ କାର, ସିଆରପିଏଫ ଭ୍ୟାନ୍ ସହ ଧକ୍କା ଦେଇଥିଲା। ଏହାର ପ୍ରତିଶୋଧ ନେବା ଲାଗି ଦେଶବାସୀଙ୍କ ପକ୍ଷରୁ ଦାବି ଉଠିଲା।ଜବାବ ଦେବା ପାଇଁ ସେନାକୁ ମୋଦି ସରକାର ଦେଇଥିଲେଲେ ଗୋ-ହାଏଡର ସିଗନାଲ୍। ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ ଜବାବ ଦେବା ଲାଗି ଦାୟିତ୍ୱ ନେଲା ଭାରତୀୟ ବାୟୁସେନା। ୧୨ଦିନର ଅପେକ୍ଷାର ଅନ୍ତଃ ଘଟିଲା।୨୬ତାରିଖର ଭୋର ସାଢ଼େ ୩ଟା ବେଳେ ଜୈସ-ଏ-ମହମ୍ମଦ ଆଡ୍ଡାଙ୍କୁ ଧ୍ୱଂସ କରିଦେଲା ମିରାଜ୍ ବିମାନର ବୋମା ବର୍ଷଣ।
Connect With Us